ଭୁବନେଶ୍ବର: ଆଜି ଦିନ 2 ଟା 30 ରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ସାମ୍ବାଦିକ ସମ୍ମିଳନୀ । ରାଜ୍ୟରେ କୋଭିଡ କଟକଣାକୁ ନେଇ କରିପାରନ୍ତି ଘୋଷଣା । 17 ଜିଲ୍ଲାରେ ଲକଡାଉନ ନିୟମ କୋହଳ ହୋଇଥିବାବେଳେ 13 ଜିଲ୍ଲାରେ କଡାକଡି କରାଯାଇଥିଲା ଯାହାର ଅବଧି ଆଜି(ବୁଧବାର) ସରୁଛି । ଜୁଲାଇ ପହିଲାରୁ ନୂଆ କଟକଣା ପାଇଁ ଆଜି ସାମ୍ବାଦିକ ସମ୍ମିଳନୀ ଡାକିଛନ୍ତି ମୁଖ୍ୟ ଶାସନ ସଚିବ ।
ତେଣୁ ଆଗକୁ କେଉଁ କେଉଁ ଜିଲ୍ଲାରେ କଟକଣା କୋହଳ ହେବ ଏବଂ କଡାକଡି କରାଯିବ ସେନେଇ ଘୋଷଣା ହେବ । ତେବେ ବସ ଚଳାଚଳ, ସପିଂ ମଲ୍, ସିନେମା ହଲ୍, ଜିମ୍ ସେଣ୍ଟର ଆଦି ଖୋଲିବା ନେଇ ସୂଚନା ଦେବେ ସୁରେଶ ମହାପାତ୍ର । ୨୧ ଜିଲ୍ଲା ଏବେ ଗ୍ରିନ ଜୋନରେ ଥିବାରୁ ଏଠାରେ ଅଧିକ କୋହଳ କରାଯିବା ନେଇ ଘୋଷଣା ହୋଇପାରେ ।
ଏହାସହ ରେଡ୍ ଯୋନରେ ଥିବା ୫ ଜିଲ୍ଲାରେ କିଭଳି କୋଭିଡ କଟକଣା ରହିବ ସେନେଇ ମୁଖ୍ୟ ଶାଶନ ସଚିବ ସୂଚନା ଦେବ । ଅନ୍ୟପଟେ ବର୍ତ୍ତମାନ ସୁଦ୍ଧା ମଧ୍ୟ ଉପକୂଳବର୍ତ୍ତି ଜିଲ୍ଲାଗୁଡିକର ସଂକ୍ରମଣ ହାର ହ୍ରାସପାଇ ନାହିଁ । ଏହାକୁ ଦୃଷ୍ଟିରେ ରଖି କେଉଁ କୋହଳ ଏବଂ କେଉଁଠି କଟକଣା ରହିବ ସେନେଇ ଘୋଷଣା କରାଯିବ ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ