ETV Bharat / city

ସହକାରୀ ଉପବିଭାଗ ଅଧିକାରୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲେ ନବୀନ - cm gives appointment

ରାଜ୍ୟ ସଚିବାଳୟରେ ସହକାରୀ ଉପବିଭାଗ ଅଧିକାରୀ ବା ASO ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା 500 ଶହ ଜଣଙ୍କୁ ମୁଖ୍ୟମନ୍ତ୍ରୀ ଶୁକ୍ରବାର ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : Jul 27, 2019, 2:18 AM IST

ଭୁବନେଶ୍ବର: ସହକାରୀ ଉପବିଭାଗ ଅଧିକାରୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ । ରାଜ୍ୟ ସଚିବାଳୟରେ ସହକାରୀ ଉପବିଭାଗ ଅଧିକାରୀ ବା ASO ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା 500 ଶହ ଜଣଙ୍କୁ ମୁଖ୍ୟମନ୍ତ୍ରୀ ଶୁକ୍ରବାର ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି।

ଏହି ଅବସରରେ ସ୍ଥାନୀୟ ରବିନ୍ଦ୍ର ମଣ୍ଡପଠାରେ ଆୟୋଜିତ ହେଉଥିବା ସେମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ 5ଟି ମନ୍ତ୍ରକୁ ଅନୁସରଣ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଟିମ ୱାର୍କ ,ଟେକ୍ନୋଲୋଜି, ଟ୍ରାନ୍ସପେରେନ୍ସି, ଟାଇମ ଲିମିଟ ଓ ଟ୍ରାନ୍ସଫରମେସନକୁ ବ୍ୟବହାର କରି ସମାଜର ନୀଚ ସ୍ତରରେ ଥିବା ଲୋକଙ୍କ ନିକଟରେ ପ୍ରଶାସନକୁ ପହଞ୍ଚାଇବା ପାଇଁ କାର୍ଯ୍ୟ କରିବାକୁ ଉପଦେଶ ଦେଇଛନ୍ତି।

ଏଠାରେ ସୂଚନାଯୋଗ୍ୟ, କି ନବନିର୍ବାଚିତ ସହକାରୀ ଉପବିଭାଗ ଅଧିକାରୀମାନେ ରାଜ୍ୟ ସଚିବାଳୟରେ ବିଭିନ୍ନ ବିଭାଗର କାର୍ଯ୍ୟ ତ୍ବରାନିତ କରିବା ଲାଗି କାର୍ଯ୍ୟ କରିବେ। ନବନିଯୁକ୍ତ 500 ଅଧିକାରୀମାନଙ୍କ ଭିତରୁ 266 ଜଣ ସାଧାରଣ ବର୍ଗର , 87ଜଣ ପଛୁଆବର୍ଗ, 75ଜଣ ଅନୁସୂଚିତ ଜାତି , 62ଜଣ ଅନୁସୂଚିତ ଜନଜାତିର ଅଟନ୍ତି। ଏମାନଙ୍କ ମଧ୍ୟରେ ସମସ୍ତ ବର୍ଗର 166ଜଣ ମହିଳା ଅଛନ୍ତି ।

ଏହି ଉତ୍ସବରେ ସମ୍ମାନିତ ଅତିଥିଭାବେ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଯୋଗଦେଇ ନବନିଯୁକ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ । ସେହିପରି ଉନ୍ନୟନ କମିଶନର ତଥା ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଡିଜିଟାଲ ଯୁଗରେ ଏବେ ଟେକ୍ନୋଲୋଜିକୁ ପ୍ରାଧାନ୍ୟ ଦିଆଯାଇ ସମସ୍ତ ପ୍ରକାର କାର୍ଯ୍ୟ ଏହା ମାଧ୍ୟମରେ କରାଯିବାକୁ ବ୍ୟବସ୍ଥା କରାଯାଉଥିବା କହିଥିଲେ । ଆଗ ଭଳି ଫାଇଲ ପ୍ରୋସେସିଂ ପାଇଁ ଅଧିକ ସମୟ ନଦେଇ ସମସ୍ତ କାର୍ଯ୍ୟ କମ୍ପ୍ୟୁଟର ସାହାଯ୍ୟରେ କରାଯିବ ବୋଲି କହିଥିଲେ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ସାହୁ, ଇଟିଭି ଭାରତ

Intro:ରାଜ୍ୟ ସଚିବାଳୟରେ ସହକାରୀ ଉପବିଭାଗ ଅଧିକାରୀ ବା ASO ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା 500 ଶହ ଜଣଙ୍କୁ ମୁଖ୍ୟମନ୍ତ୍ରୀ ଆଜି ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି।ସ୍ଥାନୀୟ ରବିନ୍ଦ୍ରମଣ୍ଡପଠାରେ ଆୟୋଜିତ ହେଉଥିବା ସେମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପ୍ରଶାସନକୁ ଲୋକାଭିମୁଖୀ କରିବା ପାଇଁ କାର୍ଯ୍ୟ କରିବାକୁ 5ଟି ମନ୍ତ୍ରକୁ ଅନୁସରଣ କରିବାକୁ ପରାମର୍ଶ ଦେଇଛନ୍ତି।

Body:ଟିମ ୱାର୍କ ,ଟେକ୍ନୋଲୋଜି,ଟ୍ରାନ୍ସପେରେନ୍ସି,ଟାଇମ ଲିମିଟ ଓ ଟ୍ରାନ୍ସଫରମେସନ କୁ ବ୍ୟବହାର କରି ସମାଜର ନୀଚ ସ୍ତରରେ ଥିବା ଲୋକଙ୍କ ନିକଟରେ ପ୍ରଶାସନ କୁ ପହଞ୍ଚାଇବା ପାଇଁ କାର୍ଯ୍ୟ କରିବାକୁ ଉପଦେଶ ଦେଇଛନ୍ତି।ସୂଚନାଯୋଗ୍ୟ କି ନବନିର୍ବାଚିତ ସହକାରୀ ଉପବିଭାଗ ଅଧିକାରୀମାନେ ରାଜ୍ୟ ସଚିବାଳୟରେ ବିଭିନ୍ନ ବିଭାଗ ର କାର୍ଯ୍ୟ ତ୍ୱରାନ୍ୱିତ କରିବା ଲାଗି କାର୍ଯ୍ୟକରିବେ।ନବନିଯୁକ୍ତ 500 ଅଧିକାରୀମାନଙ୍କ ଭିତରୁ 266 ଜଣ ସାଧାରଣ ବର୍ଗର ପାର୍ଥି,87ଜଣ ପଛୁଆବର୍ଗ,75ଜଣ ଅନୁସୂଚିତଜାତି ,62ଜଣ ଅନୁସୂଚିତ ଜନଜାତିର ପାର୍ଥି ଅଟନ୍ତି।ଏମାନଙ୍କ ମଧ୍ୟରେ ସମସ୍ତ ବର୍ଗର 166ଜଣ ମହିଳା ପାର୍ଥି ହୋଇଥିବା ବେଳେ ଅନେକ ବିଭିନ୍ନ ପେଶାଦାର କାର୍ଯ୍ୟ ଯଥା ସୂଚନା ଓ ପ୍ରଯୁକ୍ତିବିଦ୍ୟା,ଆଇଆଇଟି,ଦିଲ୍ଲୀ ସ୍କୁଲ ଅଫ ଇକୋନୋମିକ ,ଇଞ୍ଜିନିୟରିଂ ,କୃଷି ବିଶେଷଜ୍ଞ ଓ ବ୍ୟାଙ୍କ ପିଓ ଛାଡିକି ଆସିଥିବା ଜଣାପଡ଼ିଛି।ନୂତନ କରି ସରକାରୀ ଚାକିରୀରେ ଯୋଗ ଦେଉଥିବା ଏହି ପାର୍ଥିମାନେ ଅନେକ ଉତ୍ସାହିତ ଥିବା କହିଥିବା ବେଳେ ମୁଖ୍ୟମନ୍ତ୍ରୀ ଙ୍କ ପରାମର୍ଶ ଅନୁସାରେ ଲୋକମାନଙ୍କ ସେବା କରିବାକୁ ପ୍ରାଥମିକତା ଦେବେ ବୋଲି କହିଛନ୍ତି।

Conclusion:ଆଜିର ଏହି ଉତ୍ସବରେ ସମ୍ମାନିତ ଅତିଥିଭାବେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଯୋଗଦେଇ ପାର୍ଥିମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଏମାନଙ୍କ କାର୍ଯ୍ୟ ଦକ୍ଷତା ବଳରେ ପ୍ରଶାସନ ଆହୁରୁ ସ୍ୱଚ୍ଛ ଓ ମଜୁବୁତ ହୋଇପାରିବ ବୋଲି କହିଛନ୍ତି।ସେହିପରି ଉନ୍ନୟନ କମିଶନର ତଥା ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ଅସିତ ତ୍ରିପାଠୀ ଡିଜିଟାଲ ଯୁଗରେ ଏବେ ଟେକ୍ନୋଲୋଜି କୁ ପ୍ରାଧାନ୍ୟ ଦିଆଯାଇ ସମସ୍ତ ପ୍ରକାର କାର୍ଯ୍ୟ ଏହା ମାଧ୍ୟମରେ କରାଯିବାକୁ ବ୍ୟବସ୍ଥା କରାଯାଉଥିବା କହିଛନ୍ତି।ଆଗ ଭଳି ଫାଇଲ ପ୍ରୋସେସିଂ ପାଇଁ ଅଧିକ ସମୟ ନ ଦେଇ ସବୁକୁ କମ୍ପ୍ୟୁଟର ସାହାଯ୍ୟରେ କରାଜିବ ବୋଲି କହିଛନ୍ତି।ତେଣୁ ଲୋକମାନଙ୍କୁ ତ୍ୱରିତ ଓ ସ୍ୱଚ୍ଛ ପ୍ରଶାସନ ପହଞ୍ଚାଇବାର ତୁମମାନଙ୍କ ର କାର୍ଯ୍ୟଦକ୍ଷତା ଗୁରୁତ୍ୱପୂର୍ଣ୍ଣ ଅଟେ ବୋଲି କହିଛନ୍ତି।
ବାଇଟ-ଗୃହ ରାଷ୍ଟ୍ର ମନ୍ତ୍ରୀ-ଦିବ୍ୟଶଙ୍କର ମିଶ୍ର
ବାଇଟ-ପାର୍ଥି-
ବାଇଟ-ପାର୍ଥିନି-
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.