ETV Bharat / city

ଶାହାଙ୍କ ରୁଦ୍ଧଦ୍ବାର ବୈଠକ, ସାଙ୍ଗଠନିକ ସ୍ଥିତି ନେଇ ଆଲୋଚନା - ଭୁବନେଶ୍ବର

ବିଜେପିର ରୁଦ୍ଧଦ୍ବାର ବୈଠକ । ଅମିତ ଶାହାଙ୍କ ନେତୃତ୍ବରେ ବୈଠକ ଆରମ୍ଭ ହୋଇଛି । ଅଧିକ ପଢନ୍ତୁ...

close door meeting held in bhubaneswar
ବିଜେପିର ରୁଦ୍ଧଦ୍ବାର ବୈଠକ
author img

By

Published : Feb 28, 2020, 7:45 PM IST

Updated : Feb 28, 2020, 11:11 PM IST

ଭୁବନେଶ୍ବର: ରାଜଧାନୀରେ ଶାହାଙ୍କ ରୁଦ୍ଧଦ୍ବାର ବୈଠକ । ଦଳୀୟ ସଙ୍ଗଠନ ନେଇ ମାନସ ମନ୍ଥନ । କର୍ମୀମାନଙ୍କୁ ଦେଲେ ଗୁରୁମନ୍ତ୍ର । ପୂର୍ବରୁ ଦିଆଯାଇଥିବା ସାଙ୍ଗଠନିକ ଟାସ୍କର ଅଗ୍ରଗତି ବିଷୟରେ ଆଲୋଚନା କରିବା ନେଇ ଚର୍ଚ୍ଚା ହୋଇଛି । ବିଜେପି କିପରି ଆହୁରି ଅଧିକ ଶକ୍ତିଶାଳୀ ହେବ, ସଙ୍ଗଠନକୁ ସୁଦୃଢ କରି ରାଜ୍ୟରେ କ୍ଷମତା ଦଖଲ କରାଯିବ ସେ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ରୁଦ୍ଧଦ୍ବାର ବୈଠକ ଆୟୋଜିତ ହୋଇଛି ।

ବିଜେପିର ରୁଦ୍ଧଦ୍ବାର ବୈଠକ

ବୈଠକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ରାଷ୍ଟ୍ରୀୟ ସଙ୍ଗଠନ ମହାମନ୍ତ୍ରୀ ବି ଏଲ ସନ୍ତୋଷ, ରାଷ୍ଟ୍ରୀୟ ସଙ୍ଗଠନ ସମ୍ପାଦକ ସୌଦାନ ସିଂହ, ଓଡିଶା ପ୍ରଭାରୀ ଅରୁଣ ସିଂହ, ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସହ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସାଂସଦ, ବିଧାୟକ, ପରାଜିତ ପ୍ରାର୍ଥୀ, ଜିଲ୍ଲା ପଦାଧିକାରୀଙ୍କ ସମେତ ଦଳର ବରିଷ୍ଠ ନେତା ଉପସ୍ଥିତ ରହିଛନ୍ତି ।

ବିଜେପିର ରୁଦ୍ଧଦ୍ବାର ବୈଠକ

ରାଜ୍ୟରେ ୩୭,୦୦୦ ବୁଥରେ ସଙ୍ଗଠନକୁ ସୁଦୃଢ କରିବା ନେଇ ରୋଡ ମ୍ୟାପ ପ୍ରସ୍ତୁତ ହୋଇଛି । ପୂର୍ବରୁ ଦିଆଯାଇଥିବା ଟାସ୍କ ବିଷୟରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇଛି । ଶାହା କହିଛନ୍ତି, ରାଜ୍ୟରେ ସଂଗଠନ ସୁଦୃଢ କରି ଦଳ କ୍ଷମତାକୁ ଆସିବ । ସେ ନେଇ ସମସ୍ତଙ୍କ ଚେଷ୍ଟା ରହିବା ଆବଶ୍ୟକ । ବ୍ୟାପକ ରଣନୀତି ପ୍ରସ୍ତୁତ ହୋଇଛି ବୋଲି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି । ତେବେ ଶୁକ୍ରବାର ଅମିତ ସାହାଙ୍କ ରୁଦ୍ଧଦ୍ବାର ବୈଠକରେ ପ୍ରାୟ ୨୦୦ରୁ ଊର୍ଦ୍ଧ୍ବ ବିଜେପି ନେତା ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Last Updated : Feb 28, 2020, 11:11 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.