ETV Bharat / city

ସମ୍ଭାବ୍ୟ ବାତ୍ୟା ମୁକାବିଲା: ମୁଖ୍ୟ ଶାସନ ସଚିବଙ୍କ ଉଚ୍ଚସ୍ତରୀୟ ବୈଠକ

author img

By

Published : May 21, 2021, 5:32 PM IST

Updated : May 21, 2021, 7:47 PM IST

ସମ୍ଭାବ୍ୟ ବାତ୍ୟା ନେଇ ମୁଖ୍ୟ ଶାସନ ସଚିବଙ୍କ ପ୍ରସ୍ତୁତି ବୈଠକ । ତେବେ ବୈଠକ ପରେ ସମସ୍ତ ବିଭାଗ ପ୍ରସ୍ତୁତ ଥିବା କହିଛନ୍ତି ଏସଆରସି । ଅଧିକ ପଢନ୍ତୁ...

ମୁଖ୍ୟ ଶାଶନ ସଚିବଙ୍କ ବାତ୍ୟାକୁ ନେଇ ବୈଠକ
ମୁଖ୍ୟ ଶାଶନ ସଚିବଙ୍କ ବାତ୍ୟାକୁ ନେଇ ବୈଠକ

ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟାକୁ ନେଇ ମୁଖ୍ୟ ଶାଶନ ସଚିବଙ୍କ ପ୍ରସ୍ତୁତି ବୈଠକ । ବୈଠକ ପରେ ଭିଡିଓ କନଫରେନ୍ସରେ ଏସଆରସିଙ୍କ ସୂଚନା । ସମ୍ଭାବ୍ୟ ବାତ୍ୟାକୁ ଆଖିରେ ରଖି ରାଜ୍ୟ ସରକାର ସମସ୍ତ ଆଗୁଆ ପଦକ୍ଷେପ ନେଇଛନ୍ତି ।

ସମ୍ଭାବ୍ୟ ବାତ୍ୟା ମୁକାବିଲା: ମୁଖ୍ୟ ଶାସନ ସଚିବଙ୍କ ଉଚ୍ଚସ୍ତରୀୟ ବୈଠକ

ଏହି ବୈଠକରେ ସମସ୍ତ ସମ୍ଭାବ୍ୟ ବାତ୍ୟାରେ ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ଜିଲ୍ଲାପାଳ, ବିଦ୍ୟୁତ ବିଭାଗର ବରିଷ୍ଠ କର୍ମଚାରୀ ଉପସ୍ଥିତ ଥିଲେ । ଏହାସହ ଏନଡିଆରଏଫ, ଓଡ୍ରାଫ ଓ ଫାୟାର ସର୍ଭିସ ସହ ଆଗୁଆ ପଦକ୍ଷେପ ସମ୍ପର୍କରେ ବିସ୍ତାର ଆଲୋଚନା ହୋଇଛି । ଏସଆରସିଙ୍କ ସୂଚନା ଅନୁସାରେ ବର୍ତ୍ତମାନ ସୁଦ୍ଧା ୩୯ ଜଣ ମତ୍ସ୍ୟଜୀବୀ ସମୁଦ୍ର ମଧ୍ୟରେ ଅଛନ୍ତି ଅନ୍ୟମାନେ ଫେରି ଆସିଲେଣି । ସେମାନଙ୍କୁ ଆସନ୍ତାକାଲି (ଶନିବାର) ସୁଦ୍ଧା ଫେରାଇ ଅଣାଯିବ ବୋଲି କହିଛନ୍ତି ଏସଆରସି ।

ଏହାସହ କୋଷ୍ଟ ଗାର୍ଡର ଦୁଇଟି ଯାହାଜ ପଇଁତରା ମାରୁଛନ୍ତି । ଏହାସହ ଦୁଇଟି ଜାହାଜ ଦ୍ବାରା ମଧ୍ୟ ମତ୍ସ୍ୟଜୀବୀ ମାନଙ୍କ ଉପରେ ନଜର ରଖାଯାଇଛି । ମତ୍ସ୍ୟଜୀବୀ ମାନଙ୍କୁ ସତର୍କ କରେଇବା ସହ ସମୁଦ୍ର କୂଳକୁ ଆଣିବା ପାଇଁ ବ୍ୟବସ୍ଥା କରାଯାଇଛି । ଏହାସହ ଏନଡିଆରଏଫର ୫ ଟି ଟିମ ଗୁଜୁରାଟରୁ ଫେରି ଆସିଛି ।

ମୋଟ ଏନଡିଆରଏଫର ୧୭ ଟିମ, ଓଡ୍ରାଫର ୨୦ ଟି ବାଟାଲିୟନ ଏବଂ ଫାୟାର ସର୍ଭିସର ଉପକୂଳବର୍ତ୍ତି ଜିଲ୍ଲାରେ ରହିଛନ୍ତି । ଏହାସହ ଅନ୍ୟ ଜିଲ୍ଲାରୁ ୧୦୦ଟି ଟିମ ଅଣାଯାଇଛି । ଏହାସହ ବନବିଭାଗର କଟର ଟିମ ମଧ୍ୟ ମୋବିଲାଇଜ୍ କରିବେ । ଏଥିପାଇଁ ଅନ୍ୟ ବିଭାଗ ମଧ୍ୟ ପ୍ରସ୍ତୁତ ଥିବା କହିଛନ୍ତି ଏସଆରସି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

Last Updated : May 21, 2021, 7:47 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.