ETV Bharat / city

ତିର୍ତ୍ତୋଲ ଓ ବାଲେଶ୍ଵରବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଧନ୍ୟବାଦ

ତିର୍ତ୍ତୋଲ ଓ ବାଲେଶ୍ଵର ଉପନିର୍ବାଚନରେ ବିପୁଳ ଭୋଟ୍ ବ୍ୟବଧାନରେ ବିଜେଡିକୁ ବିଜୟୀ କରିଥିବାରୁବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସ୍ଥାନୀୟ ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଅଧିକ ପଢନ୍ତୁ...

author img

By

Published : Nov 12, 2020, 8:54 PM IST

Updated : Nov 12, 2020, 9:03 PM IST

ତିର୍ତୋଲ ଓ ବାଲେଶ୍ଵରବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଧନ୍ୟବାଦ

ଭୁବନେଶ୍ବର: ତିର୍ତ୍ତୋଲ ଓ ବାଲେଶ୍ଵରବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଧନ୍ୟବାଦ । ତିର୍ତ୍ତୋଲ ଓ ବାଲେଶ୍ଵର ଉପନିର୍ବାଚନରେ ବିପୁଳ ଭୋଟ୍ ବ୍ୟବଧାନରେ ବିଜେଡିକୁ ବିଜୟୀ କରିଥିବାରୁ ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକ ସ୍ଥାନୀୟ ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ବିଜୟ ପରେ ଦଳୀୟ କର୍ମକତ୍ତାଙ୍କୁ ସମ୍ବୋଧିତ କରି କୃତଜ୍ଞତା ଜ୍ଞାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମ୍ବୋଧନ କରି ନବୀନ କହିଛନ୍ତି, କୋଭିଡ଼ ସମୟରେ ନିୟମ ମାନି ନିର୍ବାଚନ ପରିଚାଳନା କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ । କଥା ନୁହେଁ, କାମରେ ବିଶ୍ବାସ କରିଥାଏ ବିଜେଡି । ବହୁ ସଂଖ୍ୟାରେ ବୁଥକୁ ଆସି ବିଜେଡି ବିଜୟରେ ପ୍ରମୁଖ ଯୋଗଦାନ ଦେଇଥିବାରୁ ନବୀନ ପଟ୍ଟନାୟକ ମହିଳାମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ନିର୍ବାଚନ ପୂର୍ବରୁ ଦିଆଯାଇଥିବା ସମସ୍ତ ପ୍ରତିଶ୍ରୁତି ପୂରଣ କରିବାକୁ ପ୍ରୟାସ କରାଯିବ । ଏହି ବିଜୟ ପାଇଁ ଦଳର କାର୍ଯ୍ୟକର୍ତ୍ତାମାନେ ତୃଣମୂଳ ସ୍ତରରେ ଭୋଟରଙ୍କୁ ଧନ୍ୟବାଦ ଦିଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏହା ପରେ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଇ କହିଥିଲେ ଯେ, ବାଲେଶ୍ବରବାସୀଙ୍କୁ ଅଭିନନ୍ଦନ । ସେମାନଙ୍କ ଭଲପାଇବା ହିଁ ଦଳକୁ ବିଜୟୀ କରିଛି ।

କୋଭିଡ ସମୟରେ ନିର୍ବାଚନ ପରିଚାଳନା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ସେହିପରି ମା’ ମାନେ ବିପୁଳ ପରିମାଣରେ ଭୋଟ ଦେଇଥିବାରୁ ସେମାନଙ୍କୁ ଧନ୍ୟବାଦ । ଯେଉଁମାନେ ଯେଉଁ ଅଞ୍ଚଳରେ ରହି ସଙ୍ଗଠନ କରିଥିଲେ ସେମାନେ ସେହି ସ୍ଥାନକୁ ଯାଇ ଭୋଟରଙ୍କୁ ଧନ୍ୟବାଦ ଜଣାନ୍ତୁ ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

Last Updated : Nov 12, 2020, 9:03 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.