ETV Bharat / city

ଭୋଟର ତାଲିକା ସଂଶୋଧନ ଜାରି; 21ରେ ସ୍ବତନ୍ତ୍ର କ୍ୟାମ୍ପ

author img

By

Published : Nov 17, 2021, 5:16 PM IST

ଆସନ୍ତା ବର୍ଷ ହେବାକୁ ଥିବା ପଞ୍ଚାୟତ ଓ ପୌର ନିର୍ବାଚନ ନେଇ ରାଜ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀଙ୍କ ଗୁରୁତ୍ବପୂର୍ଣ୍ଣ ପ୍ରେସମିଟ । ଅଧିକ ପଢନ୍ତୁ

state election official
state election official

ଭୁବନେଶ୍ବର: ଆସନ୍ତା ବର୍ଷ ହେବାକୁ ଥିବା ପଞ୍ଚାୟତ ଓ ପୌର ନିର୍ବାଚନ ନେଇ ରାଜ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀଙ୍କ ଗୁରୁତ୍ବପୂର୍ଣ୍ଣ ପ୍ରେସମିଟ । ପ୍ରେସମିଟ କରି ନିର୍ବାଚନ ଅଧିକାରୀ Chief Electoral Officer (CEO) କହିଛନ୍ତି, ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆରମ୍ଭ ହୋଇଛି । ତେଣୁ ରାଜ୍ୟର ନାଗରିକ ମାନେ ନିଜ ନିଜ ଭୋଟର ତାଲିକା (voter list) ଯାଞ୍ଚ କରିନିଅନ୍ତୁ ।

ଏହାସହ ନିର୍ବାଚନ ଅଧିକାରୀ କହିଛନ୍ତି, ନାଗରିକ ମାନେ ଚାହିଁଲେ ଅନ ଲାଇନ ଅଫ ଲାଇନ ବ୍ୟତୀତ ଗ୍ରାମଞ୍ଚଳରେ ଥିବା ଭିଲେଜ ଲେବେଲ ଅଫିସର (ଭିଏଲଓ)ଙ୍କ ପାଖକୁ ଆସି ନିଜ ନିଜ ଭୋଟର ତାଲିକା ଯାଞ୍ଚ କରିପାରିବେ । ଏହା ବ୍ୟତୀତ ଆସନ୍ତା 21 ତାରିଖ ଦିନ ହେବାକୁ ଥିବା ସ୍ବତନ୍ତ୍ର କ୍ୟାମ୍ପକୁ ଆସି ମଧ୍ୟ ଯାଞ୍ଚ କରିବାକୁ ଅନୁରୋଧ କରିଛନ୍ତି ନିର୍ବାଚନ ଅଧିକାରୀ ।

ଭୋଟର ତାଳିକା ସଂଶୋଧନ ଜାରି; 21 ରେ ସ୍ବତନ୍ତ୍ର କ୍ୟାମ୍ପ

ନିର୍ବାଚନ ଅଧିକାରୀ କହିଛନ୍ତି ନାଗରିକ ମାନେ ନିଜର ନାଁ ଓ ଏପିକ ଆଇଡିରେ ମଧ୍ୟ ଯାଞ୍ଚ କରିପାରିବେ । ଖାଲି Electors Photo Identification Card (EPIC) ଏପିକ ଆଇଡିରେ ନାଁ ଠିକ ଥିଲେ ହେବ ନାହିଁ । କାରଣ ଭୋଟର ତାଳିକାରେ ନାଁ ମଧ୍ୟ ରହିବା ଜରୁରୀ ।

ଏତତ ବ୍ୟତୀତ ନିର୍ବାଚନ ଅଧିକାରୀ କହିଛନ୍ତି ନୂଆ ଭୋଟର ତାଳିକା କରିବା, ସଂଶୋଧନ, ସ୍ଥାନାନ୍ତର, ତଥା ନାଁ କାଟିବା ଯୋଡିବା ମଧ୍ୟ ହୋଇପାରିବେ । ଏଥିପାଇଁ କିଛି ସରଳ ପନ୍ଥା କମିଶନ କରିଛନ୍ତି । ଫର୍ମରେ ନାଁ ଯୋଡିବା ପାଇଁ ଫର୍ମ ନଂ-6, ନାଁ କାଟିବା ପାଇଁ ଫର୍ମ ନଂ-7, କୌଣସି ପ୍ରକାର ସଂଶୋଧନ ପାଇଁ ଫର୍ମ ନଂ-8 ଓ ସ୍ଥାନାନ୍ତର ପାଇଁ ଫର୍ମ ନଂ 8(କ) ରେ ନିର୍ଭୁଲ ତଥ୍ୟ ଦାଖଲ କରିବାକୁ ହେବ ବୋଲି କହିଛନ୍ତି ।

ସେହିପରି ନିର୍ବାଚନ ଅଧିକାରୀ କହିଛନ୍ତି, ସମସ୍ତ ସେବା ପାଇଁ ନାଗରିକ ମାନେ ଭୋଟର ହେଲ୍ପ ଲାଇନର ମଧ୍ୟ ସହାୟତା ନେଇପାରିବେ । କୌଣସି ସଂଶୋଧନ ପାଇଁ ସମସ୍ତ ତଥ୍ୟ ସଠିକ ଦିଅନ୍ତୁ । ଏପିକ ନମ୍ବର ସ୍ପୀଡ ପୋଷ୍ଟରେ ଯିବ । କୋଭିଡ କଟକଣା ପାଇଁ ଅନଲାଇନ ବ୍ୟବସ୍ଥାକୁ ଅଧିକ ଗୁରୁତ୍ବ ଦିଆଯାଉଛି । ଏହାବାଦ ବର୍ତ୍ତମାନ ସୁଦ୍ଧା ମୋଟ 4 ଲକ୍ଷ 20 ହଜାର ଫର୍ମ ଆସିଛି । ସେଥିରୁ ପ୍ରାୟ 80 ପ୍ରତିଶତ ଅନଲାଇନ ଯୋଗା ଆସିଥିବା ସେ କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.