ETV Bharat / city

ନୀତି ଆୟୋଗ ବୈଠକ: ମହିଳା ସଂରକ୍ଷଣ ସ୍ବର ଶାଣିତ କଲେ ନବୀନ

author img

By

Published : Feb 20, 2021, 1:31 PM IST

Updated : Feb 20, 2021, 4:00 PM IST

ଉଭୟ ଲୋକସଭା ଓ ରାଜ୍ୟସଭାରେ ମହିଳାଙ୍କ ଲାଗି ସଂରକ୍ଷଣ ଦାବି ସ୍ବର ଶାଣିତ କଲା ଓଡିଶା । ନୀତି ଆୟୋଗ ବୈଠକରେ ପୁନର୍ବାର ମହିଳାଙ୍କ ସଂରକ୍ଷଣ ଦାବିର ସ୍ବର ଜୋର କଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ...

ନୀତି ଆୟୋଗ ବୈଠକ, ମହିଳା ସଂରକ୍ଷଣକୁ ନେଇ ସ୍ବର ଶାଣିତ କଲେ ଓଡିଶା ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଓଡିଶା ପୁଣି ଉଠାଇଲା ମହିଳା ସଂରକ୍ଷଣ କଥା । ଉଭୟ ଲୋକସଭା ଓ ରାଜ୍ୟସଭାରେ ମହିଳାଙ୍କ ଲାଗି ସଂରକ୍ଷଣ ଦାବି ସ୍ବର ଶାଣିତ କଲା ଓଡିଶା । ନୀତି ଆୟୋଗ ବୈଠକରେ ପୁନର୍ବାର ମହିଳାଙ୍କ ସଂରକ୍ଷଣ ଦାବିର ସ୍ବର ଜୋର କଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ନିର୍ବାଚନ ସମୟରେ ବିଭିନ୍ନ ଜାତୀୟ ଦଳ ଉଭୟ ଲୋକସଭା ଏବଂ ରାଜ୍ୟସଭାରେ ମହିଳା ସଂରକ୍ଷଣ ପାଇଁ ପ୍ରତିଶୃତି ଦେଇଥିଲେ । ହେଲେ ଏ ଯାଏଁ ମହିଳାଙ୍କ ସଂରକ୍ଷଣ ନେଇ କୌଣସି ବ୍ୟବସ୍ଥା ହୋଇନାହିଁ ବୋଲି ବୈଠକରେ ମନେ ପକେଇଦେଲେ ନବୀନ । ଯଦି ଆମେ ମହିଳାଙ୍କ ପ୍ରତି ଏହି ପ୍ରତିବଦ୍ଧତାକୁ ତ୍ୟାଗ କରିବା ତେବେ ଇତିହାସ ଆମକୁ କ୍ଷମା କରିବ ନାହିଁ ବୋଲି ନବୀନ ଚେତେଇ ଦେଇଛନ୍ତି । ଏହା ଏକ ଗମ୍ଭୀର ବିଷୟ ତେଣୁ ଏବେ ଠାରୁ ଏ ବାବଦରେ ବିଚାରବିମର୍ଶ କରିବାକୁ ଆହ୍ବାନ କରିଛନ୍ତି ନବୀନ ।

ଗଣତନ୍ତ୍ରରେ ନିର୍ବାଚନ ଏକ ଗୁରୁତ୍ବପୂର୍ଣ୍ଣ ପ୍ରକ୍ରିୟା । ପରିପକ୍ବ ଗଣତନ୍ତ୍ରର ହଲମାର୍କ ହେଉଛି, ନିର୍ବାଚିତ ସରକାର ପାର୍ଟି ଲାଇନରୁ ବାହାରି ଜନ ସାଧାରଣଙ୍କ ପାଇଁ କାମ କରିବା । କିନ୍ତୁ ବର୍ତ୍ତମାନ ଏହା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେବାରେ ଲାଗିଛି । ଏବେ ପ୍ରତ୍ୟେକ ଅପରାଧକୁ ରାଜନୀତିକରଣ କରାଯାଉଛି । ନିର୍ବାଚିତ ସରକାରଙ୍କ ପ୍ରତ୍ୟେକ ଜନ ହିତକର କାର୍ଯ୍ୟକୁ ରାଜନୈତିକ ଦୃଷ୍ଟିକୋଣରୁ ଦେଖାଯାଉଥିବା ନବୀନ ଅଭିଯୋଗ କରିଛନ୍ତି ।

ଏହି ପ୍ରକାରର ପରିବେଶ ଦେଶରେ ବିକାଶର ଗତି ଏବଂ ଶାନ୍ତି ପାଇଁ ସବୁଠାରୁ ବଡ ବିପଦ ବୋଲି ନବୀନ କହିଛନ୍ତି।ବିଭିନ୍ନ ଯୋଜନାରେ କେନ୍ଦ୍ରୀୟ ପାଣ୍ଠି ବାରମ୍ବାର ହ୍ରାସ ହେଉଥିବାରୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ନବୀନ। ରେଳବାଇ, ଟେଲିକମ୍, ବ୍ୟାଙ୍କିଙ୍ଗ୍, ଅନ୍ୟାନ୍ୟ ଜନ କଲ୍ୟାଣକାରୀ ଯୋଜନାରେ କେନ୍ଦ୍ରୀୟ ପାଣ୍ଠି ହ୍ରାସ ପାଇବାରେ ଲାଗିଛି ।

ବାରମ୍ବାର ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି ଓଡ଼ିଶାକୁ ଫୋକସ୍ ରାଜ୍ୟ ଘୋଷଣା କରିବାକୁ ପୁନର୍ବାର ଦାବି କରିଛନ୍ତି ନବୀନ। ଅବହେଳିତ ଏବଂ ଅସୁରକ୍ଷିତ ଜନସଂଖ୍ୟାକୁ ଆଗକୁ ନେଲେ ପ୍ରକୃତରେ ଦେଶ ଆଗକୁ ଯାଇପାରିବ ବୋଲି ନବୀନ କହିଛନ୍ତି । ଏଥିରେ NITI ଆୟୋଗଙ୍କର ଏକ ପ୍ରମୁଖ ଭୂମିକା ରହିଛି । ନିର୍ଦ୍ଦିଷ୍ଟ ବିଭାଗ ଯାହାକି ପୁଷ୍ଟିହୀନତା, ସଂଯୋଗୀକରଣ, ଲିଙ୍ଗ ଅନୁପାତ ଅସନ୍ତୁଳନ ଇତ୍ୟାଦି ଉପରେ ଧ୍ୟାନ ଦେବା ଆବଶ୍ୟକ କରେ ବୋଲି ବୈଠକରେ ନବୀନ ମତ ରଖିଛନ୍ତି ।

ଗ୍ରାମାଞ୍ଚଳରେ ରହୁଥିବା ଛାତ୍ରଛାତ୍ରୀଙ୍କୁ ଆଗକୁ ଆଣିବା ଲାଗି ବିଭିନ୍ନ ଜାତୀୟ ପ୍ରବେଶିକା ପରୀକ୍ଷା ଢାଞ୍ଚାରେ ବ୍ୟାପକ ପରିବର୍ତ୍ତନ ଲୋଡ଼ା । ଏସଟି ତାଲିକାରେ ଆଦିବାସୀ ସମ୍ପ୍ରଦାୟକୁ ଅନ୍ତର୍ଭୁକ୍ତ କରିବା ଲାଗି ଅନେକ ରାଜ୍ୟର ପ୍ରସ୍ତାବ ଆସିଛି । 1978 ପରଠାରୁ ଏହା ବିଚାରାଧୀନ ଅଛି । ବିନା ନିଷ୍ପତ୍ତିରେ ବର୍ଷ ବର୍ଷ ଧରି ଏହାକୁ ବିଚାରାଧୀନ ରଖିବା ଅନ୍ୟାୟ ଅଟେ ବୋଲି ନବୀନ କହିଛନ୍ତି । କୋଭିଡ -19 ବିଶ୍ୱ ପାଇଁ ଏକ ବଡ଼ ଆହ୍ୱାନ ଥିଲା । କେନ୍ଦ୍ର, ରାଜ୍ୟ ଓ ଜନ ସାଧାରଣ ମିଳିତ ଭାବେ ଏହା ସହିତ ଲଢ଼େଇ ଜାରୀ ରଖିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Feb 20, 2021, 4:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.