ETV Bharat / city

ପଦ୍ମଶ୍ରୀ ହଳଧର ନାଗଙ୍କ ଫେକ ପୋଷ୍ଟର ପର୍ଦ୍ଦାଫାଶ; ଜଣେ ଗିରଫ

author img

By

Published : Aug 16, 2019, 1:45 PM IST

Updated : Aug 16, 2019, 5:41 PM IST

ଓଡିଶା ଭାଷାର ଅସ୍ମିତାକୁ ଆଜି ପର୍ଯ୍ଯନ୍ତ ବଜାୟ ରଖିଥିବା ଆଦରର ପୁସ୍ତକ ଛବିଳ ମଧୁ ବର୍ଣ୍ଣବୋଧକୁ କିଛି ଅସାମାଜିକ ବ୍ୟକ୍ତି ପୋଡିଥିଲେ । ଏ ସଂକ୍ରାନ୍ତରେ ପଦ୍ମଶ୍ରୀ ହଳଧର ନାଗ ଥାନାରେ ଏତଲା ଦେବାପରେ ପୋଲିସ ଜଣଙ୍କୁ ଗିରଫ କରିଛି । ଏହା ସହ ଘଟଣାକୁ କଡା ଭାଷାରେ ନିନ୍ଦା କରିଛନ୍ତି ପଦ୍ମଶ୍ରୀ ହଳଧର ନାଗ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ

ବରଗଡ: ଛବିଳ ମଧୁ ବର୍ଣ୍ଣବୋଧକୁ ପୋଡିବା ସହ ତାହାର ଭିଡିଓକୁ ଫେସବୁକରେ ଛାଡିବା ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି । ତେବେ ପଦ୍ମଶ୍ରୀ ହଳଧର ନାଗଙ୍କ ଫେକ ଆକାଉଣ୍ଟରୁ ଏହି ଭିଡିଓ ଛଡାଯାଇଥିଲା । ଏହି ଘଟଣା ସଂପର୍କରେ ପଦ୍ମଶ୍ରୀ ହଳଧର ନାଗ ଜାଣିବା ପରେ ବ୍ୟକ୍ତିଙ୍କ ବିରୋଧରେ ଲିଖିତ ଅଭିଯୋଗ ଆଣିବା ସହିତ ଘଟଣାକୁ ନିନ୍ଦା କରିଛନ୍ତି । ଏଥିରେ ତାଙ୍କର କୌଣସି ହାତ ନଥିବା ସ୍ପଷ୍ଟ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ
Chhabila Madhu Barnabodha Book burnt on fire
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ,ଫେସ୍‌ବୁକ

ଗତ କିଛିଦିନ ତଳେ ‘KosaliSahitya.IN’ ନାମକ ଫେସବୁକ୍‍ ପେଜ୍‌ରେ ଛବିଳ ମଧୁ ବର୍ଣ୍ଣବୋଧକୁ ପୋଡିବାର ଭିଡିଓ ପୋଷ୍ଟ କରାଯାଇଥିଲା । ଯାହାର ପ୍ରୋଫାଇଲ ଫଟୋରେ ପଦ୍ମଶ୍ରୀ ହଳଧର ନାଗଙ୍କ ଛବି ରହିଥିଲା । ଭିଡିଓ ପୋଷ୍ଟ କରାଯିବା ସହ ‘କୋସଲରେ କୋସଲି ଚଲବା, ଉଡ଼ିଆ ନାଇଁ’ ଲେଖାଯାଇଥିଲା । ଏହାର ତଳେ ୟୁଟ୍ୟୁବର ଲିଙ୍କ୍‌କୁ ଦିଆଯାଇଥିଲା । ଏହି ଘଟଣାକୁ ଅନେକ ଓଡିଆ ଭାଷା ପ୍ରେମୀ, ସାହିତ୍ୟିକ ଓ ବୁଦ୍ଧିଜୀବୀ ନିନ୍ଦା କରିଥିଲେ । ବିଭିନ୍ନ ସୂତ୍ରରୁ ଖବର ପାଇବା ପଦ୍ମଶ୍ରୀ ହଳଧର ନାଗ ଏହାକୁ ନିନ୍ଦା କରିବା ସହ ମେଳଛାମୁଣ୍ଡା ଥାନାରେ ଅଭିଯୋଗ କରିଥିଲେ । ସାକେତ ଶ୍ରୀଭୂଷଣ ସାହୁ ନିଜେ ପଦ୍ମଶ୍ରୀ ହଳଧରଙ୍କ ଏପରି ଫେକ ଆକାଉଣ୍ଟ ଖୋଲି ସେହି ଭିଡିଓ ପୋଷ୍ଟ କରିଥିବା ସ୍ଵୀକାର କରିଥିଲେ | ଅଭିଯୁକ୍ତ ଘଟଣାର ସମାଧାନ କରିବାକୁ କହିଥିଲେ ହେଁ ପଦ୍ମଶ୍ରୀ ହଳଧର ନାଗ ତାହାକୁ ଏଡାଇ ଦେଇଥିଲେ । ଏହାପରେ ପୋଲିସ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି ।

ଗିରଫ ସାକେତ ଶ୍ରୀଭୂଷଣ ସାହୁ ବରଗଡ ଜିଲ୍ଲା ଗାଇସିଲେଟ ଥାନା ଅନ୍ତର୍ଗତ ବୁରୋମୁଣ୍ଡା ଗ୍ରାମର ବାସିନ୍ଦା । ସେ କୋଶଳୀ ଭାଷା ଆନ୍ଦୋଳନରେ ବରଗଡ ଜିଲ୍ଲାର ମୁଖ୍ୟ ଭାବରେ କାର୍ଯ୍ୟ କରୁଥିଲେ । କୋଶଳୀ ଭାଷାକୁ ସମ୍ବିଧାନର ଅଷ୍ଟମ ସୂଚୀରେ ସାମିଲ ଦାବିରେ ଦୀର୍ଘଦିନ ଧରି ସେ ଆନ୍ଦୋଳନ କରିଥିଲେ ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Intro:Body:

srg

Conclusion:
Last Updated : Aug 16, 2019, 5:41 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.