ETV Bharat / city

ଆଦିବାସୀ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଉଦଘାଟିତ

ଉଦଘାଟିତ ହେଲା ସର୍ବଭାରତୀୟ ସ୍ତରୀୟ ଅନୁସୂଚିତ ଜନଜାତି ବର୍ଗର ଲୋକ ପ୍ରତିନିଧି ମାନଙ୍କର ଦକ୍ଷତା ବିକାଶ କାର୍ଯ୍ୟକ୍ରମ । ଏହାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ...

author img

By

Published : Feb 27, 2020, 12:06 PM IST

Updated : Feb 27, 2020, 6:06 PM IST

sc st development
ଆଦିବାସୀ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଉଦଘାଟିତ

ଭୁବନେଶ୍ବର: ସର୍ବଭାରତୀୟ ସ୍ତରୀୟ ଅନୁସୂଚିତ ଜନଜାତି ବର୍ଗର ଲୋକ ପ୍ରତିନିଧି ମାନଙ୍କର ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଉଦଘାଟିତ ହୋଇଛି । ଓଡିଶା ଜନଜାତି ବିଭାଗ ଓ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ଦକ୍ଷତା ବିକାଶ କର୍ମଶାଳାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ସମଗ୍ର ଦେଶରେ ଆଦିବାସୀମାନଙ୍କୁ ଜଙ୍ଗଲ ଜମି ଅଧିକାର ଦେବାରେ ଓଡିଶା ପ୍ରଥମ ସ୍ଥାନରେ ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୪.୩ଲକ୍ଷ ଆଦିବାସୀ ଏହାର ହିତାଧିକାରୀ ଭାବେ ଉପକୃତ ହେଉଛନ୍ତି । ଆମ ରାଜ୍ୟରେ ପ୍ରାୟ ୧ କୋଟି ଆଦିବାସୀଙ୍କ ମଧ୍ୟରୁ ମିଶନ ଜୀବିକା କାର୍ଯ୍ୟକ୍ରମରେ ୨୩,୦୦୦ ଆଦିବାସୀ ଉପକୃତ ହେଉଛନ୍ତି । ଆଦିବାସୀ ପିଲାମାନଙ୍କ ଶିକ୍ଷା ଦିଗରେ ମଧ୍ୟ ସରକାର କାର୍ଯ୍ୟ କରୁଛନ୍ତି । ଏହି ଅବସରରେ ଆଦିବାସୀ ଆଟଲାସ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଥିଲେ।

ଏହି ଉଦଘାଟନ ଉତ୍ସବରେ କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଅର୍ଜୁନ ମୁଣ୍ଡା, କେନ୍ଦ୍ର ଆଦିବାସୀ କଲ୍ୟାଣ ରାଜ୍ୟମନ୍ତ୍ରୀ ରେଣୁକା ସିଂହ ସରୁତା, ରାଜ୍ୟ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ଓ ବିଭାଗୀୟ ପ୍ରମୁଖ ଶାସନ ସଚିବ ରଞ୍ଜନା ଚୋପ୍ରା ଉପସ୍ଥିତ ଥିଲେ ।

ଓଡ଼ିଶାରେ ଜନଜାତିଙ୍କ ବିକାଶ ଲାଗି ରାଜ୍ୟ ସରକାର ଯେଉଁ ସବୁ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ସେଥିପାଇଁ ମୁଖ୍ୟମନ୍ତ୍ରୀ ଧନ୍ୟବାଦର ପାତ୍ର ବୋଲି କହିଛନ୍ତି କେନ୍ଦ୍ର ଆଦିବାସୀ ଜନଜାତି ମନ୍ତ୍ରୀ ଅର୍ଜୁନ ମୁଣ୍ଡା । ସେହିପରି ଅନେକ ରାଜ୍ୟରେ ଜନଜାତି ଆୟୋଗ ଥିବାବେଳେ ଓଡ଼ିଶାରେ ମଧ୍ୟ ଏକ ଜନଜାତି ଆୟୋଗ ଗଠନ କରିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ରେଣୁକା ସିଂହ ସାରୁତା । ଏହା ଦ୍ବାରା ଜନଜାତି ମାନଙ୍କୁ ନ୍ୟାୟ ମିଳିପାରିବ ବୋଲି ସେ କହିଛନ୍ତି।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Last Updated : Feb 27, 2020, 6:06 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.