ETV Bharat / city

ଗଛତଳେ ଚାଲିଛି ପାଠପଢା, ବସ୍ତି ପିଲାଙ୍କ ପାଇଁ ଆଶାର କିରଣ ଅଭିକ୍ଷା ଟ୍ରଷ୍ଟ

author img

By

Published : Dec 13, 2020, 8:56 PM IST

ଖୋଲା ଆକାଶ ତଳେ ଚାଲିଛି ବସ୍ତିପିଲାଙ୍କ ପାଠପଢା । ମୁହଁରେ ମାସ୍କ ସହ ପିଲାଙ୍କ ସାମାଜିକ ଦୂରତା ରକ୍ଷା କରି ଚାଲିଛି ପାଠପଢା। ଆଉ ଏହି ବସ୍ତିପିଲାଙ୍କୁ ପାଠ ପଢ଼ାଇ କିଭଳି ସେମାନେ ସ୍କୁଲ ଯିବେ, ଆଉ ସୁନେଲି ଭବିଷ୍ୟତ ଗଢିବେ ସେନେଇ ଏକ ପ୍ରୟାସ କରିଛି ଅଭିକ୍ଷା ଟ୍ରଷ୍ଟ।

ବସ୍ତି ପିଲାଙ୍କ ପାଇଁ ଆଶାର କିରଣ ଅଭିକ୍ଷା ଟ୍ରଷ୍ଟ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରେ ଏକ ଗଛ ତଳେ ଚାଲିଛି କୁନିକୁନି ପିଲାଙ୍କର ପାଠ ପଢା। ମୁହଁରେ ମାସ୍କ ସହ ପିଲାଙ୍କ ମଧ୍ୟରେ ରହିଛି ସାମାଜିକ ଦୂରତା। ପିଲାଙ୍କୁ ପାଠ ପଢ଼ିବା ସହ କିଭଳି ସେମାନେ ପାଠପଢି ସ୍କୁଲ ଯିବେ, ଏନେଇ ଏକ ପ୍ରୟାସ କରିଛି ଅଭିକ୍ଷା ଟ୍ରଷ୍ଟ।

ଗଛତଳେ ଚାଲିଛି ପାଠପଢା, ବସ୍ତି ପିଲାଙ୍କ ପାଇଁ ଆଶାର କିରଣ ଅଭିକ୍ଷା ଟ୍ରଷ୍ଟ

ସାଧାରଣ ଭାବେ ଦେଖାଯାଏ, ବସ୍ତି ପିଲାମାନେ ସ୍କୁଲ ନଯାଇ ଅବାଟରେ ଚାଲିଯାଆନ୍ତି । ମାତ୍ର ଏଠାରେ ଏହି ପିଲାମାନେ ପାଠ ପଢୁଛନ୍ତି। ଏଭଳି ଏକ ଚିତ୍ର ଦେଖିବାକୁ ମିଳିଛି ରାଜଧାନୀର ହାଇଟେକ ଅଂଞ୍ଚଳରେ ଥିବା ନାଲବନ୍ଧ ବସ୍ତିରେ।

ଏହି ନାଲବନ୍ଧ ବସ୍ତିରେ ପଖାପାଖି 40 ରୁ 50 ଜଣ ପିଲା ରୁହନ୍ତି। ଅତି ଛୋଟ ବୟସରୁ ଶିକ୍ଷାର ଅଭାବ ଯୋଗୁଁ ଏହି ପିଲାମାନେ ନଦୀରୁ ମାଛ ମାରିବା, ବୁଲାବୁଲି କରିବା, ସକାଳୁ ଉଠି ଦୁଇ ଓଳା ଖାଇବା ପରେ କାମରେ ଲାଗିଥାନ୍ତି। ଅନ୍ୟପଟେ ପରିବାର ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଅନେକ ନିଶାଦ୍ରବ୍ୟ ପ୍ରସ୍ତୁତିରେ ଲାଗିପଡ଼ନ୍ତି। ହେଲେ ଏବେ ପିଲାମାନେ ପାଠ ପଢୁଛନ୍ତି।

ନିଜ ବ୍ୟବହାର ପ୍ରତି ଧ୍ୟାନ ଦେଉଛନ୍ତି ଏବଂ ଅନ୍ୟମାନଙ୍କୁ ସମ୍ମାନ ଦେଉଛନ୍ତି। ଏହି ପିଲାଙ୍କୁ ଓଡ଼ିଆ ଭାଷା କିମ୍ବା ଓଡିଶା ଉପରେ କିଛି ବି ଜ୍ଞାନ ନଥିବାବେଳେ ଅଭିକ୍ଷା ଟ୍ରଷ୍ଟର ମ୍ୟାନେଜିଙ୍ଗ ଟ୍ରଷ୍ଟି ମାନସୀ ଶତପଥୀ ପିଲାଙ୍କୁ ପାଠ ପଢ଼ାଉଛନ୍ତି।

ଦୀର୍ଘ 2 ବର୍ଷ ହେଲା ଏହି ବସ୍ତିରେ ପାଠ ପଢ଼ାଇ ଆସୁଛନ୍ତି ମାନସୀ। ଏହି ପିଲାମାନେ ବିଶେଷକରି ସ୍କୁଲକୁ ଯାଆନ୍ତି ନାହିଁ। ଏହି ପିଲାଙ୍କୁ ଉପଯୁକ୍ତ ଜ୍ଞାନ ଦେଇ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତକୁ ଆଣିବା ପାଇଁ ଅଭିନବ ପ୍ରୟାସ କରାଯାଉଛି। କେବଳ ପାଠ ପଢା ନୁହେଁ। ପିଲାଙ୍କ ମଧ୍ୟରେ ଖେଳକୁଦ, ନାଚଗୀତ ସହ ସାଧାରଣ ଜ୍ଞାନ ଶିକ୍ଷା ଆଦି ଦିଆଯାଉଛି।

ଏହି ପିଲାଙ୍କ ମଧ୍ୟରେ ଅନେକ ପୋଲିସ ହୋଇ ଲୋକଙ୍କୁ ସୁରକ୍ଷା ଦେବ ତ ଆଉ କିଏ ଦେଶ ମାତୃକା ପାଇଁ ଲଢିବ ଆଉ କିଏ ମଡେଲିଂଙ୍ଗ କରିବାକୁ ଲକ୍ଷ୍ୟ ରଖିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.