ETV Bharat / city

ନବୀନ-ଜଗନ ଆଲୋଚନା; ରାଜ୍ୟ ସ୍ବାର୍ଥକୁ ମିଳୁ ଗୁରୁତ୍ବ କହିଲା କଂଗ୍ରେସ

ଆସନ୍ତା 9 ତାରିଖରେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ । ଏହି ବୈଠକରେ ଓଡିଶାର ସ୍ବାର୍ଥକୁ ଗୁରୁତ୍ବ ମିଳୁ ବୋଲି କହିଛ ରାଜ୍ୟ କଂଗ୍ରେସ । ଅଧିକ ପଢନ୍ତୁ...

author img

By

Published : Nov 6, 2021, 9:39 PM IST

cm naveen patnaik and AP cm Jaganmahan ready meeting on 9th november
ନବୀନ ଓ ଜଗନ ଆଲୋଚନା; ରାଜ୍ୟ ସ୍ବାର୍ଥକୁ ମିଳୁ ଗୁରୁତ୍ବ

ଭୁବନେଶ୍ବର: ଆସନ୍ତା 9 ତାରିଖରେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ । ଓଡିଶା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ଆଲୋଚନା କରିବେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ । ଆଲୋଚନାରେ ଓଡ଼ିଶାର ସ୍ବାର୍ଥକୁ ଗୁରୁତ୍ବ ଦେଇ ମୁଖ୍ୟମନ୍ତ୍ରୀ ନିଜର ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ ବୋଲି ବିରୋଧୀ ଦଳ ପକ୍ଷରୁ କୁହାଯାଇଛି ।

ବର୍ତ୍ତମାନ ସୁଦ୍ଧା ଉଭୟ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ହେବାକୁ ଥିବା ଆଲୋଚନାର ପ୍ରସଙ୍ଗ ସ୍ପଷ୍ଟ ହୋଇନାହିଁ । ତେବେ ଓଡ଼ିଶାର ସ୍ବାର୍ଥ ସମ୍ବଳିତ ପ୍ରସଙ୍ଗ ବୈଠକରେ ଅଗ୍ରାଧିକାର ପାଉ ବୋଲି କଂଗ୍ରେସ କହିଛି । ପୋଲାଭରମ ପ୍ରକଳ୍ପ ବାବଦରେ ପ୍ରଥମେ ଆଲୋଚନା କରାଯାଉ । ସୀମାରେ ରହିଥିବା କୋଟିଆ ଗ୍ରାମପୁଞ୍ଜ ବାବଦରେ ଦ୍ଵିତୀୟ ସର୍ବାଧିକ ଗୁରୁତ୍ବ ଦେଇ ଆଲୋଚନା କରାଯାଉ । ରାଜ୍ୟ-ରାଜ୍ୟ ମଧ୍ୟରେ ବିବାଦର ସୁପ୍ରିମକୋର୍ଟଙ୍କ ବିଚାର ବହିର୍ଭୂତ । ତେଣୁ ଏହି ବିବାଦ ରାଜନୈତିକ ସ୍ତରରେ ଆଲୋଚନା କରି ସମାଧାନ କରାଯାଉ ।

ଯେହେତୁ ଦୁଇ ମୁଖ୍ୟମନ୍ତ୍ରୀ ଏକାଠି ହେଉଛନ୍ତି, ଏହି ସମସ୍ୟାର ସମାଧାନ ଲାଗି ସୁବର୍ଣ୍ଣ ସୁଯୋଗ ରହିଛି । ଏହି ବିବାଦ ସମାଧାନ କରିବାରେ କେନ୍ଦ୍ରର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ତେଣୁ ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ହସ୍ତକ୍ଷେପ କରନ୍ତୁ ବୋଲି ବରିଷ୍ଠ କଂଗ୍ରେସ ନେତା ଗଶେଶ୍ବର ବେହେରା କହିଛନ୍ତି ।

ସୂଚନାଥାଉକି ଓଡିଶା ଓ ଆନ୍ଧ୍ରପ୍ରଦେଶ ଦୁଇଟି ପୋଡଶୀ ରାଜ୍ୟ ହୋଇଥିବାବେଳେ ଉଭୟ ରାଜ୍ୟରେ ସୀମା ଲାଗି ରହିଛି । ତେବେ ଦୀର୍ଘ ଦିନରୁ ଆନ୍ଧ୍ର ଓ ଓଡିଶା ସୀମାବର୍ତ୍ତୀ ଅଞ୍ଚଳରେ ହେବାକୁ ଥିବା ପୋଲାଭରମ ଡ୍ୟାମ ମୁଖ୍ୟ ସମସ୍ୟା ରହିଛି । ବିଶେଷ କରି ଏହି ଡ୍ୟାମ ହେଲେ ଓଡିଶାର ମାଲକାନଗିରି ଜିଲ୍ଲାର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହେବାର ସମ୍ଭାବନା ରହିଛି । ଏହା ସହ ଆନ୍ଧ୍ର ଓଡିଶା ମଧ୍ୟରେ ଥିବା ସୀମା ବିବାଦ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ନେଇ ମଧ୍ୟ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଆଲୋନଚା କରିବାର ସମ୍ଭାବନା ରହିଛି ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.