ETV Bharat / city

ଲକଡାଉନରେ ବଢୁଛି ଶିଶୁ ଚାଲାଣ: ଥାନାରେ ନାହିଁ ରିପୋର୍ଟ - ଶିଶୁ ଚାଲାଣ

ଲକଡାଉନରେ ବି ଚାଲିଛି ଶିଶୁ ଚାଲାଣ । କମିନି ଶିଶୁ ଚାଲାଣକାରୀଙ୍କ ପ୍ରଭାବ। ଯାହା ଫଳରେ ରାଜଧାନୀରୁ ଉଦ୍ଧାର ହୋଇଛନ୍ତି 20ରୁ ଅଧିକ ନିଷ୍ପାପ ଶିଶୁ । ଅଧିକ ଖବର ପଢନ୍ତୁ...

ଲକଡାଉନରେ ବୃଦ୍ଧି ପାଉଛି ଶିଶୁ ଚାଲାଣ: ଥାନାରେ ନାହିଁ ରିପୋର୍ଟ

author img

By

Published : Aug 8, 2020, 9:34 PM IST

ଭୁବନେଶ୍ବର: ଲକଡାଉନରେ ବି ଚାଲିଛି ଶିଶୁ ଚାଲାଣ । କମିନି ଶିଶୁ ଚାଲାଣକାରୀଙ୍କ ପ୍ରଭାବ । ଯାହା ଫଳରେ ରାଜଧାନୀରୁ ଉଦ୍ଧାର ହୋଇଛନ୍ତି 20ରୁ ଅଧିକ ନିଷ୍ପାପ ଶିଶୁ । ଲକଡାଉନର 5 ମାସ ମଧ୍ୟରେ ଦେଖିବାକୁ ମିଳିଛି ଏଭଳି ଉତ୍କଟ ଦୃଶ୍ୟ । ତେବେ କଣ ରହିଛି ଏହା ପଛର କାରଣ ? ଦେଖନ୍ତୁ ଏହି ସ୍ପେଶାଲ ରିପୋର୍ଟ...

ଲକଡାଉନରେ ବୃଦ୍ଧି ପାଉଛି ଶିଶୁ ଚାଲାଣ: ଥାନାରେ ନାହିଁ ରିପୋର୍ଟ

କୋରୋନା କାଳେ ବି କମିନି ନିଷ୍ପାପ ଶିଶୁଙ୍କ ଉପରେ ଅତ୍ୟାଚାର । ଆର୍ଥିକ, ପାରିବାରିକ, ପରିସ୍ଥିତି ଭିତ୍ତିକ ସମସ୍ୟାରୁ ଫାଇଦା ଉଠାଇ ଶିଶୁ ଚୋରା ଚାଲାଣ କରୁଛନ୍ତି ଦଲାଲ । ଯାହାର ପ୍ରମାଣ ହେଉଛି ସିଡବ୍ଲୁସି ଦ୍ବାରା ଉଦ୍ଧାର ହୋଇଥିବା 20ରୁ ଅଧିକ ଶିଶୁ । ତଥ୍ୟ ଅନୁସାରେ, ମେ ୧୬ ତାରିଖ କ୍ୟାପିଟାଲ ଥାନା ଏକ ନମ୍ବର ମାର୍କେଟରୁ 10 ବର୍ଷର ନାବାଳକକୁ ଉଦ୍ଧାର କରିଥିଲା ଚାଇଲ୍ଡ ଲାଇନ । ଜୁନ ୧୮ ତାରିଖ ନୟାପଲ୍ଲୀ ଥାନା ଅଞ୍ଚଳର ଜୟଦୁର୍ଗା ମନ୍ଦିର କଡରୁ ଉଦ୍ଧାର କରାଯାଇଥିଲା ୧୪ ବର୍ଷୀୟ ନାବାଳକକୁ । ଯେକି ଘରପୋଛିବା ଏବଂ ବାସନକୁସନ ସଫା କାମରେ ଲଗାଇବା ପାଇଁ ଦଲାଲ ଆଣିଥିଲା ଭୁବନେଶ୍ବରକୁ । ସେହିଭଳି କାମଦେବା ବାହାନାରେ ଜୁଲାଇ ୪ ତାରିଖ ଖଣ୍ଡଗିରି ଥାନା ବରମୁଣ୍ଡାରୁ ଉଦ୍ଧାର ହୋଇଥିଲା ୧୫ ବର୍ଷିୟା ନାବାଳିକା । ସେହିଭଳି ଜୁଲାଇ ୧୭ ଧଉଳି ଥାନା ଧଉଳି ଛକ ପୂର୍ବରୁ ୧୬ ବର୍ଷର ନାବାଳକକୁ ଉଦ୍ଧାର କରିଥିଲା ଚାଇଲ୍ଡ ଲାଇନ । ଜୁଲାଇ ୧୨ ତାରିଖ ଧଉଳି ଥାନା ଗଙ୍ଗୁଆ ବ୍ରିଜ୍ କଡରେ ୧୪ ବର୍ଷର ନାବାଳିକାକୁ ଝିଅ କହି ରଖିଥିଲା ଜଣେ ବ୍ୟକ୍ତି । ଏନେଇ ପରିଚୟ ନ ଦେଖାଇପାରିବାରୁ ନାବାଳିକାକୁ ଉଦ୍ଧାର କରିଥିଲା ଚାଇଲ୍ଡଲାଇନ ଟିମ ।

ହେଲେ କମିଶନରୋଟ ପୋଲିସର ଭୁବନେଶ୍ବର ସମସ୍ତ ଥାନାର ରିପୋର୍ଟ କହୁଛି ଗତ 5 ମାସ ଲକଡାଉନ ପିରିୟଡରେ ଗୋଟିଏ ବି ଶିଶୁ ଚାଲାଣର ରିପୋର୍ଟ ହୋଇନି । ଏପରିକି ଗତ ବର୍ଷ ଜୁଲାଇ ମାସରେ ଜଣେ ଶିଶୁକୁ ଚାଲାଣ କରାଯାଇଥିବା କମିଶନରେଟ ପୋଲିସ ଭୁବନେଶ୍ବର ଡିସିପି କାର୍ଯାଳୟରୁ ସୂଚନା ମିଳିଛି । ତେବେ ଏହା ଏକ ଉଦବେଗଜନକ ବିଷୟ ଏବଂ ଏହା ଲକଡାଉନ ପରେ ଧିରେ ଧିରେ ଆହୁରି ଉଗ୍ର ରୂପ ନେବ ବୋଲି କହିଛନ୍ତି ମନସ୍ତ୍ବତବିତ୍।

ଏଭଳି ସ୍ଥିତିରେ ସମାଜରେ ଶିଶୁଙ୍କ ପ୍ରତି ହେଉଥିବା ଅତ୍ୟାଚାର ବା କୌଣସି ସମସ୍ୟା ଦେଖାଦେଲେ ସମାଜ, ପୋଲିସ ଓ ଚାଇଲ୍ଡ ଲାଇନ ସହ ପ୍ରଶାସନ ଆଗେଇ ଆସିବା ଜରୁରୀ ।

ଭୁବନେଶ୍ବରରୁ ତାପସ କୁମାର ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.