ETV Bharat / city

ପ୍ରତିଶୃତି ରଖିଲେ ମୁଖ୍ୟମନ୍ତ୍ରୀ, ପାଟକୁରାର ସ୍ଥିତି ପରଖିଲେ ଅଧିକାରୀ - ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ଅନୁଯାୟୀ ପାଟକୁରା ନିର୍ବାଚନ ମଣ୍ଡଳୀରେ ବିକାଶ କାର୍ଯ୍ୟ ଆରମ୍ଭ । ତିନି ବରିଷ୍ଠ ଅଧିକାରୀଙ୍କ ନେତୃତ୍ୱରେ ଗଠିତ ଟିମ୍ । ସ୍କୁଲ ନିକଟରେ ଚାଲୁଥିବା ମଦଦୋକାନ ତୁରନ୍ତ ସିଲ୍‍ । ଅଧିକ ପଢନ୍ତୁ...

cm-creating-a-team-to-devlope-patakura
cm-creating-a-team-to-devlope-patakura
author img

By

Published : Jan 31, 2020, 7:56 PM IST

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଟକୁରା ଉପନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ ଆରମ୍ଭ ହୋଇଛି କାର୍ଯ୍ୟ । ଆଜି ମୁଖ୍ୟମନ୍ତ୍ରୀଙ୍କ ଦପ୍ତରର ତିନି ବରିଷ୍ଠ ଅଧିକାରୀଙ୍କ ନେତୃତ୍ବରେ ଗଠିତ ୩ଟି ଟିମ୍‍ ଅଚାନକ ପାଟକୁରା ନିର୍ବାଚନମଣ୍ଡଳୀର ବିଭିନ୍ନ ଅଞ୍ଚଳ ଗସ୍ତ କରିବା ସହିତ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ବିଦ୍ୟୁତ୍‍ ଯୋଗାଣ ଆଦିର ଅନୁଧ୍ୟାନ କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରର ସ୍ବତନ୍ତ୍ର ସଚିବ ଡି.ଏସ୍‍.କୁଟ୍ଟେ, ଅତିରିକ୍ତ ସଚିବ ରୂପା ରୋଶନ ସାହୁ ଓ ଅତିରିକ୍ତ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କ ନେତୃତ୍ବରେ ଗଠିତ ଟିମ୍‍ କେନ୍ଦ୍ରାପଡା ଜିଲ୍ଲା ପାଟକୁରା ନିର୍ବାଚନମଣ୍ଡଳୀ ଗସ୍ତ କରିଥିଲେ । ଏହି ବରିଷ୍ଠ ଅଧିକାରୀମାନେ ପ୍ରତି ପଞ୍ଚାୟତର ବିଦ୍ୟାଳୟ ଗୁଡିକ ପରିଦର୍ଶନ କରିଥିବାବେଳେ ନିର୍ବାଚିତ ଲୋକପ୍ରତିନିଧିଙ୍କୁ ସିଧାସଳଖ ଭେଟିଥିଲେ । ସ୍ଥାନୀୟ ଲୋକପ୍ରତିନିଧିଙ୍କ ସହିତ ସେମାନଙ୍କ ଅଞ୍ଚଳରେ କାର୍ଯ୍ୟକାରୀ ହେଉଥିବା ଶିକ୍ଷା, ସ୍ବାସ୍ଥ୍ୟସେବା, ପାନୀୟଜଳ, ସଡକ ଯୋଗାଯୋଗ ଓ ବିଦ୍ୟୁତ ସେବା ସଂକ୍ରାନ୍ତରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ ।

ଏହି ଆଲୋଚନା ସମୟରେ ପାଟକୁରା ନିର୍ବାଚନମଣ୍ଡଳୀର ସାନ ଅଢଙ୍ଗ ଗ୍ରାମପଞ୍ଚାୟତର ଲୋକେ ସ୍ବତନ୍ତ୍ର ସଚିବ କୁଟ୍ଟେ ଓ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ ଯେ ଅନ୍ୟ ସ୍ଥାନରେ ଲାଇସେନ୍ସ ପାଇଥିବା ଗୋଟିଏ ମଦ ଦୋକାନ ବିଦ୍ୟାଳୟ ନିକଟରେ ଚାଲୁଛି । ଲୋକଙ୍କ ଅଭିଯୋଗ ପରେ ପରେ ବିଦ୍ୟାଳୟ ନିକଟରେ ଥିବା ତୁରନ୍ତ ଏହି ମଦ ଦୋକାନକୁ ସିଲ୍‍ କରିଦିଆଯାଇଛି । ଉଲ୍ଲେଖନୀୟ ଯେ ପାଟକୁରା ଉପନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ନିଜେ ଏହି ନିର୍ବାଚନମଣ୍ଡଳୀ ପ୍ରତି ସ୍ବତନ୍ତ୍ର ଧ୍ୟାନଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଟକୁରା ଉପନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ ଆରମ୍ଭ
ହୋଇଛି କାର୍ଯ୍ୟ । ଆଜି ମୁଖ୍ୟମନ୍ତ୍ରୀଙ୍କ ଦପ୍ତରର ତିନି ବରିଷ୍ଠ ଅଧିକାରୀଙ୍କ ନେତୃତ୍ୱରେ ଗଠିତ ୩ଟି ଟିମ୍‍
ଅଚାନକ ପାଟକୁରା ନିର୍ବାଚନମଣ୍ଡଳୀର ବିଭିନ୍ନ ଅଞ୍ଚଳ ଗସ୍ତ କରିବା ସହିତ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ବିଦ୍ୟୁତ୍‍
ଯୋଗାଣ ଆଦିର ଅନୁଧ୍ୟାନ କରିଛନ୍ତି ।
ଶ୍ରୀ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରର ସ୍ୱତନ୍ତ୍ର ସଚିବ ଡି.ଏସ୍‍.କୁଟ୍ଟେ, ଅତିରିକ୍ତ ସଚିବ ରୂପା
ରୋଶନ ସାହୁ ଓ ଅତିରିକ୍ତ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କ ନେତୃତ୍ୱରେ ଗଠିତ ଟିମ୍‍ କେନ୍ଦ୍ରାପଡା ଜିଲ୍ଲା ପାଟକୁରା
ନିର୍ବାଚନମଣ୍ଡଳୀ ଗସ୍ତ କରିଥିଲେ । ଏହି ବରିଷ୍ଠ ଅଧିକାରୀମାନେ ପ୍ରତି ପଞ୍ଚାୟତର ବିଦ୍ୟାଳୟ ଗୁଡିକ ପରିଦର୍ଶନ
କରିଥିବାବେଳେ ନିର୍ବାଚିତ ଲୋକପ୍ରତିନିଧିମାନଙ୍କୁ ସିଧାସଳଖ ଭେଟିଥିଲେ । ସ୍ଥାନୀୟ ଲୋକପ୍ରତିନିଧିମାନଙ୍କ
ସହିତ ସେମାନଙ୍କ ଅଞ୍ଚଳରେ କାର୍ଯ୍ୟକାରୀ ହେଉଥିବା ଶିକ୍ଷା, ସ୍ୱାସ୍ଥ୍ୟସେବା, ପାନୀୟଜଳ, ସଡକ ଯୋଗାଯୋଗ
ଓ ବିଦ୍ୟୁତ୍‍ସେବା ସଂକ୍ରାନ୍ତରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଏହି ଆଲୋଚନା ସମୟରେ ପାଟକୁରା
ନିର୍ବାଚନମଣ୍ଡଳୀର ସାନ ଅଢଙ୍ଗ ଗ୍ରାମପଞ୍ଚାୟତର ଲୋକମାନେ ସ୍ୱତନ୍ତ୍ର ସଚିବ ଶ୍ରୀ କୁଟ୍ଟେ ଓ କେନ୍ଦ୍ରାପଡା
ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ ଯେ ଅନ୍ୟ ସ୍ଥାନରେ ଲାଇସେନ୍ସ ପାଇଥିବା ଗୋଟିଏ ମଦ
ଦୋକାନ ବିଦ୍ୟାଳୟ ନିକଟରେ ଚାଲୁଛି । ଲୋକଙ୍କ ଅଭିଯୋଗ ପରେ ପରେ ବିଦ୍ୟାଳୟ ନିକଟରେ ଥିବା
ତୁରନ୍ତ ଏହି ମଦ ଦୋକାନକୁ ସିଲ୍‍ କରିଦିଆଯାଇଛି । ଉଲ୍ଲେଖନୀୟ ଯେ ପାଟକୁରା ଉପନିର୍ବାଚନ ସମୟରେ
ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନିଜେ ଏହି ନିର୍ବାଚନମଣ୍ଡଳୀ ପ୍ରତି ସ୍ୱତନ୍ତ୍ର ଧ୍ୟାନଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।
ତଦନୁଯାୟୀ ଆଜି ଏହି ତିନି ବରିଷ୍ଠ ଅଧିକାରୀ ଅଚାନକ ଗସ୍ତ କରିଥିବା ଜଣାଯାଇଛି ।Body:KConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.