ଭୁବନେଶ୍ବର: ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସଂନ୍ଧ୍ୟା ୭ ଟାରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ରାଜ୍ୟର କୋଭିଡ ସ୍ଥିତି ଓ ବିଭିନ୍ନ ପ୍ରସଙ୍ଗ ନେଇ ରାଜ୍ୟବାସୀଙ୍କୁ ସମ୍ବୋଧନ କରିପାରନ୍ତି ମୁଖ୍ୟମନ୍ତ୍ରୀ । ଏହା ସହ କୋରୋନା ତୃତୀୟ ଲହରକୁ ନେଇ ମଧ୍ୟ ସତର୍କତା ଅବଲମ୍ବନ ପାଇଁ ମୁଖ୍ୟମନ୍ତ୍ରୀ ସୂଚନା ଦେବାର ସମ୍ଭାବନା ରହିଛି ।