ETV Bharat / city

SDPOଙ୍କ ଗୁଣ୍ଡାରାଜ ପ୍ରସଙ୍ଗରେ ଗୃହରେ ହଟ୍ଟଗୋଳ, କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କଲା କଂଗ୍ରେସ

author img

By

Published : Jul 13, 2022, 1:41 PM IST

ଆଜିଠୁ ଚଳିତ ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି। SDPO ଅଂଶୁମାନ ଦ୍ବିବେଦୀଙ୍କ ଗୁଣ୍ଡାରାଜ ଘଟଣାରେ ଗୃହ ମଧ୍ୟରେ ବିଜେପି ଏବଂ କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ ଆରମ୍ଭ ହୋଇଥିଲା । ଅଧିକ ପଢନ୍ତୁ

SDPOଙ୍କ ଗୁଣ୍ଡାରାଜ ପ୍ରସଙ୍ଗରେ ହଟ୍ଟଗୋଳ
SDPOଙ୍କ ଗୁଣ୍ଡାରାଜ ପ୍ରସଙ୍ଗରେ ହଟ୍ଟଗୋଳ

ଭୁବନେଶ୍ବର: ଆଜିଠୁ ଚଳିତ ବଜେଟ୍‌ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି । ଗୃହରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି । SDPO ଅଂଶୁମାନ ଦ୍ବିବେଦୀଙ୍କ ଗୁଣ୍ଡାରାଜ ଘଟଣାରେ ଗୃହ ମଧ୍ୟରେ ବିଜେପି ଏବଂ କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ ଆରମ୍ଭ ହୋଇଥିଲା । ଏହାପରେ ସର୍ବଦଳୀୟ ବୈଠକ ଡାକିଥିଲେ ବାଚସ୍ପତି । ସର୍ବଦଳୀୟ ବୈଠକରେ କୌଣସି ନିଷ୍କର୍ସ ବାହାରି ନପାରିବାରୁ । ୪ଟା ଯାଏଁ ବାଚସ୍ପତି ଗୃହ ମୁଲତବୀ ରଖିଛନ୍ତି ।

ପୋଲିସ ବାବୁ ଗୁଣ୍ଡାରାଜ୍ ଚଳାଇଛନ୍ତି । ବିଧାନସଭାର ଶୂନ୍ୟକାଳରେ ପୋଲିସ ବାବୁଙ୍କ ଗୁଣ୍ଡାଗିରି ପ୍ରସଙ୍ଗ ଉଠିଥିଲା । ଚିତ୍ରକୋଣ୍ଡା ଏସଡିପିଓ ଅଂଶୁମାନ ଦ୍ବିବେଦୀ ଗୁଣ୍ଡାରାଜ ଚଳାଇଥିବା ଅଭିଯୋଗ ଆଣିଥିଲେ ଉଭୟ କଂଗ୍ରେସ ଓ ବିଜେପି । ରୁଲିଂ ଦାବି କରି ଗୃହ ମଧ୍ୟକୁ ଆସି ହୋ ହାଲ୍ଲା କରିଥିଲେ ବିରୋଧୀ କଂଗ୍ରେସ ଓ ବିଜେପି । ଶେଷରେ 25 ମିନିଟ ଗୃହ ମୁଲତବୀ କରି ସର୍ବଦଳୀୟ ବୈଠକ ଡାକିଥିଲେ ବାଚସ୍ପତି । ହେଲେ ର୍ବଦଳୀୟ ବୈଠକରେ କୌଣସି ନିଷ୍କର୍ସ ବାହାରି ନପାରି ପାରୁ ଅପରାହ୍ନ 4ଟାଏ ଯାଏ ଗୃହ ମୁଲତବୀ ରଖିଛନ୍ତି ବାଚସ୍ପତି ।

କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଅଭିଯୋଗ କରିଛନ୍ତି ଯେ, ମାଲକାନଗିରି REC 13 ନମ୍ବର ଗାଁରେ ଦବଙ୍ଗଗିରି ଦେଖାଇଛନ୍ତି ଚିତ୍ରକୋଣ୍ଡା ଏସଡିପିଓ ଅଂଶୁମାନ ଦ୍ବିବେଦୀ । ଅଞ୍ଚଳରେ ଅଂଶୁମାନ ଦ୍ବିବେଦୀ ଗୁଣ୍ଡାରାଜ ଚଳାଇଥିବା ଅଭିଯୋଗ ଆଣିଛନ୍ତି ତାରା । ଗଞ୍ଜେଇ ଚାଲାଣ ରୋକ ଲଗାଇବା ନାଁରେ ବିଳମ୍ବିତ ରାତିରେ ଗାଁ ପଶି ଆତଙ୍କ ସୃଷ୍ଟି କରିଛି ଅଂଶୁମାନ ଓ ଓଡ଼ିଶା ପୋଲିସ । ମହିଳା ଅଧିକାରୀଙ୍କୁ ସାଙ୍ଗରେ ନନେଇ ଗାଁରେ ପଶି ଗର୍ଭବତୀ ମହିଳା, 80 ବର୍ଷୀୟ ବୃଦ୍ଧା, 14 ବର୍ଷର ନାବାଳିକାଙ୍କୁ ମାଡ ମାରିଥିବା ଅଭିଯୋଗ କରିଛନ୍ତି କଂଗ୍ରେସ ସଦସ୍ୟ । ମହିଳାଙ୍କ ସମ୍ବେଦନଶୀଳ ଅଙ୍ଗରେ ମାଡ ମାରିଥିବା ଅଭିଯୋଗ ହୋଇଛି । ଏ ସଂକ୍ରାନ୍ତୀୟ ଫଟୋ ମଧ୍ୟ ଗୃହରେ ପ୍ରଦର୍ଶନ କରିଛନ୍ତି କଂଗ୍ରେସ ନେତା ତାରା ଓ ବିଜେପିର ନେତା ମୋହନ ମାଝୀ । ଖାଲି ସେତିକି ନୁହେଁ ଅଂଶୁମାନ ନିଶା ସେବନ କରି ଆତଙ୍କରାଜ କରିଛନ୍ତି ବୋଲି କହିଛନ୍ତି କଂଗ୍ରେସ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ।

ଏନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲେ ବି କୌଣସି ପଦକ୍ଷେପ ନେଇ ନାହାନ୍ତି । ଡ଼ାକ୍ତରଙ୍କୁ ଚାପ୍ ପକାଇ ମିଥ୍ୟା ରିପୋର୍ଟ ଆଣିଛନ୍ତି । ରାଜ୍ୟରେ ମାଆକୁ ସମ୍ମାନ କଥା କହୁଥିବା ସରକାରଙ୍କର ଏ କି ସମ୍ମାନ ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ । ଗଞ୍ଜେଇ ଚୋରା ଚାଲାଣ ଘଟଣାରେ ଜୁଲାଇ 5 ତାରିଖରେ ଏଭଳି କାଣ୍ଡ ଭିଆଇଛି ପୋଲିସ । ଘଟଣାରେ ଦୁଇ ଜଣ ସାମ୍ବାଦିକ, କଂଗ୍ରେସର ଜିଲ୍ଲା ଓ ସଭାପତିଙ୍କ ସହ 18 ଜଣଙ୍କୁ ଗିରଫ କରାଯାଇଛି । ତୁରନ୍ତ ଏସଡିପିଓଙ୍କୁ ନିଲମ୍ବନ କରିବା ସହ ଜୁଡିସିଆଲ ମାଜିଷ୍ଟ୍ରେଟଙ୍କ ଜରିଆରେ ତଦନ୍ତ ପାଇଁ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର, ତାରା ପ୍ରସାଦ ବାହିନୀପତି ଦାବି କରିଥିବା ବେଳେ କ୍ରାଇମବ୍ରାଞ୍ଚ୍ ତଦନ୍ତ ଦାବି କରିଛନ୍ତି ସନ୍ତୋଷ ସିଂ ସାଲୁଜା ।

ଗୃହ କମିଟି ଗଠନ କରି ଘଟଣାସ୍ଥଳ ପରିଦର୍ଶନ କରିବା ପାଇଁ ବାଚସ୍ପତିଙ୍କ ରୁଲିଂ ଦାବି କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବାରୁ ଗୃହର ସବୁ କାର୍ଯ୍ୟକ୍ରମ ବାତିଲ କରି ଏହି ପ୍ରସଙ୍ଗରେ ଆଲୋଚନା କରିବାକୁ ଦାବି କରିଛନ୍ତି ବିଧାୟକ ନରସିଂହ । ବାଚସ୍ପତିଙ୍କ ରୁଲିଂ ଦାବିରେ କଂଗ୍ରେସ ଓ ବିଜେପିର ବିଧାୟକ ଗୃହ ମଧ୍ୟ ଭାଗରେ ହଟଗୋଳ କରିଥିଲେ । ତେଣୁ ଗୃହକୁ ପ୍ରଥମେ 10 ମିନିଟ ଓ ପରେ 15 ଏବଂ 15 ମିନିଟ ବାତିଲ କରାଯାଇଥିଲା । ଏହି ସମୟରେ ସର୍ବଦଳୀୟ ବୈଠକ ଡାକିଥିଲେ ବାଚସ୍ପତି ବିକ୍ରମ କେଶରୀ ଆରୁଖ । ବୈଠକରେ ସଂସଦୀୟ ବ୍ୟାପାର ମନ୍ତ୍ରୀ, ସରକାରୀ ଦଳ ମୁଖ୍ୟ ସଚେତକ, ବିରୋଧୀ ଦଳ ବିଜେପି ଓ କଂଗ୍ରେସର ସଚେତନ ପ୍ରମୁଖ ଉପସ୍ଥିତ ଥିଲେ । ସର୍ବଦଳୀୟ ବୈଠକ ନିଷ୍କର୍ଷ ନ ବାହାରିବାରୁ ଗୃହ ମୁଲତବୀ ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.