ETV Bharat / city

ଚଳିତ ଶିକ୍ଷାବର୍ଷ ପାଇଁ PGରେ ନାମଲେଖା ଶେଷ - ପିଜି ନାମଲେଖା ଖବର

ଚଳିତ ଶିକ୍ଷାବର୍ଷ ପାଇଁ ପିଜିରେ ଆଉ ନାମଲେଖା ହେବନାହିଁ । ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ଡିଗ୍ରୀ କଲେଜ ଓ ବିଶ୍ବବିଦ୍ୟାଳୟରେ ଚଳିତ ଶିକ୍ଷାବର୍ଷ (୨୦୨୧-୨୨) ପାଇଁ ଆଉ ସ୍ନାତକୋତ୍ତର(ପିଜି) ପ୍ରଥମ ବର୍ଷରେ ନାମଲେଖା ହେବନାହିଁ । ଅଧିକ ପଢନ୍ତୁ

ଚଳିତ ଶିକ୍ଷାବର୍ଷ ପାଇଁ PG ରେ ନାମଲେଖା ବନ୍ଦ
ଚଳିତ ଶିକ୍ଷାବର୍ଷ ପାଇଁ PG ରେ ନାମଲେଖା ବନ୍ଦ
author img

By

Published : Jan 30, 2022, 8:21 AM IST

ଭୁବନେଶ୍ବର: ଚଳିତ ଶିକ୍ଷାବର୍ଷ ପାଇଁ ପିଜିରେ ଆଉ ନାମଲେଖା ହେବନାହିଁ । ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ଡିଗ୍ରୀ କଲେଜ ଓ ବିଶ୍ବବିଦ୍ୟାଳୟରେ ଚଳିତ ଶିକ୍ଷାବର୍ଷ (୨୦୨୧-୨୨) ପାଇଁ ଆଉ ସ୍ନାତକୋତ୍ତର(ପିଜି) ପ୍ରଥମ ବର୍ଷରେ ନାମଲେଖା ହେବନାହିଁ । ଏନେଇ ଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ବିଶ୍ବବିଦ୍ୟାଳୟର ପିଜି କାଉନସିଲ ଅଧ୍ୟକ୍ଷଙ୍କୁ ଚିଠି ଅବଗତ କରାଯାଇଛି ।

ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ଡିଗ୍ରୀ କଲେଜ ଓ ବିଶ୍ବବିଦ୍ୟାଳୟରେ ଚଳିତ ଶିକ୍ଷାବର୍ଷ(୨୦୨୧-୨୨) ପାଇଁ ଆଉ ସ୍ନାତକୋତ୍ତର(ପିଜି) ପ୍ରଥମ ବର୍ଷରେ ନାମଲେଖା ହେବନି । ବିଭାଗ ଦର୍ଶାଇଛି ଯେ, ଷ୍ଟୁଡେଣ୍ଟ ଏକାଡେମିକ ମ୍ୟାନେଜମେଣ୍ଟ ସିଷ୍ଟମ(ସାମ୍ସ) ଜରିଆରେ ହେଉଥିବା ପିଜି ପ୍ରଥମ ବର୍ଷ ପାଇଁ ନାମଲେଖା ଜାନୁଆରୀ ୨୫ରେ ଶେଷ ହୋଇଛି । ଆଗାମୀ ଦିନରେ ଆଉ ନାମଲେଖା ଅବଧିକୁ ବୃଦ୍ଧି କରାଯିବ ନାହିଁ ବୋଲି ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି । ତେଣୁ କୌଣସି କଲେଜ କିମ୍ବା ବିଶ୍ବବିଦ୍ୟାଳୟ ଆଉ ପିଜି ପ୍ରଥମ ବର୍ଷରେ ପିଲାଙ୍କ ନାମ ନ ଲେଖାଇବାକୁ ସମସ୍ତ ଶିକ୍ଷାନୁଷ୍ଠାନକୁ ଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଛି ।

ଏହା ବି ପଢନ୍ତୁ....ଖାଲି ପଡିଛି PG ସିଟ୍‌, ୨୫ ସୁଦ୍ଧା ଶେଷ ହେବ ନାମଲେଖା

ବିଶ୍ବବିଦ୍ୟାଳୟ ସ୍ବୟଂଶାସିତ ଓ ଡିଗ୍ରୀ ମହାବିଦ୍ୟାଳୟର ପିଜି ପାଠ୍ୟକ୍ରମରେ ଖାଲି ପଡ଼ିଥିବା ସିଟ୍ ପୂରଣ ଲାଗି ସ୍ବତନ୍ତ୍ର ସ୍ପଟ୍ ନାମଲେଖା ଅନୁଷ୍ଠିତ ହୋଇଥିଲା । ଏନେଇ ଶିକ୍ଷା ବିଭାଗ ପକ୍ଷରୁ ନିୟମାବଳୀ ଜାରି କରାଯାଇଥିଲା । ୨୫ ତାରିଖ ସୁଦ୍ଧା ନାମଲେଖା ଓ ଡାଟା ଅପଡେସନ୍ ପ୍ରକ୍ରିୟା ଶେଷ ହେବା ନେଇ ବିଜ୍ଞପ୍ତି ଜାରି କରିଥିଲା ଶିକ୍ଷା ବିଭାଗ । ମେରିଟ୍ ଆଧାରରେ ନାମଲେଖା ହୋଇଥିଲା । ମେରିଟ ଲିଷ୍ଟରେ ଥିବା ଛାତ୍ରଛାତ୍ରୀଙ୍କୁ ଡାକି ବିଶ୍ବବିଦ୍ୟାଳୟ ଓ କଲେଜ କର୍ତ୍ତୃପକ୍ଷ ମାନେ ନାମଲେଖା କରାଇଥିଲେ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.