ETV Bharat / city

ବହୁ ଅପେକ୍ଷାର ଅନ୍ତ, ଆସନ୍ତାକାଲି ଖୋଲିବ ସିନେମା ହଲ

କୋଭିଡ କଟକଣା ମଧ୍ୟରେ ଆସନ୍ତାକାଲି ରାଜ୍ୟରେ ଖୋଲିବ ସମସ୍ତ ସିନେମା ହଲ । ଚାଲିଛି ଜୋରଦାର ପ୍ରସ୍ତୁତି । ଅଧିକ ପଢନ୍ତୁ...

author img

By

Published : Jan 7, 2021, 3:54 PM IST

cinema halls will reopen tomorrow under covid guidelines
ଆସନ୍ତାକାଲି ଖୋଲିବ ସିନେମା ହଲ: ଚାଲିଛି ଶେଷ ପ୍ରସ୍ତୁତି

ଭୁବନେଶ୍ବର: ବହୁ ଅପେକ୍ଷାର ଅନ୍ତ ଘଟାଇ ଆସନ୍ତାକାଲି(ଶୁକ୍ରବାର) ରାଜ୍ୟରେ ଖୋଲିବ ସିନେମା ହଲ । କୋଭିଡ କଟକଣାକୁ ମାନି ସିନେମା ହଲ ଖୋଲିବା ପାଇଁ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏନେଇ ଭୁବନେଶ୍ବରର ହଲଗୁଡିକ ଜୋରଦାର ପ୍ରସ୍ତୁତିରେ ଲାଗିଯାଇଛନ୍ତି ।

ଦୀର୍ଘ 9 ମାସରୁ ଉର୍ଦ୍ଧ୍ବ ସମୟ ଧରି ହଲ ବନ୍ଦ ରହିଥିବାରୁ ଯନ୍ତ୍ରପାତି ଓ ଅନ୍ୟାନ୍ୟ ସରଞ୍ଜାମର ମରାମତି ସହିତ ଲୋକମାନଙ୍କ ଯିବାଆସିବା ଓ ବସିବା ପାଇଁ ସମସ୍ତ ବ୍ୟବସ୍ଥାକୁ ବ୍ୟବସ୍ଥିତ ଢଙ୍ଗରେ କାର୍ଯ୍ୟକାରୀ କରିବାକୁ ପ୍ରସ୍ତୁତି ଚାଲିଛି । ଲୋକମାନେ ଭିତରକୁ ପ୍ରବେଶ କରିବା ବେଳେ ସେମାନଙ୍କ ସାନିଟାଇଜ କରିବା ସହ ତାପମାତ୍ରା ମାପିବା ଓ ସାମାଜିକ ଦୂରତା ରକ୍ଷା ଉପରେ ନଜର ରଖିବା ପାଇଁ ବ୍ୟବସ୍ଥା ହେଉଥିବା କହିଛନ୍ତି ହଲ କର୍ମଚାରୀ ।

ସିନେମା ଟିକେଟ ଉଭୟ ଅନଲାଇନ ଓ ଅଫଲାଇନରେ ଉପଲବ୍ଧ ହେବ । ତେବେ ଏତେ ଦିନର ବନ୍ଦ ପରେ ଓ ବିଶେଷ କିଛି ଫିଲ୍ମ ରିଲିଜ ହୋଇ ନଥିବାରୁ ପ୍ରାୟ ସବୁ ହଲ ଏକ ଇଂଲିଶ ସହ ହିନ୍ଦୀ ଫିଲ୍ମ ପ୍ରଦର୍ଶନ କରିବେ ବୋଲି ଜଣାପଡିଛି । ଧୀରେ ଧୀରେ ଲୋକମାନଙ୍କ ସଂଖ୍ୟା ବୃଦ୍ଧି ହେବା, ନୂଆ ଫିଲ୍ମ ରିଲିଜ ହେବା ଓ ସରକାରୀ କଟକଣା ହଟିବା ପରେ ସବୁ ପୂର୍ବଭଳି ସ୍ବାଭାବିକ ହେବାର ଆଶା ରଖିଛନ୍ତି ହଲ ବ୍ୟବସାୟୀ ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.