ETV Bharat / city

ପୁରୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

author img

By

Published : Oct 17, 2020, 4:17 PM IST

Updated : Oct 17, 2020, 7:53 PM IST

chief-minister-naveen-patanaik-going-to-puri

16:13 October 17

ପୁରୀ ଅଭିମୁଖେ ଗସ୍ତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ପୁରୀ: ପୁରୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ବଡ଼ଦାଣ୍ଡର ସୌନ୍ଦର୍ଯ୍ୟକରଣ ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବେ । ଏହାସହ ଜିଲ୍ଲା ପ୍ରଶାସନ ଓ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବା ନେଇ ମିଳିଛି ସୂଚନା ।

କୋଭିଡ ଯୋଗୁଁ ଦୀର୍ଘ 8 ମାସ ଦରି ମୁଖ୍ୟମନ୍ତ୍ରୀ ନବୀନ ନିବାସରୁ କୁଆଡେ ଯାଉନଥିବା ବେଳେ ଆଜି ପ୍ରଥମ କରି ପୁରୀ ଗସ୍ତ କରିଛନ୍ତି । ପୁରୀର ସୌନ୍ଦର୍ଯ୍ୟକରଣ ଏବଂ ହେରିଟେଜ କରିଡରର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । 

ଚତୁଃପାର୍ଶ୍ବ ସୌନ୍ଦର୍ଯ୍ୟକରଣ କରିବା ପାଇଁ ଗୋଟେପଟେ ପୁରୀରେ ଉଚ୍ଛେଦ କାର୍ଯ୍ୟ ଜାରି ରହିଛି । ଅନ୍ୟପଟେ କୋଭିଡ ମହାମାରୀ ପାଇଁ ଶ୍ରୀମନ୍ଦିର ଖୋଲା ହୋଇଥିଲେ ହେଁ, ଭକ୍ତଙ୍କ ଦର୍ଶନ ଉପରେ ଲାଗିଛି କଟକଣା । ତେଣୁ ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଅନେକ ଗୁରୁତ୍ବ ବହନ କରୁଛି । 

ତେବେ ଶୁକ୍ରବାର ଥିଲା ମୁଖ୍ୟମନ୍ତ୍ରୀଙ୍କର ୭୫ତମ ଜନ୍ମ ଜୟନ୍ତୀ। କୋଭିଡ୍ ଯୋଗୁଁ ନିରାଡାମ୍ବର ଭାବେ ପାଳନ କରାଯାଇଥିଲା। ଆଜି ମୁଖ୍ୟମନ୍ତ୍ରୀ ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସମିକ୍ଷା ସମୟରେ 5Tସଚିବ ଭି କେ ପାଣ୍ଡିଆନ, ଉନ୍ନୟନ କମିଶନର ସୁରେଶ ମହାପାତ୍ର, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରୀଷନ କୁମାର, ଜିଲ୍ଲାପାଳ ବଲୱନ୍ତ ସିଂ, ଡିଆଇଜି ଆଶିଷ ସିଂ, ଏସପି ଅଖିଳେଶ୍ବର ସିଂଙ୍କ ଉପସ୍ଥିତ ରହିଥିଲେ । 

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Oct 17, 2020, 7:53 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.