ETV Bharat / city

ଶେଷ ହେଲା ରାଜ୍ୟସ୍ତରୀୟ ଆଦିମ ଜନଜାତି ନୃତ୍ୟ ମହୋତ୍ସବ - ଆଦିମ ଜନଜାତି ନୃତ୍ୟ ମହୋତ୍ସବ ୨୦୨୨

ଶେଷ ହେଲା ରାଜ୍ୟସ୍ତରୀୟ ଆଦିମ ଜନଜାତି ନୃତ୍ୟ ମହୋତ୍ସବ । ଦୁଇ ଦିନ ଧରି ଚାଲିଥିବା ରାଜ୍ୟସ୍ତରୀୟ ଆଦିମ ଜନଜାତି ନୃତ୍ୟ ମହୋତ୍ସବ ଶେଷ ଗତକାଲି(ମଙ୍ଗଳବାର) ଶେଷ ହୋଇଛି । ଅଧିକ ପଢନ୍ତୁ

ଶେଷ ହେଲା ରାଜ୍ୟସ୍ତରୀୟ ଆଦିମ ଜନଜାତି ନୃତ୍ୟ ମହୋତ୍ସବ

author img

By

Published : May 25, 2022, 1:41 PM IST

Updated : May 25, 2022, 1:52 PM IST

ଭୁବନେଶ୍ବର: ଶେଷ ହେଲା ରାଜ୍ୟସ୍ତରୀୟ ଆଦିମ ଜନଜାତି ନୃତ୍ୟ ମହୋତ୍ସବ । ଦୁଇ ଦିନ ଧରି ଚାଲିଥିବା ରାଜ୍ୟସ୍ତରୀୟ ଆଦିମ ଜନଜାତି ନୃତ୍ୟ ମହୋତ୍ସବ ଶେଷ ଗତକାଲି(ମଙ୍ଗଳବାର) ଶେଷ ହୋଇଛି । ଶେଷ ଦିନରେ ମଧ୍ୟ ଦୁଲୁକିଥିଲା ମଞ୍ଚ ।

ଶେଷ ହେଲା ରାଜ୍ୟସ୍ତରୀୟ ଆଦିମ ଜନଜାତି ନୃତ୍ୟ ମହୋତ୍ସବ

ରାଜ୍ୟସ୍ତରୀୟ ଆଦିମ ଜନଜାତି ନୃତ୍ୟ ମହୋତ୍ସବ ମଇ ୨୩ ଓ ୨୪ ତାରିଖ ଦିନ ରବୀନ୍ଦ୍ର ମଣ୍ଡପଠାରେ ଆୟୋଜନ କରାଯାଇଥିଲା । ରାଜ୍ୟସ୍ତରୀୟ ଆଦିମ ଜନଜାତି ନୃତ୍ୟ ମହୋତ୍ସବରେ ଓଡ଼ିଶାର ୧୩ ପ୍ରକାରର ଆଦିମ ଜନଜାତିଙ୍କର ନୃତ୍ୟ ପରିବେଷଣ କରାଯାଇଥିଲା । ଗତକାଲି(ମଙ୍ଗଳବାର) ଦ୍ୱିତୀୟ ଦିବସରେ ଲାଞ୍ଜିଆ ସଉରାଙ୍କ ବେଣ୍ଟନୃତ୍ୟ ପରିବେଷିତ ହୋଇଥିଲା । ଏହି ନୃତ୍ୟରେ ପୁରୁଷ ଓ ମହିଳାମାନେ ଏକତ୍ର ବାଦ୍ୟ ଓ ସଂଗୀତର ତାଳେ ତାଳେ ନୃତ୍ୟ କରିଥିଲେ ।

ଲୋଧା ଜନଜାତିଙ୍କ ଏକ ସ୍ୱତନ୍ତ୍ର ସାଂସ୍କୃତିକ ପରିଚୟ ରହିଛି । ଏହି ଝୁମର ନୃତ୍ୟରେ କଳାକାରମାନେ ଝୁମ୍‌-ଝୁମ୍‌ ଶବ୍ଦ କରି ଅତି ସୁନ୍ଦର ନୃତ୍ୟ ପରିବେଷଣ କରିଥିଲେ । ସେହିପରି ଡଙ୍ଗରିଆ କନ୍ଧମାନଙ୍କର ଧାଙ୍ଗଡ଼ା-ଧାଙ୍ଗଡ଼ୀ ନୃତ୍ୟ, ଜୁଆଙ୍ଗ ଜନଜାତିଙ୍କ ଚାଙ୍ଗୁ ନୃତ୍ୟ, ପାଉଡ଼ି ଭୂୟାଁଙ୍କର ବିସ୍‌ରୀ ନୃତ୍ୟ, କୁଟିଆ କନ୍ଧଙ୍କ ଧାଙ୍ଗଡ଼ା-ଧାଙ୍ଗଡ଼ୀ ନୃତ୍ୟ, ଚନ୍ଦ୍ରଗିରିର ସଉରା ଜନଜାତିଙ୍କର ଚଇତି ନୃତ୍ୟ ପରିବେଷିତ ହୋଇଥିଲା । ପ୍ରତ୍ୟେକ ଜନଜାତି ନିଜସ୍ୱ ନୃତ୍ୟ, ସଂଗୀତ, ବାଦ୍ୟ, ପାରମ୍ପରିକ ସାଜସଜ୍ଜାରେ ନୃତ୍ୟ ପରିବେଷଣ କରିଥିଲେ । ଓଡ଼ିଶା ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଆନୁକୂଲ୍ୟରେ ଏହି ମହୋତ୍ସବ ହୋଇଥିଲା।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

Last Updated : May 25, 2022, 1:52 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.