ETV Bharat / city

ଗଲଓ୍ବାନ ଘାଟିରେ ଶହୀଦ 2 ଓଡିଆ ପରିବାରକୁ 25 ଲକ୍ଷ ଘୋଷଣା - ଗଲଓ୍ବନ ଘାଟିରେ ଶହୀଦ 2 ଓଡିଆ

ଲଦାଖର ଗଲଓ୍ବାନ ଉପତ୍ୟକାରେ ଶହୀଦ ଓଡିଆ ଯବାନଙ୍କ ପରିବାର ପାଇଁ ଅନୁକମ୍ପା ଅର୍ଥ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । 2 ଓଡିଆ ଯବାନଙ୍କ ପରିବାରକୁ 25 ଲକ୍ଷ ଲେଖାଏଁ ଘୋଷଣା ।

ଗଲଓ୍ବାନ ଘାଟିରେ ଶହୀଦ 2 ଓଡିଆ ପରିବାରକୁ 25 ଲକ୍ଷ ଘୋଷଣା

author img

By

Published : Jun 17, 2020, 8:02 PM IST

Updated : Jun 17, 2020, 9:46 PM IST

ଭୁବନେଶ୍ବର: ଲଦାଖର ଗଲଓ୍ବାନ ଉପତ୍ୟକାରେ ଶହୀଦ ଓଡିଆ ଯବାନଙ୍କ ପରିବାରକୁ ଅନୁକମ୍ପା ଅର୍ଥ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । 2 ଓଡିଆ ଯବାନଙ୍କ ପରିବାରକୁ ମିଳିବ 25 ଲକ୍ଷ ଟଙ୍କାର ସହାୟତା ଅର୍ଥ । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଏହି ଅର୍ଥ ପ୍ରଦାନ ହେବ ବୋଲି ଘୋଷଣା ହୋଇଛି ।

ଗଲଓ୍ବନ ଘାଟିରେ ଶହୀଦ 2 ଓଡିଆଙ୍କ ପରିବାରକୁ 25 ଲକ୍ଷ ଘୋଷଣା

ଜୁନ 15 ବିଳମ୍ବିତ ରାତିରେ ପୂର୍ବ ଲଦାଖର ଗଲଓ୍ବାନ ଉପତ୍ୟକାରେ ଚୀନ ଓ ଭାରତୀୟ ଯବାନ ମୁହାଁମୁହିଁ ହୋଇଥିଲେ । ଏହି ସଂଘର୍ଷରେ 20 ଭାରତୀୟ ଯବାନ ଶହୀଦ ହୋଇଥିଲେ । ଶହୀଦଙ୍କ ମଧ୍ୟରେ 2 ଓଡିଆ ଯବାନ ସାମିଲ ଅଛନ୍ତି । ଏମାନଙ୍କ ମଧ୍ୟରୁ ଜଣେ ରାଇରଙ୍ଗପୁର ମାଟିର ପୁଅ ନନ୍ଦୁରାମ ସୋରେନ ହୋଇଥିବାବେଳେ ଅନ୍ୟ ଜଣେ କନ୍ଧମାଳର ଚନ୍ଦ୍ରକାନ୍ତ ପ୍ରଧାନ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇ ଶହୀଦ ଓଡ଼ିଆ ଯବାନଙ୍କ ପାଇଁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ସେମାନଙ୍କ ସାହସ ଓ ବଳିଦାନକୁ ସେ ପ୍ରଶଂସା କରିବା ସହ ଶୋକସନ୍ତପ୍ତ ପରିବାରକୁ ଗଭୀର ସମବେଦନା ଜଣାଇଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : Jun 17, 2020, 9:46 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.