ETV Bharat / city

ମୁଖ୍ୟମନ୍ତ୍ରୀ ଧର୍ମର ରାଜନୀତି କରନ୍ତି ନାହିଁ: ବଦ୍ରି ପାତ୍ର - ମୁଖ୍ୟମନ୍ତ୍ରୀ ଧର୍ମର ରାଜନୀତି କରନ୍ତି ନାହିଁ

ତାରାତାରିଣୀ ପୀଠ ପ୍ରତିଷ୍ଠା ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସାମିଲ ହୋଇଛନ୍ତି । ଏହାକୁ ନେଇ ବିରୋଧୀ ସମାଲୋଚନା କରିଥିବା ବେଳେ, ଜବାବ ଦେଇଛନ୍ତି ଶାସକ ଦଳର ବରିଷ୍ଠ ବିଧାୟକ ବଦ୍ରି ପାତ୍ର। ଅଧିକ ପଢନ୍ତୁ

ମୁଖ୍ୟମନ୍ତ୍ରୀ ଧର୍ମର ରାଜନୀତି କରନ୍ତି ନାହିଁ
ମୁଖ୍ୟମନ୍ତ୍ରୀ ଧର୍ମର ରାଜନୀତି କରନ୍ତି ନାହିଁ
author img

By

Published : May 18, 2022, 5:38 PM IST

ଭୁବନେଶ୍ବର: ତାରାତାରିଣୀ ପୀଠ ପ୍ରତିଷ୍ଠା ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସାମିଲ ହୋଇଛନ୍ତି । ଏହାକୁ ନେଇ ବିରୋଧୀ ସମାଲୋଚନା କରିଥିବା ବେଳେ, ଜବାବ ଦେଇଛନ୍ତି ଶାସକ ଦଳର ବରିଷ୍ଠ ବିଧାୟକ ବଦ୍ରି ପାତ୍ର । ବଦ୍ରି କହିଛନ୍ତି କେବଳ ପୁରୀ ମନ୍ଦିର ବିକାଶ କାମ ହେଉନାହିଁ ରାଜ୍ୟର ସମସ୍ତ ମଠ ମନ୍ଦିରର ବିକାଶ ହେଉଛି । ତେଣୁ ବିକାଶ ଯେତେବେଳେ ହେଉଛି ତାହା ସମସ୍ତଙ୍କ ଆଖିରେ ଯାଉ ନାହିଁ । ମନ୍ଦିରର ବିକାଶ ହେବ ନବୀନ ପଟ୍ଟନାୟକ ନାଁ ନେବେ । ଏଇଟା କଣ ସମସ୍ତଙ୍କ ଦେହରେ ଯିବ ? ଯେଉଁମାନଙ୍କ ଦେହରେ ଯାଉନି ସେମାନେ ଏପରି ବିରୋଧ କରିବେ ।

ମୁଖ୍ୟମନ୍ତ୍ରୀ ଧର୍ମର ରାଜନୀତି କରନ୍ତି ନାହିଁ

ମୁଖ୍ୟମନ୍ତ୍ରୀ ସବୁ ପ୍ରସଙ୍ଗରେ ସ୍ବଚ୍ଛତା ରଖିଛନ୍ତି । ଯେଉଁଥି ପାଇଁ ଆଜି ପର୍ଯ୍ୟନ୍ତ ଓଡିଶାରେ ମଠ ମନ୍ଦିର କି ହିନ୍ଦୁ ମୁସଲମାନ ପ୍ରସଙ୍ଗରେ ଓଡିଶାରେ କୌଣସି ବିବାଦ ଦେଖା ଦେଇନାହିଁ । ଯାହାର ଉଦାହରଣ ହେଉଛି ଭଦ୍ରକ । ଯେଉଁଠି ବର୍ଷକୁ 3 ରୁ 4 ଥର ଦଙ୍ଗା ହେଉଥିଲା ସେଠି ଆଜି ସବୁ ଶାନ୍ତ । ମୁଖ୍ୟମନ୍ତ୍ରୀ ନା ହିନ୍ଦୁ ନା ମୁସଲମାନ କାହା ସପକ୍ଷରେ ନୁହଁନ୍ତି କେବଳ ଧର୍ମ ନିରପେକ୍ଷତା ହିଁ ତାଙ୍କର ଧର୍ମ । ଯିଏ ଯେଉଁ କାର୍ଡ ଖେଳିବ ସେ ତାର ଉତ୍ତର ପାଇବ । ଲୋକେ ନିର୍ବାଚନରେ ତାର ଉତ୍ତର ଦେବେ ବୋଲି ବଦ୍ରି କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.