ETV Bharat / city

କାଳିଆ ସହାୟତା ବନ୍ଦ ପ୍ରତିବାଦରେ CEO ଅଫିସରେ ଫେରାଦ ହେଲେ ମୁଖ୍ୟମନ୍ତ୍ରୀ - kalia yojana

କାଳିଆ ସହାୟତା ବନ୍ଦର ପ୍ରତିବାଦରେ ସିଇଓ ଅଫିସରେ ଫେରାଦ ହେଲେ ମୁଖ୍ୟମନ୍ତ୍ରୀ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ଯାଳୟରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କାଳିଆ ସହାୟତାକୁ ଅଟକାଯାଇଥିବା ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲେ ମୁଖ୍ୟମନ୍ତ୍ରୀ।

ଫଟୋ ସୌଜନ୍ୟ : ବ୍ୟୁରୋ ଚିଫ,ଭୁବନେଶ୍ବର
author img

By

Published : Apr 9, 2019, 4:44 PM IST

Updated : Apr 9, 2019, 8:43 PM IST

ଭୁବନେଶ୍ବର: ଗତ 22 ବର୍ଷର ବିଜେଡି ରାଜନୀତିରେ ସମ୍ଭବତଃ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ନିଜେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛନ୍ତି। ବିଜେପି ଚାପରେ କାଳିଆ ଯୋଜନାକୁ ବନ୍ଦ କରାଯାଇଥିବାରୁ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାରଙ୍କ ନିକଟରେ ଆପତ୍ତି ଉଠାଇଛନ୍ତି ମୁଖ୍ୟମନ୍ତ୍ରୀ।

ଭିଡିଓ ସୌଜନ୍ୟ: ବ୍ୟୁରୋ ଚିଫ,ଭୁବନେଶ୍ବର

ଦଳର ନିର୍ବାଚନୀ ଇସ୍ତାହାର ପ୍ରକାଶ କରିବାର ଅଳ୍ପ କିଛି ସମୟ ପୂର୍ବରୁ ମୁଖ୍ୟମନ୍ତ୍ରୀ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ପହଁଚିଥିଲେ । କାଳିଆ ଯୋଜନାକୁ କେନ୍ଦ୍ରର ବିଜେପି ଚାପରେ ବନ୍ଦ କରାଯାଇଥିବାର ଅଭିଯୋଗ କରିଥିଲେ । ପୂର୍ବରୁ ବିଜେଡି ପ୍ରତିନିଧିମାନେ ଦୁଇ ଥର ମୁଖ୍ୟ ନିର୍ବାଚନ ଅଧିକାରୀ ଏପରିକି ମୁଖ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଏନେଇ ଅଭିଯୋଗ କରିଛନ୍ତି । ଦୁଇ ସପ୍ତାହ ମଧ୍ୟରେ କାଳିଆ ସହାୟତା ପୂର୍ବପରି ପ୍ରଦାନ କରିବାକୁ ଅନୁମତି ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି ।

ଭୁବନେଶ୍ବରରୁ ଅଜିତ ଦାଶ, ଇଟିଭି ଭାରତ

Intro:Body:

ds

Conclusion:
Last Updated : Apr 9, 2019, 8:43 PM IST

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.