ETV Bharat / city

ଆଜିଠୁ 14 ଦିନିଆ ମାସ୍କ ଅଭିଯାନ - ଓଡିଶାବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ

ଆଜିଠୁ 14 ଦିନିଆ ମାସ୍କ ଅଭିଯାନ
ଆଜିଠୁ 14 ଦିନିଆ ମାସ୍କ ଅଭିଯାନ
author img

By

Published : Apr 9, 2021, 4:12 PM IST

Updated : Apr 9, 2021, 4:59 PM IST

16:02 April 09

ଆଜିଠୁ 14 ଦିନିଆ ମାସ୍କ ଅଭିଯାନ, ମୁଖ୍ୟମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତା

ଆଜିଠୁ 14 ଦିନିଆ ମାସ୍କ ଅଭିଯାନ

ଭୁବନେଶ୍ବର: ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତା । ଆଜିଠୁ ୧୪ ଦିନ ଯାଏଁ ରାଜ୍ୟରେ ଆରମ୍ଭ ହେଲା ମାସ୍କ ଅଭିଯାନ । କୋରୋନା ଲଢେ଼ଇ ପାଇଁ ମାଆମାନଙ୍କ ସହଯୋଗ ଲୋଡିଲେ ମୁଖ୍ୟମନ୍ତ୍ରୀ । କହିଲେ ସରକାର ବାହାରେ ଜଗିଛନ୍ତି ମାଆ ମାନେ ଘରେ ଜଗନ୍ତୁ । ମାସ୍କ ନ ପିନ୍ଧିଲେ ଆଦାୟ ହେବ ଦୁଇ ଗୁଣ ଅଧିକ ଫାଇନ ।  

ଜୀବନଶୈଳୀରେ ଗୋଟିଏ ପରିବର୍ତ୍ତନ ଆଣି ମାସ୍କକୁ ସାଥି କରିବାକୁ ସାଧାରଣ ଲୋକଙ୍କୁ ମୁଖ୍ୟମନ୍ତ୍ରୀ ଅପିଲ କରିଛନ୍ତି । ସେହିପରି ରାଜ୍ୟରେ ଏବେ ଲକଡାଉନ ନେଇ କୌଣସି ସମ୍ଭାବନା ନାହିଁ ବୋଲି ସେ ଜଣାଇଛନ୍ତି । ଏହାସହ ମାସ୍କ ନ ପିନ୍ଧିଲେ ଦୁଇ ଗୁଣା ଫାଇନ ଆଦାୟ ହେବ । ଯଦି ଲୋକମାନେ ନିୟମ ଉଲ୍ଲଙ୍ଘନ କରିବେ, ତେବେ ସରକାର କଠୋର ପଦକ୍ଷେପ ନେବାକୁ ବାଧ୍ୟ ହେବେ ବୋଲି ମୁଖ୍ୟମନ୍ତ୍ରୀ ଜଣାଇଛନ୍ତି ।  

ଗତ ଏକବର୍ଷରୁ ଅଧିକ ସମୟ ଧରି ସାରା ବିଶ୍ୱ ଏକ ଅସାଧାରଣ ପରିସ୍ଥିତି ଦେଇ ଗତି କରୁଛି । ମାନବ ଇତିହାସରେ ଏଭଳି ସଙ୍କଟ ନିକଟ ଅତୀତରେ କେବେ ଆସିନଥିଲା । କୋଭିଡ଼ ସଂକ୍ରମଣର ପ୍ରଥମ ଲହରୀ ସମୟରେ ଜନସାଧାରଣ ତଥା ପଞ୍ଚାୟତ ପ୍ରତିନିଧିଙ୍କ ସହଯୋଗ ଓ କୋଭିଡ଼ ଯୋଦ୍ଧାମାନଙ୍କର ଅସୀମ ତ୍ୟାଗ ଓ ସେବା ଯୋଗୁଁ ଆମେ ଅନେକ ଜୀବନ ରକ୍ଷା କରିପାରିଥିଲେ ।  ଆମ ରାଜ୍ୟରେ ମୃତ୍ୟୁ ସଂଖ୍ୟା ମଧ୍ୟ ଅନ୍ୟ ରାଜ୍ୟ ତୁଳନାରେ କମ୍ ଥିଲା । କୋଭିଡ଼ର ପ୍ରଥମ ଲହରୀ ସମୟରେ ଆମକୁ ଅନେକ କଠୋର ପଦକ୍ଷେପ ନେବାକୁ ପଡ଼ିଥିଲା । ବାରମ୍ବାର ଲକଡାଉନ୍ ସଟଡାଉନ୍ କରିବାକୁ ପଡ଼ିଥିଲା । ଲକଡାଉନରେ ଜନସାଧାରଣ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ବାଣିଜ୍ୟ ବ୍ୟବସାୟ କ୍ଷତିରେ ଚାଲିଥିଲା । ଗରିବ ଲୋକଙ୍କ ରୋଜଗାର ଉପରେ ଏହାର ଗୁରୁତର ପ୍ରଭାବ ପଡ଼ିଥିଲା । ସାମାଜିକ ଜୀବନ ମଧ୍ୟ ପ୍ରଭାବିତ ହୋଇଥିଲା ।  

ଏବେ କୋଭିଡ଼ର ଦ୍ବିତୀୟ ସଂକ୍ରମଣ ଆରମ୍ଭ ହେଲାଣି । ଏହା ବହୁତ ଶୀଘ୍ର ବ୍ୟାପୁଛି । ଆମ ଦେଶର ଅନେକ ରାଜ୍ୟରେ ଲକଡ଼ାଉନ୍, ସଟଡାଉନ, ନାଇଟ୍ କର୍ଫ୍ୟୁ ଆରମ୍ଭ ହୋଇଗଲାଣି । କିନ୍ତୁ ଆମେ ଯଦି କୋଭିଡ଼ ନିୟମ ମାନିବା ଓ ମାସ୍କ ଠିକ୍ ଭାବରେ ପିନ୍ଧିବା ତେବେ ବିନା ଲକଡ଼ାଉନରେ କୋରୋନା ସଂକ୍ରମଣକୁ ରୋକିପାରିବା । ଏଥିପାଇଁ ଆଜିଠାରୁ 14 ଦିନ ପର୍ଯ୍ୟନ୍ତ ଆମେ ସମସ୍ତେ ମିଶି ମାସ୍କ ଅଭିଯାନ ଆରମ୍ଭ କରିବା । 14 ଦିନ ଯଦି ଆମେ କୌଣସି ନିୟମକୁ କଡ଼ାକଡ଼ି ଭାବରେ ପାଳନ କରିବା ତେବେ ତାହା ସବୁଦିନ ପାଇଁ ଏକ ଅଭ୍ୟାସରେ ପରିଣତ ହୋଇଯିବ । ଆମେ ସମସ୍ତେ ଆଜିଠାରୁ ସଂକଳ୍ପ ନେଇ ଠିକ୍ ଭାବରେ ମାସ୍କ ପିନ୍ଧିବା । ବେକରେ ଝୁଲାଇକରି ନୁହେଁ । ପୁରା ନାକ ଓ ମୁହଁକୁ ଘୋଡାଇ କରି ପିନ୍ଧିବା । ବିନା ମାସ୍କରେ କେବେବି ଘରୁ ବାହାରିବା ନାହିଁ । ତେବେ ଯାଇ ଆମେ କୋରୋନାକୁ ଜିତିପାରିବା । ଏଥିପାଇଁ ମା'ମାନଙ୍କୁ ମୋର ବିଶେଷ ଅନୁରୋଧ । ଆପଣଙ୍କ ପରିବାରର ଲୋକମାନେ ବିଶେଷ କରି ପିଲାମାନେ ଯେତେବେଳେ ବି ବାହାରକୁ ଯାଉଛନ୍ତି , ସେତେବେଳେ ସେମାନେ ଯେପରି ଠିକ୍ ଭାବରେ ମାସ୍କ ପିନ୍ଧିବେ ସେଥିପାଇଁ ଆପଣ ଧାନ ଦିଅନ୍ତୁ । ମା'ମାନେ ସତର୍କ ହେଲେ କୋରୋନା କେବେବି ଆମ ଘର ଭିତରକୁ ଆସିପାରିବ ନାହିଁ । ସରକାର ବାହାରେ ଜଗିଛନ୍ତ । ମା'ମାନେ ଘରେ ଜଗନ୍ତୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଆପଣ କୁହନ୍ତୁ କିଛି ଲୋକଙ୍କ ଅବହେଳା ପାଇଁ ସାରା ସମାଜ କାହିଁକି ଲକଡାଉନ୍ ଭଳି ପରିସ୍ଥିତିର ସମ୍ମୁଖୀନ ହେବ ? ମାସ୍କ ଠିକ୍ ଭାବରେ ନପିନ୍ଧି ବାହାରକୁ ଆସୁଥିବା ଲୋକଙ୍କଠାରୁ ଜୋରିମାନା ନିଶ୍ଚୟ ଆଦାୟ କରିବା ପାଇଁ ମୁଁ ପୋଲିସ୍ ଓ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛି । ମାସ୍କ ନପିନ୍ଧିଲେ ଏବେ ଦୁଇଗୁଣ ଜୋରିମାନା ଆଦାୟ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ମାସ୍କ ହିଁ ବର୍ତ୍ତମାନ ଆମ ପାଇଁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କବଚ । ଯେଉଁମାନେ ଟିକା ନେଇନାହାନ୍ତି ସେମାନେ ନିଶ୍ଚୟ ମାସ୍କ ପିନ୍ଧନ୍ତୁ । ଯେଉଁମାନେ ଟିକା ନେଇଛନ୍ତି ସେମାନେ ମଧ୍ୟ ମାସ୍କ ପିନ୍ଧନ୍ତୁ । ତା'ହେଲେ ଯାଇ ଆମେ ବିନା ଭୟରେ କୋରୋନାକୁ ରୋକି ପାରିବା । ଲକଡ଼ାଉନର ନେଗେଟିଭ ପ୍ରଭାବକୁ ପ୍ରତିହତ କରିପାରିବା । ଯଦି ଆପଣ ଚାହାନ୍ତି ଆପଣଙ୍କ ରୋଜଗାର ବନ୍ଦ ନହେଉ , ଆପଣଙ୍କ ଜୀବିକା ଠିକ୍ ଭାବରେ ଚାଲୁ ତେବେ ଆପଣଙ୍କୁ ନିଶ୍ଚୟ ମାସ୍କ ପିନ୍ଧିବାକୁ ପଡ଼ିବ । ଏବେ କରୋନାର ଦ୍ବିତୀୟ ଲହର ଚାଲିଛି । କେତେକ ଦେଶରେ ତୃତୀୟ ଲହର ମଧ୍ୟ ଆରମ୍ଭ ହେଲାଣି । ତେଣୁ ଆଗକୁ କୋରୋନାର କେତେ ଲହର ଆମକୁ ମୁକାବିଲା କରିବାକୁ ହେବ ତାହା କେହି ଜାଣିନାହାନ୍ତି । ତେଣୁ ଆମେ ଆମର ଜୀବନ ଶୈଳୀରେ ଯଦି ଏକ ଛୋଟିଆ ପରିବର୍ତ୍ତନ ଆଣିପାରିବା, ତେବେ ଆମେ ବିନା ଲକଡ଼ାଉନରେ କରୋନା ବିପଦରୁ ରକ୍ଷା ପାଇପାରିବା । ଆପଣଙ୍କ ସହଯୋଗ ହିଁ ଆମକୁ ଏ ଯୁଦ୍ଧରେ ବିଜୟୀ କରିପାରିବ ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି ।  

ଭୁବନେଶ୍ବରରୁ ଭବନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Apr 9, 2021, 4:59 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.