ଭୁବନେଶ୍ବର: ମହାପ୍ରଭୁ ଜଗନ୍ନାଥଙ୍କ ଲୀଲାକୁ କେବେ କେହି ବୁଝିପାରନ୍ତି ନାହିଁ । ଆଉ ମହାପ୍ରଭୁଙ୍କ ଏହି ରଥଯାତ୍ରାରେ ସାମିଲ ହେବାକୁ ବିଦେଶରୁ ମଧ୍ୟ ଭକ୍ତଙ୍କ ସମାଗମ ହୋଇଛି ।
ଅନ୍ୟପଟେ ବିଭିନ୍ନ କାରିଗରମାନେ ମଧ୍ୟ ମହାପ୍ରଭୁଙ୍କୁ ନିଜ ନିଜ କଳାକୃତି ମାଧ୍ୟମରେ ବେଶ ନିଖୁଳ ରୂପ ଦେଉଛନ୍ତି । ଆଉ ଏହି କଳା କାରିଗରୀ ପ୍ରଦର୍ଶନରୁ ବାଦ ପଡିନାହାନ୍ତି ଭୁବନେଶ୍ୱରର ମାଇକ୍ରୋ ଆର୍ଟ ବଏ ଶିବାଶିଷ । ସେ ସର୍ବଦା ନିଜ ସୂକ୍ଷ୍ମ କାରିଗରୀ ପାଇଁ ଚର୍ଚ୍ଚାରେ ରହି ଆସୁଛନ୍ତି ।
ଗତ କିଛି ଦିନ ପୂର୍ବରୁ ଶିବାଶିଷ ଚକରେ ମାତ୍ର 3 ସେଣ୍ଟିମିଟରର ଚତୁର୍ଦ୍ଧାମୂର୍ତ୍ତିକୁ ନିର୍ମାଣ କରିଥିବାବେଳେ ଆଜି ଘୋଷଯାତ୍ରା ଅବସରରେ ପେନସିଲ ମୁନରେ ମାତ୍ର 1 ସେଣ୍ଟିମିଟର ରଥ ତିଆରି କରି ଚର୍ଚ୍ଚାକୁ ଆସିଛନ୍ତି। ତେବେ ରଥଟି ଅବିକଳ ପୁରୀ ରଥ ଭଳି ଦେଖାଯାଉଥିବା ବେଶ ସୁନ୍ଦର ହୋଇଛି ।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ