ଭୁବନେଶ୍ବର: କୋରୋନା ପାଇଁ ବନ୍ଦ ରହିବ ମଦ ଦୋକାନ। ରାଜ୍ୟର ସମସ୍ତ ଠିପି ଖୋଲା ମଦ ଦୋକାନ ବନ୍ଦ । ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସରକାରଙ୍କ ପାଖରୁ ସାନି ନିର୍ଦେଶ ନ ଆସିଲା ପର୍ଯ୍ୟନ୍ତ ମଦ ଦୋକାନ ବନ୍ଦ ରହିବ।
କୋରୋନାର ଭାଇରସର ପ୍ରଭାବକୁ ପ୍ରତିହତ କରିବା ସମସ୍ତପ୍ରକାର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରୁଛନ୍ତି । ମଦ ଦୋକାନ ଗୁଡିକରେ ଅଧିକ ଭିଡ ଜମୁଥିବା ବେଳେ ସେଠାରେ କୋରୋନା ବ୍ୟାପିବାର ଅଧିକ ଆଶଙ୍କା ରହିଛି । ସେଥିପାଇଁ ସରକାରଙ୍କ ପକ୍ଷରୁ ପ୍ରାଥମିକ ଭାବେ ଠିପି ବନ୍ଦ ମଦ ଦୋକାନକୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ଆସନ୍ତାକାଲି ଗ୍ରାହକଙ୍କୁ ହାତ କେମିତି ସାନିଟାଇଜ କରିବେ ସୁନିଶ୍ଚିତ କରିବାକୁ ନିର୍ଦେଶ କରିଥିଲେ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ