ETV Bharat / city

ଆଜି ପହିଲି ରଜ; ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ

ଆଜି ଓଡିଆଙ୍କ ଗଣପର୍ବ ରଜ । ରଜ ପାଇଁ ଓଡିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ...

author img

By

Published : Jun 14, 2021, 8:49 AM IST

Updated : Jun 14, 2021, 10:56 AM IST

ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜି ଓଡିଆଙ୍କ ଗଣପର୍ବ ରଜ । ପ୍ରତିଟି ଓଡିଆଙ୍କ ପାଇଁ ରଜ ପର୍ବ ହେଉଛି ସବୁଠାରୁ ବଡ ପର୍ବ । ରଜ ପାଇଁ ଓଡିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

  • ଗଣପର୍ବ ରଜ ଅବସରରେ ସମସ୍ତଙ୍କୁ ମୋର ଆନ୍ତରିକ ଅଭିନନ୍ଦନ। ବସୁଧା, ପ୍ରକୃତି ଓ ନାରୀମାନଙ୍କ ମହନୀୟତାକୁ ସମ୍ମାନ ଜଣାଇବାର ଏହା ଆମର ଅନନ୍ୟ ପରମ୍ପରା। କୋଭିଡ ସଙ୍କଟ ସମୟରେ ପରିବାର ଲୋକଙ୍କ ସହ ଘରେ ରହି ଏହାକୁ ପାଳନ କରନ୍ତୁ। ସମସ୍ତଙ୍କ ସଚେତନତା ଓ ସହଯୋଗ, କୋଭିଡ ଯୁଦ୍ଧରେ ଆମକୁ ନିଶ୍ଚୟ ବିଜୟୀ କରିବ। pic.twitter.com/V2b9Ov0UFt

    — Naveen Patnaik (@Naveen_Odisha) June 14, 2021 " class="align-text-top noRightClick twitterSection" data=" ">

ବସୁଧା,ପ୍ରକୃତି ଓ ନାରୀଙ୍କ ମହନୀୟତାକୁ ସମ୍ମାନ ଜଣାଇବାକୁ ଏହା ଏକ ଅନନ୍ୟ ପରମ୍ପରା । କୋଭିଡ ସଙ୍କଟ ସମୟରେ ପରିବାର ଲୋକଙ୍କ ସହ ଘରେ ରହି ରଜ ପାଳନ୍ତୁ । ସମସ୍ତଙ୍କ ସଚେତନତା ଓ ସହଯୋଗ, କୋଭିଡ ଯୁଦ୍ଧରେ ଆମକୁ ନିଶ୍ଚୟ ବିଜୟୀ କରାଇବ ବୋଲି ଟ୍ବିଟ କରି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରଜ ପର୍ବରେ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସମସ୍ତଙ୍କ ଉତ୍ତମ ସ୍ବାସ୍ଥ୍ୟ ଓ ମଙ୍ଗଳମୟ ଜୀବନ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ ।

ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ରଜ ପୃଥିବୀମାତାର ଉପାସନା ତଥା ନାରୀତ୍ବର ମହନୀୟତାର ଏକ ବଡ ପର୍ବ । ସମାଜ ପ୍ରତି ନାରୀର ଅବଦାନକୁ ସମ୍ମାନ ଜଣାଇବାକୁ ଏହି ପର୍ବ ପାଳନ କରାଯାଇଥାଏ । ରଜ ପର୍ବରେ ଗାଁଠାରୁ ସହର ଚଳ ଚଞ୍ଚଳ ହୋଇଥାଏ । ମାତ୍ର କୋରୋନା ପାଇଁ ରଜ ପର୍ବ ଫିକା ଫିକା ହୋଇଛି । କୋଭିଡ କଟକଣା ପାଳନ କରି ଘରେ ରହି ସମସ୍ତେ ରଜ ପର୍ବ ପାଳନ କରୁଛନ୍ତି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

Last Updated : Jun 14, 2021, 10:56 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.