ETV Bharat / city

Odisha Civic Polls: ମତଦାନ କଲେ ମୁଖ୍ୟ ଶାସନ ସଚିବ

author img

By

Published : Mar 24, 2022, 1:38 PM IST

ପୌର ନିର୍ବାଚନ ପାଇଁ ଚାଲିଛି ଭୋଟ ଗ୍ରହଣ । ଭୋଟ ଦେଲେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ଅଧିକ ପଢନ୍ତୁ

Odisha civic polls: ମତଦାନ କଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର: ଭୋଟ ଦେଲେ ମୁଖ୍ୟ ଶାସନ ସଚିବ । ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ମତଦାନ କରିଛନ୍ତି । ଭୁବନେଶ୍ୱର ୟୁନିଟ 1 ୱାର୍ଡ ନମ୍ୱର 40 ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟର 416 ନମ୍ବର ବୁଥରେ ସେ ଭୋଟ ଦେଇଛନ୍ତି । ସୁରେଶ ମହାପାତ୍ରଙ୍କ ସହ ପତ୍ନୀ ଦେବାୟନୀ ନନ୍ଦ ମଧ୍ୟ ନିଜ ମତସାବ୍ୟସ୍ତ କରିଛନ୍ତି । ଗଣତନ୍ତ୍ରର ଏହି ମହାପର୍ବରେ ସାମିଲ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟ ଶାସନ ସଚିବ । ମତଦାନ ପ୍ରକ୍ରିୟାରେ ଅଧିକରୁ ଅଧିକ ନିଜକୁ ସାମିଲ କରିବା ପାଇଁ ସେ ଭୋଟରଙ୍କୁ ନିବେଦନ କରିଛନ୍ତି ।

ଗଣତନ୍ତ୍ରର ଏହି ପ୍ରକ୍ରିୟାରେ ବହୁ ସଂଖ୍ୟାରେ ଭୋଟର ସକ୍ରିୟ ଅଂଶଗ୍ରହଣ କରି ନିଜ ମତାଧିକାର ସାବ୍ୟସ୍ତ କରିବେ । କିଛି ଭୋଟରଙ୍କ ଦେହାନ୍ତ, ସରକାରୀ କର୍ମଚାରୀଙ୍କ ବଦଳି ଓ ଅବସର ଯୋଗୁଁ ଭୋଟର ତାଲିକାରେ ନାମ ରହିବା ସମ୍ଭବପର ହେଉନାହିଁ । ତେଣୁ ସହରାଞ୍ଚଳରେ ପୋଲିଂ କମ୍ ରହୁଥିବା ମୁଖ୍ୟ ଶାସନ ସଚିବ କହିଛନ୍ତି । ବିଭିନ୍ନ ସ୍ଥାନରେ ଇଭିଏମ ତ୍ରୁଟି ନେଇ ଆଜି ଅନେକ ଅଭିଯୋଗ ଆସିଛି । ତେବେ ତାହାର ବିକଳ୍ପ ବ୍ୟବସ୍ଥା ଭାବେ ଆଡିସନାଲ ଇଭିଏମ ରଖାଯାଇଛି । ଏଭଳି ସମସ୍ୟା ସାମୟିକ । ଏହାର ସମାଧାନ କରାଯାଇଛି ବୋଲି ସୁରେଶ ମହାପାତ୍ର କହିଛନ୍ତି । ମୁଖ୍ୟମନ୍ତ୍ରୀ ଶାସନ ସଚିବ ମତ ସାବ୍ୟସ୍ତ କରିଥିବା ବୁଥରେ ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ବର୍ତ୍ତମାନର ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ମଧ୍ୟ ନିଜ ଭୋଟ ଦେଇଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.