ETV Bharat / city

ସନ୍ଧ୍ୟା ସାଢେ 6ଟାରେ ମୁଖ୍ୟ ଶାସନ ସଚିବଙ୍କ ବଡ ଘୋଷଣା - ସୁରେଶ ମହାପାତ୍ର

ଆଜି ସନ୍ଧ୍ୟା ସାଢେ 6ଟାରେ ଲକଡାଉନକୁ ନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ବଡ ଘୋଷଣା କରିବେ ବୋଲି ସୂଚନା ମିଳିଛି । ଅଧିକ ପଢନ୍ତୁ...

ସନ୍ଧ୍ୟା ସାଢେ 6ଟାରେ ଲକଡାଉନକୁ ନେଇ ମୁଖ୍ୟ ଶାସନ ସଚିବଙ୍କ ବଡ ଘୋଷଣା

author img

By

Published : May 30, 2021, 1:04 PM IST

ଭୁବନେଶ୍ବର: ଆଜି(ରବିବାର) ମୁଖ୍ୟ ଶାଶନ ସଚିବ ସୁରେଶ ମହାପାତ୍ର ସଂନ୍ଧ୍ୟା ସାଢେ 6ଟାରେ ଲକଡାଉନ ଅବଧି ଏବଂ କୋରୋନା କଟକଣା ସମ୍ପର୍କରେ କରିବେ ବଡ ଘୋଷଣା । ଲକଡାଉନ ସତ୍ତ୍ବେ ସଂକ୍ରମଣ ସେତେଟା ହ୍ରାସ ପାଇନଥିବାରୁ ଲକଡାଉନ ଜୁନ ଅଧା ଯାଏଁ ବଢାଇବାକୁ ସ୍ବାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି ।

ଦେଶ ଓ ରାଜ୍ୟ ମଧ୍ୟରେ କୋରୋନା ସଂକ୍ରମଣ ବଢିବାରେ ଲାଗିଛି । ଏବେବି ମଧ୍ୟ ଅନେକ ରାଜ୍ୟରେ ଲକଡାଉନ ଲାଗିରହିଛି । ଏହାସହ 3ଟି ରାଜ୍ୟ ଏବଂ 2ଟି କେନ୍ଦ୍ର ଶାସିତ ଅଞ୍ଚଳ ଲକଡାଉନକୁ ବଢ଼ାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏପରି ସମୟରେ ଅନ୍ୟ ରାଜ୍ୟରେ କୋରୋନା ସଂକ୍ରମଣ ଯେଉଁ ହାରରେ କମୁଛି ସେହି ହାରରେ ଓଡ଼ିଶାରେ ସଂକ୍ରମଣ କମୁନାହିଁ । ରାଜ୍ୟରେ ସଂକ୍ରମଣ ସାମାନ୍ୟ କମିଥିଲେ ବି ଏବେବି ସଂକ୍ରମଣ ହାର ପ୍ରାୟ 14 ପ୍ରତିଶତ ରହୁଛି ।

ତେବେ ଏଭଳି ସ୍ଥିତିରେ ରାଜ୍ୟ ସରକାର କ’ଣ ନିଷ୍ପତ୍ତି ନେବେ ତା' ଉପରେ ସମସ୍ତଙ୍କ ନଜର ରହିଛି । ସେପଟେ ସ୍ବାସ୍ଥ୍ୟ ବିଶେଷଜ୍ଞ ଲକଡାଉନକୁ ଜୁନ ମାସ ଅଧା ପର୍ଯ୍ୟନ୍ତ ବଢାଇବାକୁ ପରାମର୍ଶ ଦେଇଛନ୍ତି । ବର୍ତ୍ତମାନ ରାଜ୍ୟରେ ସଂକ୍ରମଣ କମୁଥିବାରୁ ଆଉ କିଛି ଦିନ ଲକଡାଉନ କରାଗଲେ ସଂକ୍ରମଣ ହ୍ରାସ ପାଇପାରେ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଆଶା କରିଛନ୍ତି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.