ETV Bharat / city

ବଢିବ DAIL @112 କଳେବର, ଜରୁରୀ ସେବା ପାଇଁ ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ - ଜରୁରୀକାଳୀନ ନମ୍ବର ୧୧୨

ଜରୁରୀ ସେବା ପାଇଁ ୧୧୨ ଫୋନ୍ ନମ୍ବରକୁ କାର୍ଯ୍ୟକାରୀ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ଜରୁରୀକାଳୀନ ପୋଲିସ ଏବଂ ଅଗ୍ନିଶ୍ରମ ସେବାକୁ ଏହା ସହ ସମ୍ବନ୍ଧିତ କରାଯାଇଛି । ଏହି ନୂଆ ନମ୍ବର ବିଷୟରେ ଲଗାତାର ଭାବେ ଜନସଚେତନତା ଜାରି କରିବାକୁ ମୁଖ୍ୟ ଶାସନ ସଚିବ ଗୃହ ବିଭାଗଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢନ୍ତୁ...

ବଢିବ DAIL @ 112ର କଳେବର, ସେବା ପାଇଁ ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

author img

By

Published : Sep 15, 2021, 10:13 PM IST

ଭୁବନେଶ୍ବର: ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଭାବେ ରାଜ୍ୟ ସରକାର ଏକକ ଜରୁରୀକାଳିନ ଫୋନ୍ ନମ୍ବର ବ୍ୟବସ୍ଥା ଆରମ୍ଭ କରିଛନ୍ତି । ଏହା ଫଳରେ ଜଣେ ନାଗରିକଙ୍କୁ ବିଭିନ୍ନ ଜରୁରୀ ସରକାରୀ ସେବା ପାଇଁ ଅନେକ ନମ୍ବର ମନେ ରଖିବାକୁ ପଡିବ ନାହିଁ । ନୂଆ ନମ୍ବର ୧୧୨କୁ ଫୋନ୍ କଲେ ଜରୁରୀ ସେବା ମିଳିପାରିବ । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜରୁରୀକାଳିନ ସେବା ଯୋଗାଣ ସମ୍ବନ୍ଧୀତ ଏକ ଉଚ୍ଚସ୍ତରୀୟ ବୈଠକରୁ ଏହା ଜଣାପଡ଼ିଛି ।

ବଢିବ DAIL @ 112ର କଳେବର, ସେବା ପାଇଁ ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ
ବଢିବ DAIL @ 112ର କଳେବର, ସେବା ପାଇଁ ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ଲୋକସେବା ଭବନରୁ ଡିଜିଟାଲ୍ ମୋଡ଼ରେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଂଜୀବ ଚୋପ୍ରା ଏକକ ଫୋନ୍ ନମ୍ବର ମାଧ୍ୟମରେ ଜରୁରୀକାଳୀନ ସେବା ଯୋଗାଣ ସମ୍ବନ୍ଧିତ ଅନ୍ତଃବିଭାଗୀୟ ବିଷୟ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ । ଇତି ମଧ୍ୟରେ ୧୧୨ ଫୋନ୍ ନମ୍ବରକୁ କାର୍ଯ୍ୟକାରୀ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ଜରୁରୀକାଳୀନ ପୋଲିସ ଏବଂ ଅଗ୍ନିଶ୍ରମ ସେବାକୁ ଏହା ସହ ସମ୍ବନ୍ଧିତ କରାଯାଇଛି । ଏହି ନୂଆ ନମ୍ବର ବିଷୟରେ ଲଗାତାର ଭାବେ ଜନସଚେତନତା ଜାରି କରିବାକୁ ମୁଖ୍ୟ ଶାସନ ସଚିବ ଗୃହ ବିଭାଗଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ପର୍ଯ୍ୟାୟକ୍ରମେ ଅନ୍ୟାନ୍ୟ ଜରୁରୀକାଳୀନ ସେବାକୁ ୧୧୨ ନମ୍ବର ସହ ସମନ୍ବିତ କରିବା ପାଇଁ ବୈଠକରେ ସ୍ଥିର ହୋଇଛି । ଫୋନ୍ ମିଳିବା ସଙ୍ଗେସଙ୍ଗେ ତତ୍‌କ୍ଷଣାତ୍ ସେବା ଯୋଗାଣପାଇଁ ଏହି ନୂଆ ବ୍ୟବସ୍ଥାକୁ ପୂର୍ଣ୍ଣ ରୂପେ ପ୍ରସ୍ତୁତ କରିବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ଆବଶ୍ୟକୀୟ ମାନବ ସମ୍ବଳ, ଗାଡ଼ି, ଆମ୍ବୁଲାନ୍ସର ଯାତାୟତ ସମ୍ବନ୍ଧିତ ସର୍ବଶେଷ ସ୍ଥିତି ସମ୍ବନ୍ଧିତ ସୂଚନା ଆଦି ବ୍ୟବସ୍ଥିତ କରାଯିବ । ସ୍ବାସ୍ଥ୍ୟ ସେବା ଭଳି ଗୁରୁତ୍ଵପୂର୍ଣ୍ଣ ଜରୁରୀ ଫୋନ୍ କଲ୍ ଗୁଡ଼ିକ ଉପରେ ତତ୍‌କ୍ଷଣାତ୍ କାର୍ଯ୍ୟାନୁଷ୍ଠାନ ପାଇଁ କଲ୍ ସେଣ୍ଟରର କର୍ମଚାରୀ ମାନଙ୍କୁ ସଠିକ୍ ଭାବେ ତାଲିମ୍ ଦେବା ଏବଂ କଲ୍‌ ସେଣ୍ଟର ସହ ବିଭିନ୍ନ ବିଭାଗର ସେବା ଯୋଗାଣ ବ୍ୟବସ୍ଥାକୁ ପୂର୍ଣ୍ଣ ମାତ୍ରାରେ ସମନ୍ବିତ କରିବା ଉପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ବାରୋପ କରିଛନ୍ତି ।

ବର୍ତ୍ତମାନ ରାଜ୍ୟ ଜରୁରୀକାଳୀନ ଜବାବ କେନ୍ଦ୍ର ୧୧୨ କୁ ଅହରହ ୨୪ ଘଣ୍ଟିଆ ଭିତ୍ତିରେ କାର୍ଯ୍ୟକାରୀ କରାଯାଇଛି । କେନ୍ଦ୍ରରେ ଫୋନ୍‌ କଲ୍ ଧରିବା ଏବଂ ସେବା ପାଇଁ ଜବାବ ଦେବା ନିମନ୍ତେ ୧୨୪ ଜଣ କର୍ମଚାରୀ କାର୍ଯ୍ୟ କରୁଛନ୍ତି । ଅଗଷ୍ଟ ମାସରେ ଏହି କେନ୍ଦ୍ରରେ ୮୭୦୮ ଟି କଲ୍‌ ପଞ୍ଜୀକୃତ ହୋଇଥିଲା । ସେଥିରୁ ୭୯୫୭ ଜଣଙ୍କୁ ଆବଶ୍ୟକୀୟ ପୋଲିସ୍ ସେବା ଏବଂ ୫୮୫ ଜଣଙ୍କୁ ଅଗ୍ନିଶମ ସେବା ଯୋଗାଇ ଦିଆଯାଇଛି । ୧୬୬ ଟି ଫୋନକଲରେ ଅନୁରୋଧ କରାଯାଇଥିବା ସେବା ଜବାବ କେନ୍ଦ୍ର ମାଧ୍ୟମରେ ଯୋଗାଇ ଦିଆଯାଇଛି । ଏହାଛଡ଼ା ୧୯୧୫ ଟି ଫୋନ୍ କଲ୍‌କୁ ଆମ୍ବୁଲାନ୍ସ ସେବା ସହ ସଂଯୋଜିତ କରାଯାଇଛି ।

ବର୍ତ୍ତମାନ ୧୦୮ ଫୋନ୍ ନମ୍ବରକୁ ଦୈନିକ ହାରାହାରି ୩୦ ହଜାର କଲ୍ ଆସୁଥିବା ନେଇ ଜାତୀୟ ସ୍ୱାସ୍ଥ୍ୟ ମିଶନ୍ ନିର୍ଦ୍ଦେଶକ ଶାଳିନୀ ପଣ୍ଡିତ ସୂଚନା ଦେଇଛନ୍ତି । ୧୦୮ ଆମ୍ବୁଲାନ୍ସ ସେବା ୧୧୨ ସହ ସଂଯୋଜିତ ହେବା ପୂର୍ବରୁ ଅଧିକ ଗାଡ଼ି, ମାନବ ଓ ସମ୍ବଳ ତାଲିମ୍ ଆଦି ପୂର୍ଣ୍ଣାଙ୍ଗ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ପୋଲିସ୍‌ ମହା ନିର୍ଦ୍ଦେଶକ ଅଭୟ , ଅଗ୍ନିଶ୍ରମ ବିଭାଗ ସ୍ବତନ୍ତ୍ର ଶାସନ ସଚିବ ସନ୍ତୋଷ ବାଳାଙ୍କ ସମେତ ବିଭିନ୍ନ ପ୍ରକାର ଜରୁରୀକାଳୀନ ସେବା ଯୋଗାଣ ସହ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀ ବୈଠକର ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.