ETV Bharat / city

କଳାହାଣ୍ଡିରେ ପ୍ରକଳ୍ପ ବର୍ଷା; ଲୋକାର୍ପିତ ହେଲା ଅପର ଇନ୍ଦ୍ରାବତୀ ବହୁମୁଖୀ ଜଳ ସେଚନ ପ୍ରକଳ୍ପ - ଉଦଘାଟିତ ହେଲା ଇନ୍ଦ୍ରାବତୀ

ସମସ୍ୟାର ହେଲା ସ୍ଥାୟୀ ସମାଧାନ । ଏଣିକି ଦୂର ହେବ ଜଳ ସଂକଟ ଦୁଃଖ । ହସିବ କଳାହାଣ୍ଡି । ଶସ୍ୟ ଶ୍ୟାମଳାରେ ପରିପୂର୍ଣ୍ଣ ହେବ ପଶ୍ଚିମ ଓଡିଶା । କାର୍ଯ୍ୟକ୍ଷମ ହେଲା ବହୁ ପ୍ରତୀକ୍ଷିତ ଇନ୍ଦ୍ରାବତୀ ମେଗା ଜଳସେଚନ ପ୍ରକଳ୍ପ । ଇନ୍ଦ୍ରାବତୀ ଗର୍ଭରୁ ଏଣିକି ଝରିବ ଜଳଧାର । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

cm naveen patnaik
cm naveen patnaik
author img

By

Published : Jan 14, 2021, 1:01 PM IST

Updated : Jan 14, 2021, 2:19 PM IST

ଭବାନୀପାଟଣା/ଭୁବନେଶ୍ବର: କଳାହାଣ୍ଡିରେ ବର୍ଷିଲା ବିକାଶର ବର୍ଷା । ଜିଲ୍ଲାର ବିକାଶ ପାଇଁ ପ୍ରକଳ୍ପର ବୃଷ୍ଟି କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉଦଘାଟିତ ହେଲା ବହୁ ପ୍ରତିକ୍ଷୀତ ଅପର ଇନ୍ଦ୍ରାବତୀ ବହୁମୁଖୀ ଜଳ ସେଚନ ପ୍ରକଳ୍ପ । ପ୍ରକଳ୍ପ ଦ୍ବାରା ଜିଲ୍ଲାର 39ଟି ପଞ୍ଚାୟତର 50 ହଜାର 406 ଲୋକ ଉପକୃତ ହେବେ । 25 ହଜାର 274 ହେକ୍ଟର ଜମି ଜଳସେଚିତ ହେବ । ଏହି ଚର୍ଚ୍ଚିତ ପ୍ରକଳ୍ପ ବିଗତ 2015 ମସିହାରେ ଆରମ୍ଭ ହୋଇ 2020 ସେପ୍ଟେମ୍ବରରେ ଶେଷ ହୋଇଥିଲା । ପ୍ରକଳ୍ପ ପାଇଁ ପ୍ରାୟ 9 ହଜାର 86 କୋଟି ଟଙ୍କା ଖର୍ଚ୍ଚ ହୋଇଛି। ସେହିପରି ଜିଲ୍ଲାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 2 ହଜାର 85 କୋଟି ଟଙ୍କାର 106 ଟି ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି ।

କଳାହାଣ୍ଡିରେ ପ୍ରକଳ୍ପ ବର୍ଷା; ଲୋକାର୍ପିତ ହେଲା ଅପର ଇନ୍ଦ୍ରାବତୀ ବହୁମୁଖୀ ଜଳ ସେଚନ ପ୍ରକଳ୍ପ

ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିବା ପ୍ରକଳ୍ପ ମଧ୍ୟରେ ରହିଛି ଚମ୍ପାଦେଈପୁର ବୃହତ ଉଠାଜଳସେଚନ ପ୍ରକଳ୍ପ, ସାଲେଭଟା, ଗୋପୀନାଥପୁର, ଟେରାଙ୍ଗସିଲ ଓ ସାନ୍ଦୁଲ ବୃହତ ଉଠାଜଳସେଚନ ପ୍ରକଳ୍ପ । ସେହିପରି ଜଳ ସମ୍ପଦ ବିଭାଗର ସୂଚନା ଅନୁସାରେ ଗୋଲାମୁଣ୍ଡା ବ୍ଲକ ବୃନ୍ଦାବାହାଲରେ 52 କୋଟିରେ 132 କେଭି ଗ୍ରୀଡ ସବଷ୍ଟେସନ ହେବ । ଏହାସହ ଦଶପୁରରୁ ମଖଲା ପର୍ଯ୍ୟନ୍ତ ତେଲନଦୀ କୂଳେ କୂଳେ 11 କେଭି କୃଷି ଫିଡର ସ୍ଥାପନ ହେବ । ଯାହା କୃଷି ପାଇଁ ବରଦାନ ହେବାକୁ ଯାଉଛି ।

ମୋଟାମୋଟି ଭାବେ ଆଜି ମୁଖ୍ୟମନ୍ତ୍ରୀ 1 ହଜାର 64 କୋଟିର 54 ଟି ପ୍ରକଳ୍ପକୁ ଉଦଘାଟନ କରିଛନ୍ତି । ସେହିଭଳି ଏକ ହଜାର 20 କୋଟିର 52ଟି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ।

ଏହି ମେଗା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ, ଜଳ ସମ୍ପଦ ମନ୍ତ୍ରୀ, ମହିଳା ଶିଶୁ କଲ୍ୟାଣ ମନ୍ତ୍ରୀ ଶକ୍ତିମନ୍ତ୍ରୀ, 2 ଜଣ ସାଂସଦ 70ରୁ ଅଧିକ ବିଧାୟକ ବିଭିନ୍ନ ସ୍ତରର ଲୋକ ପ୍ରତିନିଧି, ସରକାରୀ ଅଧିକାରୀ ସମେତ ପ୍ରାୟ 3 ହଜାର ଲୋକ ସାମିଲ ହୋଇଛନ୍ତି ।

କଳାହାଣ୍ଡିରୁ ଅଜିତ ସିଂ ଭୁୁବନେଶ୍ବରରୁ ରୁଦ୍ର ନାରାୟଣ ଦାସ, ଇଟିଭି ଭାରତ

Last Updated : Jan 14, 2021, 2:19 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.