ଭୁବନେଶ୍ବର: କୋରାପୁଟରେ ପ୍ରତିଷ୍ଠା ହେବ ସିପେଟର ଶାଖା । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ରୀୟ ସାର ଓ ରସାୟନ ବିଭାଗ ସଚିବ ପି. ରାଘବେନ୍ଦ୍ର ରାଓ ।
ତେବେ ଆସନ୍ତା 11 ଓ 12 ତାରିଖରେ ମୁମ୍ବାଇରେ ଆୟୋଜିତ ହେବ ଅନ୍ତର୍ଜାତୀୟ ପେଟ୍ରୋ କେମିକାଲ ସମ୍ମିଳନୀ । ଅନ୍ୟପଟେ ପାରାଦୀପର PCPIR ପ୍ରକଳ୍ପ ନିର୍ମାଣ କରାଯିବ । ଏଥିପାଇଁ ରାଜ୍ୟ ସରକାରଙ୍କ ସହ ଆଲୋଚନା କରାଯାଇଛି । ଖୁବଶୀଘ୍ର ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବ ବୋଲି ରାଓ ସୂଚନା ଦେଇଛନ୍ତି ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ