ETV Bharat / city

ଲକଡାଉନ ସ୍ଥିତି ପରଖିଲେ ମୁଖ୍ୟ ଶାସନ ସଚିବ, କାଲିଠୁ କଡା ହେବ କଟକଣା

author img

By

Published : May 5, 2021, 10:26 PM IST

ବୁଧବାର ଲକଡାଉନର ପ୍ରଥମ ଦିନରେ ନିୟମର ଅନୁପାଳନ, ଟିକାଦାନ, କୋଭିଡ଼ ଟେଷ୍ଟ , ସ୍ବାସ୍ଥ୍ୟ ସେବା ଆଦି କାର୍ଯ୍ୟର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ଲକଡାଉନ ନିୟମ କଡାକଡି ପ୍ରବର୍ତ୍ତନ ନିମନ୍ତେ ପୋଲିସ୍‌ ଏବଂ ସଂପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ଅଧିକ ପଢନ୍ତୁ..

ଲକଡାଉନ ସ୍ଥିତି ପରଖିଲେ ମୁଖ୍ୟ ଶାସନ ସଚିବ, କାଲିଠୁ କଡା ହେବ  କଟକଣା
ଲକଡାଉନ ସ୍ଥିତି ପରଖିଲେ ମୁଖ୍ୟ ଶାସନ ସଚିବ, କାଲିଠୁ କଡା ହେବ କଟକଣା

ଭୁବନେଶ୍ବର: ଲକଡାଉନର ପ୍ରଥମ ଦିନ ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଲୋକଙ୍କୁ ସଚେତନ କରିବା ସହ ଲକଡାଉନ କଟକଣାକୁ କଡାକଡ଼ି ପାଳନ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ବିନା ମୋବାଇଲ ମେସେଜ୍ ବା ପୂର୍ବସୂଚନାରେ ଟିକାଦାନ କେନ୍ଦ୍ର ନଆସିବା ପାଇଁ ଲୋକମାନଙ୍କୁ ପରାମର୍ଶ ଦିଆଯାଇଛି ।

ବୁଧବାର ଲକଡାଉନର ପ୍ରଥମ ଦିନରେ ନିୟମର ଅନୁପାଳନ, ଟିକାଦାନ, କୋଭିଡ଼ ଟେଷ୍ଟ , ସ୍ବାସ୍ଥ୍ୟ ସେବା ଆଦି କାର୍ଯ୍ୟର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ଲକଡାଉନ ନିୟମ କଡାକଡି ପ୍ରବର୍ତ୍ତନ ନିମନ୍ତେ ପୋଲିସ୍‌ ଏବଂ ସଂପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ଲକଡାଉନ୍ ସମୟରେ ଟିକାକରଣ, ସ୍ବାସ୍ଥ୍ୟସେବା କୋଭିଡ୍ ପରୀକ୍ଷା ଓ ଜରୁରୀସେବା ସହ ସଂପୃକ୍ତ କାର୍ଯ୍ୟାଳୟ ଖୋଲା ରହିବା ଅତ୍ୟାବଶ୍ୟକୀୟ ପଦାର୍ଥ ନିମନ୍ତେ ସକାଳ ୬ଟାରୁ ୧୨ଟା ପର୍ଯ୍ୟନ୍ତ ପନିପରିବା ତେଜରାତି ଦୋକାନ ଆଦି ଖୋଲା ରହିବାର ବ୍ୟବସ୍ଥା କରାଯାଇଛି । ଟିକାକରଣ ନିମନ୍ତେ ରେଜିଷ୍ଟ୍ରେସନ ମାଧ୍ୟମରେ ମେସେଜ୍ ଓ ପୂର୍ବସୂଚନା ଆଦିର ବ୍ୟବସ୍ଥା ରହିଛି । ଏପରି ସୂଚନା ନଥିବା ବ୍ୟକ୍ତିମାନେ ଟିକାକରଣ କେନ୍ଦ୍ର ଆଗରେ ଅଯଥା ଭିଡ ନଜମାଇବା ପାଇଁ କୁହାଯାଇଛି । ସେହିପରି ପନିପରିବା ହାଟ ବଜାରକୁ ମଧ୍ୟ ବିକେନ୍ଦ୍ରୀକରଣ କରାଯାଇଛି । ତେଣୁ ମାଛ, ମାଂସ ଦୋକାନ, ତେଜରାତି ଦେକାନ ଏବଂ ପନିପରିବା ଦୋକାନ ଆଦିରେ ଭିଡ ନକରିବା ପାଇଁ ସମସ୍ତଙ୍କୁ ସତର୍କ କରାଇ ଦିଆଯାଇଛି । ନିଜ ନିଜର ଖାଦ୍ୟ ଓ ରାସନ୍ ସାମଗ୍ରୀ ନିକଟତମ ଦୋକାନରୁ କିଣିବା ପାଇଁ ଜନସାଧାରଣଙ୍କୁ କୁହାଯାଇଛି ।

ମାଇକ ପ୍ରଚାର ମାଧ୍ୟମରେ ଜନସାଧାରଣଙ୍କୁ ସଚେତନ କରାଇବା ନିମନ୍ତେ ମୁଖ୍ୟ ଶାସନ ସଚିବ ସହରାଞ୍ଚଳ କର୍ତ୍ତୁପକ୍ଷ ଓ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଗୁରୁବାରଠାରୁ କଟକଣାକୁ ଅଧିକ କଡାକଡି କରିବାକୁ ମୁଖ୍ୟ ଶାସନ ସଚିବ ପୋଲିସ୍‌ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଭିଡ ଜମୁଥିବା ବିଭିନ୍ନ ସ୍ଥାନ ବୁଲି ଦେଖିବା ପାଇଁ ମୁଖ୍ୟ ଶାସନ ସଚିବ ବରିଷ୍ଠ ପ୍ରଶାସନିକ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଲକଡାଉନ୍ ବିଷୟରେ ସଚେତନତା, କଡାକଡି ପ୍ରବର୍ତ୍ତନ ଓ ଅନୁପାଳନ ମାଧ୍ୟମରେ ଆସନ୍ତା ୬ ରୁ ୭ ଦିନ ମଧ୍ୟରେ ସଂକ୍ରମଣ ହାରକୁ ହ୍ରାସ କରିବା ନିମନ୍ତେ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

ଲୋକସେବା ଭବନରୁ ଡ଼ିଜିଟାଲ୍ ମୋଡରେ ଅନୁଷ୍ଠିତ ଏହି ବୈଠକରେ ଉନ୍ନୟନ କମିଶନର ତଥା ସ୍ଵତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ କୁମାର ଜେନା, ପୋଲିସ୍ ମହା ନିର୍ଦ୍ଦେଶକ ଅଭୟ, ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ, ବିଏମ୍.ସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ, କଟକ ମହାନଗର ନିଗମ କମିଶନର ଅନନ୍ୟା ଦାସଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ଦୈତ ମହାନଗରୀ ପୋଲିସ୍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଲକଡାଉନ୍ ସମ୍ବନ୍ଧିତ ତଥ୍ୟ ପ୍ରଦାନ କରିଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.