ETV Bharat / city

15 ବର୍ଷରୁ ତଳକୁ ପିଲାଙ୍କୁ ମନ୍ଦିରରେ ମିଳିବ ପ୍ରବେଶ ଅନୁମତି - ଏଣିକି ମନ୍ଦିରରେ ପ୍ରବେଶ ପାଇଁ ପିଲାଙ୍କୁ ମିଳିବ ଅନୁମତି

15 ବର୍ଷରୁ ତଳ ପିଲାଙ୍କୁ ଏଣିକି ମନ୍ଦିର ଓ ଅନ୍ୟାନ୍ୟ ଧର୍ମାନୁଷ୍ଠାନରେ ମିଳିବ ପ୍ରବେଶର ଅନୁମତି। ବାପା ମା ଓ ପରିବାରଙ୍କ ସହ ଏବେ ମନ୍ଦିରକୁ ଯାଇପାରିବେ ପିଲାମାନେ । ଏନେଇ ବିଏମସି ପକ୍ଷରୁ ନିଷ୍ପତ୍ତି ହୋଇଛି । ଅଧିକ ପଢନ୍ତୁ

15 ବର୍ଷରୁ ତଳକୁ ପିଲାଙ୍କୁ ମନ୍ଦିରରେ  ମିଳିବ ପ୍ରବେଶ ଅନୁମତି

author img

By

Published : Feb 8, 2022, 11:05 PM IST

ଭୁବନେଶ୍ବର: 15 ବର୍ଷରୁ ତଳ ପିଲାଙ୍କୁ ଏଣିକି ମନ୍ଦିର ଓ ଅନ୍ୟାନ୍ୟ ଧର୍ମାନୁଷ୍ଠାନରେ ମିଳିବ ପ୍ରବେଶର ଅନୁମତି। ବାପା ମା ଓ ପରିବାରଙ୍କ ସହ ଏବେ ମନ୍ଦିରକୁ ଯାଇପାରିବେ ପିଲାମାନେ । ଏନେଇ ବିଏମସି ପକ୍ଷରୁ ନିଷ୍ପତ୍ତି ହୋଇଛି।

ଆସନ୍ତା 12 ତାରିଖରୁ ସମସ୍ତ ଧର୍ମାନୁଷ୍ଠାନରେ ଏହା ଲାଗୁ ହେବ । ପିଲାଙ୍କର କୋଭିଡ ନିୟମ ପାଳନ କରିବାର ଦାୟିତ୍ବ ଅଭିବାବକ ବା ପରିବାର ଲୋକଙ୍କର । ଆସନ୍ତା 12 ତାରିଖରୁ ରାଜଧାନୀର ସମସ୍ତ ଧର୍ମାନୁଷ୍ଠାନ ଖୋଲିବାକୁ ବିଏମସି ଦେଇଛି ଅନୁମତି। ଟିକା ନେଇଥିବା ଶ୍ରଦ୍ଧାଳୁଙ୍କୁ ମିଳିବ ପ୍ରବେଶ ର ଅନୁମତି।

ଏପଟେ ଲିଙ୍ଗରାଜ ମନ୍ଦିରରେ ମଧ୍ୟ ଏକାକାଳୀନ 100 ଜଣ ଶ୍ରଦ୍ଧାଳୁଙ୍କୁ ଦର୍ଶନ ପାଇଁ ଛଡା ଯିବାକୁ ନେଇ ମଧ୍ୟ ବିଏମସି ଦେଇଛି ମଞ୍ଜୁରୀ। କୋଭିଡ ନିୟମକୁକୁ କଡାକଡି ଭାବେ ପାଳନ କରିବା ପାଇଁ ସମସ୍ତ ଧର୍ମାନୁଷ୍ଠାନ କୁ ବିଏମସି ଦେଇଛି ନିର୍ଦ୍ଦେଶ। ରାଜ୍ୟରେ ସଂକ୍ରମଣ ର ହାର କମୁଥିବାରୁ ଏହି ନିଷ୍ପତି ନିଆଯାଇଛି ବୋଲି ବିଏମସି ଅତିରିକ୍ତ କମିଶନର କହିଛନ୍ତି।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.