ଭୁବନେଶ୍ବର: ଛୋଟ ସିନା କାମ ତାଙ୍କର ମହାନ । କୋଭିଡ ଯୁଦ୍ଧ ପାଇଁ ସହାୟତା କଲା କୁନି ହାତ । ଦ୍ବିତୀୟ ଶ୍ରେଣୀରେ ପଢୁଥିବା ଆୟୁଷ ଦାସ ନିଜ ସଞ୍ଚୟରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିଙ୍କୁ 10 ହଜାର 1 ଟଙ୍କା ଦାନ କରିଛନ୍ତି ।
![CM ରିଲିଫ ପାଣ୍ଠିକୁ 10 ହଜାର ଦାନ କଲେ ଦ୍ବିତୀୟ ଶ୍ରେଣୀର ଛାତ୍ର](https://etvbharatimages.akamaized.net/etvbharat/prod-images/11650744_dfc.jpg)
ଆର୍ଥିକ ରାଶି ସହ ଆୟୁଷ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅବିକଳ ଏକ ଫଟୋଚିତ୍ର କରି ଉପହାର ଦେଇଛନ୍ତି । ତାଙ୍କ ଏଭଳି ମହତ କର୍ମ ଓ କଳାକୁ ମୁଖ୍ୟମନ୍ତ୍ରୀ ପ୍ରଂଶସା କରିଛନ୍ତି । ଆୟୁଷ ଚନ୍ଦ୍ରଶେଖରପୁର ଡିଏଭି ସ୍କୁଲରେ ଦ୍ବିତୀୟ ଶ୍ରେଣୀରେ ପାଠ ପଢନ୍ତି ।
ଆୟୁଷଙ୍କ ଏଭଳି ପ୍ରୟାସ ଆଗକୁ ଓଡିଶାର କୋଭିଡ ଲଢେଇରେ ଅନ୍ୟମାନଙ୍କୁ ପ୍ରେରଣା ଦେବ ।