ETV Bharat / city

ଅମ୍ଫାନ ପାଇଁ ଭୁବନେଶ୍ବର-ଦିଲ୍ଲୀ ସ୍ବତନ୍ତ୍ର ଟ୍ରେନର ଦିଗ ପରିବର୍ତ୍ତନ

author img

By

Published : May 17, 2020, 8:20 PM IST

02823/02824 ନମ୍ବରର ଏହି ଦୁଇଟି ଟ୍ରେନ ଆସନ୍ତା 19ତାରିଖରୁ ଅନୁଗୋଳ ଓ ସମ୍ବଲପୁର ରୁଟ ଦେଇ ଗତି କରିବ ।

change-of-direction-of-bhubaneswar-delhi-special-train-for-amphan
ଆମ୍ଫାନ ପାଇଁ ଭୁବନେଶ୍ବର-ଦିଲ୍ଲୀ ସ୍ବତନ୍ତ୍ର ଟ୍ରେନର ଦିଗ ପରିବର୍ତ୍ତନ

ଭୁବନେଶ୍ବର: ଓଡିଶାକୁ ସାମ୍ଭବ୍ୟ ବାତ୍ୟା ଆଶାଙ୍କାରେ ଆଗାମୀ 4 ଦିନ ପାଇଁ ଭୁବନେଶ୍ବର-ଦିଲ୍ଲୀ ଗଡୁଥିବା ସ୍ବତନ୍ତ୍ର ଟ୍ରେନର ଦିଗ ପରିବର୍ତ୍ତନ କରାଯାଇଛି ।

02823/02824 ନମ୍ବରର ଏହି ଦୁଇଟି ଟ୍ରେନ ଆସନ୍ତା 19 ତାରିଖରୁ ଅନୁଗୋଳ ଓ ସମ୍ବଲପୁର ରୁଟ ଦେଇ ଗତି କରିବ । ଯାହାକି ପୂର୍ବରୁ ଭଦ୍ରକ, ବାଲେଶ୍ବର ଓ ହିଞ୍ଜିଳି ଦେଇ ଯାତ୍ରା କରୁଥିଲା । ଏଥିସହ ଟ୍ରେନ ମଧ୍ୟ ଝାରସୁଗୁଡା ଓ ରାଉରକେଲା ଟାଟା ଦେଇ ଗତି କରିବ । ତେବେ ଉଭୟ ଯାତ୍ରୀ ଓ କର୍ମଚାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ନିଷ୍ପତି ନିଆଯାଇଛି ।

ଅନ୍ୟପଟେ ବାଲେଶ୍ବର ଓ ହିଞ୍ଜିଳି(ଖଡ଼ଗପୁର)ର ଯାତ୍ରୀ ଆଗାମୀ 4 ଦିନ ପାଇଁ ସେବା ପାଇ ପାରିବେ ନାହିଁ । ଇଷ୍ଟକୋଷ୍ଟ ରେଳବିଭାଗ ବାତ୍ୟାକୁ ନେଇ ତୀକ୍ଷ୍ଣ ନଜର ରଖିଛି । ଆସନ୍ତା ଦିନରେ ରେଳ ଚଳାଚଳକୁ ନେଇ ସୂଚନା ଦିଆଯିବ ବୋଲି ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.