ETV Bharat / city

ଶିଶୁ ସୁରକ୍ଷା ଆୟୋଗକୁ ଘାରିଛି ଶିଶୁ ଚାଲାଣ ଚିନ୍ତା - lockdown news

କୋରୋନା ପରିସ୍ଥିତି ସୁଧୁରିବା ପରେ ବଢିପାରେ ଶିଶୁ ଚାଲାଣ । ଗୋଟିଏ ରାଜ୍ୟରୁ ଅନ୍ୟରାଜ୍ୟ ଓ ଦେଶ ବାହାରକୁ ମଧ୍ୟ ଚାଲାଣ ହୋଇପାରନ୍ତି ଶିଶୁ । ଯାହାକୁ ଲକ୍ଷ୍ୟ କରି ପୂର୍ବ ପ୍ରସ୍ତୁତି ଆରମ୍ଭ କରିଛି ଶିଶୁ ସୁରକ୍ଷା ଆୟୋଗ । ଅଧିକ ପଢନ୍ତୁ...

child trafficking
ଲକ୍‌ଡାଉନ୍‌ ପରେ ଶିଶୁ ଚାଲାଣ ଚିନ୍ତା
author img

By

Published : May 14, 2020, 2:54 PM IST

ଭୁବନେଶ୍ବର: ଲକ୍‌ଡାଉନ୍‌ ପରେ ଶିଶୁ ସୁରକ୍ଷା ଆୟୋଗର ଶିଶୁ ଚାଲାଣ ଚିନ୍ତା । କୋରୋନା ପରିସ୍ଥିତି ସୁଧୁରିବା ପରେ ବଢିପାରେ ଶିଶୁ ଚାଲାଣ । ଗୋଟିଏ ରାଜ୍ୟରୁ ଅନ୍ୟରାଜ୍ୟ ଓ ଦେଶ ବାହାରକୁ ମଧ୍ୟ ଚାଲାଣ ହୋଇପାରନ୍ତି ଶିଶୁ । ବିଶେଷ କରି ଝିଅଙ୍କ ଉପରେ ରହିପାରେ ଶିଶୁ ଦଲାଲଙ୍କ ଆଖି । ଏହାକୁ ମୁକାବିଲା କରିବା ପାଇଁ ପୂର୍ବ ପ୍ରସ୍ତୁତି କରୁଛି ଆୟୋଗ । ସ୍କୁଲରେ ଶିକ୍ଷକ ଓ ଅଭିଭାବକଙ୍କୁ ସଚେତନ କରିବା ସହ ରାସ୍ତାରେ, ବସ୍‌ଷ୍ଟପ୍‌ରେ, ରେଳ ଷ୍ଟେସନରେ ହୋର୍ଡିଂ ଓ ଅନଲାଇନ ମାଧ୍ୟମରେ ସଚେତନ କରିବାକୁ ଯୋଜନା କରିଛି ଆୟୋଗ ।

ଲକ୍‌ଡାଉନ୍‌ ପରେ ଶିଶୁ ଚାଲାଣ ଚିନ୍ତା

ସେହିପରି ଶିଶୁ ଚାଲାଣ ରୋକିବା ପାଇଁ ଆୟୋଗ ପକ୍ଷରୁ ହଟସ୍ପଟ୍‌ରେ ରହିବ ତୀକ୍ଷ୍ଣ ନଜର । ବିଶେଷ କରି ଟ୍ରେନ ମାଧ୍ୟମରେ ରାଉରକେଲା, ବ୍ରାହ୍ମପୁର, କଟକ ଭୁବନେଶ୍ବରରୁ ଶହ ଶହ ଶିଶୁ ଚାଲାଣ ହୋଇଥାନ୍ତି। ଏମାନଙ୍କ ଉପାରେ କଡା ନଜର ରଖାଯିବ। ଚାଲାଣ କରୁଥିବା ଦଲାଲଙ୍କୁ କିଭଳି ଚିହ୍ନଟ କରାଯିବ ସେନେଇ ଦିଆଯିବ ପ୍ରାଥମିକତା । ଝିଅ ମାନଙ୍କୁ ପ୍ରଲୋଭିତ କରି ସେମାନଙ୍କୁ ବିକ୍ରି କରାଯିବା ସହ ଦେହଜୀବୀ ସଜାଇଦେଉଥିବାରୁ ଏଥିପ୍ରତି ରହିବ କଡା ନଜର । ଝିଅ ମାନେ ବାହାରକୁ ଗଲେ ରେଜିଷ୍ଟେସନ କରିବାକୁ ପଡିବ ।

ବିଶେଷ କରି ଗଞ୍ଜାମ, କେନ୍ଦ୍ରାପଡା, କେନ୍ଦୁଝର, ବାଲେଶ୍ବର, ଭଦ୍ରକ, ସୁନ୍ଦରଗଡ ଓ ଝାରସୁଗୁଡାରୁ ଅତ୍ୟଧିକ ଭାବରେ ଶିଶୁ ଚାଲାଣ କରାଯାଉଥିବାବେଳେ ଏହି ଜିଲ୍ଲା ଉପରେ ଆୟୋଗର ରହିବ କଡା ନଜର । ସେହିପରି ଚାଲାଣର ହଟସ୍ପଟ କନ୍ଧମାଳ ଜିଲ୍ଲା ଉପରେ ରହିବ ଅଧିକ ଫୋକସ୍‌ । ତେବେ ଟଙ୍କା ଲକ୍‌ଡାଉନ୍‌ ପରେ ଗରିବଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯିବାର ଆଶଙ୍କା କରାଯାଉଛି । ଏହି ସମୟରେ ସେମାନଙ୍କୁ ସରକାର ଆର୍ଥିକ ସହାୟତା ପ୍ରଦାନ ହିଁ ଶିଶୁ ଚାଲାଣ କିଛି ପରିମାଣରେ ରୋକାଯାଇ ପାରିବ ବୋଲି କୁହାଯାଉଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.