ETV Bharat / city

ରାଜ୍ୟରେ ସୁରୁଖୁରୁରେ ଚାଲିଛି ଭୋଟିଂ: ମୁଖ୍ୟ ନିର୍ବାଚନ ଅଧିକାରୀ - ମୁଖ୍ୟ ନିର୍ବାଚନ ଅଧିକାରୀ

ନୂଆପଡାର କଟପାଲରେ ମତଦାନକୁ ନେଇ ସମସ୍ୟା ଦେଖା ଦେଇଥିଲା । ପାହାଡ ଉପରେ ଥିବାରୁ ଇଭିଏମରେ ତ୍ରୁଟି ପରିଲକ୍ଷିତ ହୋଇଥିଲା । ଏବେ ସେଠାରେ ଭୋଟିଂ ସୁରୁଖୁରୁରେ ଚାଲିଛି ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Apr 11, 2019, 3:40 PM IST

ଭୁବନେଶ୍ବର: ରାଜ୍ୟରେ ସୁରୁଖୁରୁରେ ମତଦାନ ଚାଲିଛି । ଅପରାହ୍ଣ 1ଟା ସୁଦ୍ଧା 41 ପ୍ରତିଶତ ମତଦାନ ହୋଇଛି । ଏବେ ସୁଦ୍ଧା କୌଣସି ହିଂସା ଘଟି ନାହିଁ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ।

ସାମ୍ବାଦିକଙ୍କୁ ସୂଚନା ଦେଇ ସେ କହିଛନ୍ତି ଯେ ସକାଳ 5ଟା 30ରେ ମକ୍‌ ପୋଲ ହୋଇଥିଲା । ଏହାପରେ କିଛି ବୁଥ୍‌ରେ ଇଭିଏମରେ ତ୍ରୁଟି ପରିଲକ୍ଷିତ ହୋଇଥିଲା । ହେଲେ 30ରୁ 40 ମିନିଟ୍‌ ମଧ୍ୟରେ ଏହାକୁ ମରାମତି କରାଯାଇଥିଲା । ଏବେ ପର୍ଯ୍ୟନ୍ତ କୌଣସି ହିଂସା ଘଟି ନଥିବା ସେ ସୂଚନା ଦେଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଅପରାହ୍ଣ 1ଟା ସୁଦ୍ଧା 41 ପ୍ରତିଶତ ମତଦାନ ହୋଇଥିବାର ସେ କହିଛନ୍ତି । ନୂଆପଡାର କଟପାଲରେ ମତଦାନକୁ ନେଇ ସମସ୍ୟା ଦେଖା ଦେଇଥିଲା । ପାହାଡ ଉପରେ ଥିବାରୁ ଇଭିଏମରେ ତ୍ରୁଟି ପରିଲକ୍ଷିତ ହୋଇଥିଲା । ଏବେ ସେଠାରେ ଭୋଟିଂ ସୁରୁଖୁରୁରେ ଚାଲିଛି ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ।

ଏହାସହ 20ଟି ବିଧାନସଭା ମାଓ ପ୍ରଭାବିତ ଅଞ୍ଚଳରେ ରହିଛି । ଏଠାରେ ଅପରାହ୍ଣ 4ଟାରେ ମତଦାନ ସରିବ । ଯଦି ଲାଇନ୍‌ରେ ଭୋଟର ଥିବେ ତେବେ ସେମାନେ ମତଦାନ ଦେଇପାରିବେ । ବାକି ସମସ୍ତ ଜାଗାରେ ସନ୍ଧ୍ୟା 6ଟା ସୁଦ୍ଧା ଭୋଟ୍‌ ଗ୍ରହଣ ସରିବ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:Body:

aslkjalks

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.