ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରିବା ସହ ଆକାଶ ମାର୍ଗରୁ ସ୍ଥିତି ଦେଖିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅପରାହ୍ନ ରେ ବାତ୍ୟା ପ୍ରଭାବିତ ଜିଲ୍ଲା ଗୁଡ଼ିକୁ ବୁଲି ଦେଖିଛନ୍ତି । ଆକାଶ ମାର୍ଗରୁ ମୁଖ୍ୟମନ୍ତ୍ରୀ ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡା ଓ ଜଗତସିଂହପୁର ଆଦି ଜିଲ୍ଲା ବୁଲି ଦେଖିଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀଙ୍କ ଅଫିସ ପକ୍ଷରୁ ଜଣାଯାଇଛି ।
ସୂଚନା ଅନୁସାରେ ରାଜ୍ୟର 89 ବ୍ଲକର 2 ଲକ୍ଷଙ୍କୁ ସ୍ଥାନାନ୍ତର କରାଯାଇଛି । ଗୁରୁବାର ସନ୍ଧ୍ୟା ସୁଦ୍ଧା 80 ପ୍ରତିଶତ ବିଦ୍ୟୁତ ସଂଯୋଗ ଦିଆଯିବ । 2 ଦିନ ଭିତରେ କୃଷି ଜନିତ କ୍ଷୟକ୍ଷତି ଆକଳନ କରାଯିବ । ସେପଟେ 1500 ଗ୍ରାମର 44 ଲକ୍ଷ ୮୦ ହଜାର ଲୋକ କ୍ଷତିଗ୍ରସ୍ତ ହୋଇଥିବା ସରକାରଙ୍କ ପାଖରେ ତଥ୍ୟ ପହଁଚିଛି ।
ଆସନ୍ତା24 ଘଣ୍ଟା ଭିତରେ ସେସୁ ଅଂଚଳରେ ବିଦ୍ୟୁତ ସେବା , 72 ଘଣ୍ଟାରେ ନେସ୍କୋ ଅଂଚଳରେ ବିଦ୍ୟୁତ ସେବା ଯୋଗାଇ ଦେବାକୁ କହିଛନ୍ତି। ଯୁଦ୍ଧକାଳୀନ ଭିତ୍ତିରେ ମାନବ ସମ୍ବଳ ଓ ସାମଗ୍ରୀ ଯୋଗାଇ ଦେବାକୁ କହିଛନ୍ତି। 3 ଦିନ ମଧ୍ୟରେ କୃଷି ଫସଲ କ୍ଷୟକ୍ଷତି ଆକଳନ କରିବାକୁ କହିଛନ୍ତି। ସପ୍ତାହ ମଧ୍ୟରେ ଭଙ୍ଗ ଘର କୋଠା ସର୍ଭେ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ ଏବଂ ତପନ ଦାସ, ଇଟିଭି ଭାରତ