ETV Bharat / city

Smart City ସର୍ଭିଲାନସ ସିଷ୍ଟମ ନେଇ ବୈଠକ - City Servillence system

ଏଣିକି କ୍ୟାମେରା ନଜରରେ ରହିବ ସ୍ମାର୍ଟସିଟି ଭୁବନେଶ୍ବର । ଏଥଲାଗି ପୋଲିସ ସେବା ଭବନରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଛି । ଅଧିକ ପଢନ୍ତୁ...

Smart cityର ବଢ଼ିବ ସିଟି ସର୍ଭିଲାନସ ସିଷ୍ଟମ, ବସିଲା ଗୁରୁତ୍ବପୁର୍ଣ୍ଣ ବୈଠକ

author img

By

Published : Jul 3, 2021, 5:08 PM IST

Updated : Jul 3, 2021, 9:01 PM IST

ଭୁବନେଶ୍ବର: ସ୍ମାର୍ଟ ସିଟି ଭୁବନେଶ୍ବରର ସିଟି ସର୍ଭିଲାନ୍ସ ସିଷ୍ଟମ ବଢାଇବାକୁ ଯୋଜନା ପ୍ରସ୍ତୁତ । ଏନେଇ ଶନିବାର ପୋଲିସ ସେବା ଭବନରେ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା । ବୈଠକରେ ଭୁବନେଶ୍ବର DCP, କଣ୍ଟ୍ରୋଲ ରୁମ ACP, ଅତିରିକ୍ତ ପୋଲିସ କମିଶନର ଯୋଗ ଦେଇଛନ୍ତି ।

ବୈଠକରେ କେଉଁ ଜୋନରେ କେଉ ଅଞ୍ଚଳ ସମ୍ବେଦନଶୀଳ ଆଲୋଚନା ହୋଇଛି । ସେଦୃଷ୍ଟିରୁ ଏସିପି ମାନଙ୍କ ସହ ଆଲୋଚନା ହୋଇ କ୍ୟାମେରା କେଉଁଠି ଲାଗିବ, କିପରି କ୍ରାଇମ ଓ କ୍ରିମିନାଲଙ୍କୁ ଧରିବାରେ ସର୍ଭିଲାନ୍ସ ସିଷ୍ଟମ ସହାୟକ ହୋଇପାରିବ ସେନେଇ ଆଲୋଚନା କରାଯାଇଛି। ବିଶେଷ କରି ରାଜଧାନୀ ଉପକଣ୍ଠ ତଥା ହାଇଟେକ ଛକ ହେଉ ବା ଚନ୍ଦକା ଅଞ୍ଚଳ ଉପରେ ଦିଆଯାଉଛି ଗୁରୁତ୍ବ ।

ଏହାସହ ଭରତପୁର ତଥା ଧଉଳି ଉତ୍ତରା, ବାଲିଅନ୍ତା ଓ ବାଲିପାଟଣା ଆଡ଼କୁ ସହରର ପ୍ରବେଶ ଓ ପ୍ରସ୍ଥାନ ଆଦି ସ୍ଥାନକୁ ସର୍ଭିଲାନସ ସିଷ୍ଟମ କଭରେଜ ପାଇଁ ବିଶେଷ କରି ଫୋକସ ଦିଆଯାଇଛି । ଯାହାକୁ ନେଇ ସ୍ମାର୍ଟସିଟି ପ୍ରୋଜେକ୍ଟ ଜରିଆରେ ଅଧିକରୁ ଅଧିକ ଅଞ୍ଚଳ କଭରେଜ ହୋଇପାରିବ ।

ଏଯାବତ ସ୍ମାର୍ଟସିଟିର ପ୍ରକଳ୍ପରେ ୫୧ଟି ଜାଗାରେ ଲାଇଭ ୧୪୦ଟି କ୍ୟାମେରା ଚାଲୁ ରହିଛି। ସେହିପରି କମିଶନରେଟ ପୋଲିସ ପକ୍ଷରୁ ଲଗାଯାଇଥିବା ୨୦ଟି ସିସିଟିଭି ସ୍ଥାନରେ ୫୦ଟି ସିସିଟିଭି ଚାଲୁ ରହିଛି। ଯାହାକୁ ଅଧିକରୁ ଅଧିକ କ୍ରିୟାଶୀଳ କରି ସହର ଓ ସହରର ଉପକଣ୍ଠକୁ କ୍ୟାମେରା ସର୍ଭିଲାନସ ପାଇଁ ଗୁରୁତ୍ବ ଦିଆଯାଉଛି।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Jul 3, 2021, 9:01 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.