ETV Bharat / city

World Day Against Child Labour: 10 ଦିନ ଯାଏ ରାଜଧାନୀରେ ପରିକ୍ରମା ଅଭିଯାନ

author img

By

Published : Jun 11, 2022, 2:03 PM IST

ବିଶ୍ୱ ଶିଶୁ ଶ୍ରମିକ ନିରୋଧ ଦିବସ ଅବସରରେ ସହର ପରିକ୍ରମା ଅଭିଯାନ । ଚାଇଲ୍ଡ ଲାଇନ, ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଓ କମିଶନରେଟ ପୋଲିସର ମିଳିତ ଆନୁକୂଲ୍ୟରେ ରାଜଧାନୀରେ ଏହି ଅଭିଯାନ ଆରମ୍ଭ ହୋଇଛି । ଅଧିକ ପଢ଼ନ୍ତୁ

City tour campaign for world day against child labour
ବିଶ୍ୱ ଶିଶୁ ଶ୍ରମିକ ନିରୋଧ ଦିବସ: ଆଜିଠୁ 10 ଦିନ ଯାଏ ରାଜଧାନୀରେ ସହର ପରିକ୍ରମା ଅଭିଯାନ

ଭୁବନେଶ୍ବର: ଆଜି ହେଉଛି ବିଶ୍ୱ ଶିଶୁ ଶ୍ରମିକ ନିରୋଧ ଦିବସ । ଏହି ଅବସରରେ ରାଜଧାନୀରେ ଆରମ୍ଭ ହୋଇଛି ସହର ପରିକ୍ରମା ଅଭିଯାନ । ଚାଇଲ୍ଡ ଲାଇନ, ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଓ କମିଶନରେଟ ପୋଲିସର ମିଳିତ ଆନୁକୂଲ୍ୟରେ ଏହି ଅଭିଯାନ ହୋଇଛି । ଆଜିଠାରୁ ଆସନ୍ତା 20 ତାରିଖ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଜାରି ରହିବ ।

ଗତ ଦୁଇ ବର୍ଷ ଧରି କୋଭିଡ ସମୟରେ ସ୍କୁଲ ବନ୍ଦ ହେବା ଫଳରେ ଅଧାରୁ ପିଲାମାନେ ପାଠପଢା ଛାଡି ଥିବାବେଳେ ଅଧିକ ସଂଖ୍ୟାରେ ଶିଶୁ ଶ୍ରମିକ ସୃଷ୍ଟି ହୋଇଛନ୍ତି । ଏହା କେବଳ ଓଡ଼ିଶାରେ ନୁହଁ ବରଂ ସମଗ୍ର ଦେଶର ସମସ୍ୟା। ଏଣୁ ପିଲାଙ୍କୁ ସ୍କୁଲ ପ୍ରତି ଆଗ୍ରହ ସୃଷ୍ଟି କଲେ ଶିଶୁ ଶ୍ରମିକ ଭଳି ଅସାମାଜିକ ବ୍ୟାଧିକୁ ରୋକାଯାଇପାରିବ । ଶିଶୁଙ୍କୁ ଶ୍ରମିକ ଭାବେ ନିୟୋଜନ କଲେ ଏହା ଏକ ଧର୍ତ୍ତବ୍ୟ ଅପରାଧ । ଶିଶୁ ଶ୍ରମିକଙ୍କୁ ଚିହ୍ନଟ କରି ସେମାନଙ୍କୁ ଥଇଥାନ କରାଯିବା ସହ ଦୋଷୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ ଏହାକୁ ରୋକାଯାଇପାରିବ ବୋଲି ମତ ପ୍ରକାଶ ପାଇଛି । ସେପଟେ 2025ସୁଦ୍ଧା ଓଡିଶାକୁ ଶିଶୁ ଶ୍ରମିକ ମୁକ୍ତ ରାଜ୍ୟ ଭାବେ ଘୋଷଣା କରିବାକୁ ରାଜ୍ୟ ସରକାର ଆହ୍ବାନ ଦେଇଛନ୍ତି । ଆଜିର ଏହି ଅଭିଯାନରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.