ETV Bharat / city

ଅପରାଧୀଙ୍କ ଚକ୍ରବ୍ୟୁହରେ ଭୁବନେଶ୍ବର: ଅପାରଗ ଅଫିସର, ସାଇଲେଣ୍ଟ କମିଶନର

ରାଜଧାନୀରେ ମାତିଛନ୍ତି ଲୁଟେରା । ଲୁଟପାଟ, ଚୋରି, ଛିନତାଇ କରି ଫେରାର ହେଉଛନ୍ତି ଦୁର୍ବୃତ୍ତ । ଟେର ପାଉ ନାହାଁନ୍ତି ଅପାରଗ ପୋଲିସ ଅଫିସର । ବିଗତ ଏକ ମାସ ଧରି ରାଜଧାନୀରେ ହଇଚଇ ରଚିଛନ୍ତି ଦୁର୍ବୃତ୍ତ । ଦେଖନ୍ତୁ ଇଟିଭି ଭାରତର ସ୍ପେସିଆଲ ରିପୋର୍ଟ...

author img

By

Published : Jul 3, 2020, 8:22 PM IST

ଅପରାଧିଙ୍କ ଚକ୍ରବ୍ୟୁହରେ ଭୁବନେଶ୍ବର: ଅପାରଗ ଅଫିସର, ସାଇଲେଣ୍ଟ କମିଶନର

ଭୁବନେଶ୍ବର: ଅପରାଧୀଙ୍କ ଚକ୍ରବ୍ୟୁହରେ ରାଜଧାନୀ ଭୁବନେଶ୍ବର । ଲୁଟପାଟ, ଚୋରି, ଛିନତାଇ କରି ଫେରାର ହେଉଛନ୍ତି ଦୁର୍ବୃତ୍ତ । ଟେର ପାଉ ନାହାଁନ୍ତି ଅପାରଗ ପୋଲିସ ଅଫିସର । ସେପଟେ କୋରୋନା ଆଳରେ ସାଇଲେଣ୍ଟ ପାଲଟିଛନ୍ତି ପୋଲିସ କମିଶନର । ବିଗତ ଏକ ମାସ ଧରି ରାଜଧାନୀରେ ହଇଚଇ ରଚିଛନ୍ତି ଦୁର୍ବୃତ୍ତ ।

ଅପରାଧୀଙ୍କ ଚକ୍ରବ୍ୟୁହରେ ଭୁବନେଶ୍ବର: ଅପାରଗ ଅଫିସର, ସାଇଲେଣ୍ଟ କମିଶନର

ତେବେ ନଜର ପକାନ୍ତୁ ଏହି ସବୁ ଘଟଣାକ୍ରମ ଉପରେ...

ଜୁନ ୮ ବାଲିପାଟଣା ଥାନା ଅଠାନ୍ତର ବାସନ୍ତି ମହାନ୍ତିଙ୍କ ଘର ସାମନାରୁ ସୁନା ଚେନ ଝାମ୍ପିନେଲେ ଦୁର୍ବୃତ୍ତ । ଜୁନ ୯ ବଡ଼ଗଡ଼ ଥାନା ରତ୍ନାକରବାଗରୁ ଗ୍ରିଲ ତାଡି ୪୦ ହଜାର ଲୁଟ । ସେହିପରି ଜୁନ ୧୧ ଲକ୍ଷ୍ମୀ ସାଗର ମହାଦେବ ନଗରରୁ ରାଜକିଶୋର ନାୟକଙ୍କ ଘରୁ ସୁନା ଅଳଙ୍କାର ସହ ଟଙ୍କା ଲୁଟ । ଜୁନ ୧୨ ଖଣ୍ଡଗିରି ଥାନା କ୍ରିଷ୍ଣା ଗାର୍ଡେନ ନିକଟରୁ ଦିବ୍ୟମହାନ୍ତିଙ୍କ ଠାରୁ ସୁନା ଚେନ ଲୁଟ । ଜୁନ ୧୩ ଚନ୍ଦ୍ରଶେଖରପୁର ଥାନା ନିଳାଦ୍ରିବିହାର ସେକ୍ଟରରେ ଲିପ୍ସା ମହାପାତ୍ରଙ୍କ ଘରେ ପଶି ଲୁଟ । ଜୁନ ୧୪ ଖାରବେଳ ନଗର କାଶିନାଥଙ୍କ ଗ୍ରୋସରି ଦୋକାନରୁ ଲୁଟ ।

ସେହିପରି ଜୁନ ୧୬ ଖଣ୍ଡଗିରି ଥାନା ଡୁମୁଡୁମା ହାଉସିଂ ବୋର୍ଡ଼ କଲୋନୀର ମେଡ଼ିସିନ ଦୋକାନରୁ 1 ଲକ୍ଷ 60 ହଜାର ଲୁଟ । ଜୁନ ୧୮ ଇଡ଼କଲ ଅଡିଟୋରିୟମ ସାମ୍ନାରୁ ଅଧ୍ୟାପକ ଆଶିଷ ସିଂ ଠାରୁ ଲୁଟ । ଜୁନ ୨୯ ନୟାପଲ୍ଲୀ ଥାନା ପାଖରୁ ଲେଡି ବ୍ୟାଙ୍କ କର୍ମଚାରୀଙ୍କ ଠାରୁ ଝାମ୍ପିନେଲେ ସୁନା ଚେନ । ଜୁନ ୩୦ ଖାରବେଳ ନଗର କାଳି ମନ୍ଦିର ନିକଟରୁ ପରିବା କିଣୁ ଥିବାବେଳେ ମହିଳାଙ୍କଠୁ ଝାମ୍ପିନେଲେ ସୁନା ଚେନ ।

କେବଳ ଏତିକି ନୁହେଁ ସହିଦ ନଗର, ଲିଙ୍ଗରାଜ ଥାନା, ମଂଚେଶ୍ବର, ବାଲିଅନ୍ତା, ତମାଣ୍ଡୋ, ଇନଫୋସିଟି ପରି ନନ୍ଦନକାନନ, ଚନ୍ଦକା, କ୍ୟାପିଟାଲ ଥାନା, ଏୟାର ଫିଲ୍ଡ ଅଞ୍ଚଳରେ ଦିନ ରାତି ପୋଲିସର ନିଦ ହଜାଇଛନ୍ତି ଅପରାଧୀ । ସେପଟେ ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ କରୁଛନ୍ତି । ସିସିଟିଭି ଫୁଟେଜ ସହ ଅପରାଧୀର ଗତିଵିଧି ରେକର୍ଡ ହେଉଛି । ହେଲେ ତଥାପି ଦୁର୍ବୃତ୍ତଙ୍କୁ ଚିହ୍ନଟ କରିବା କମିଶନରେଟ ପୋଲସ ପାଇଁ କାଠିଗର ପାଠ ହୋଇପଡିଛି।

ନିତିଦିନ ଥାନାଧିକାରୀଙ୍କ ସହ ରିଭ୍ୟୁ କରୁଛନ୍ତି ଟପ ଅଫିସର । ଆଉ ସବୁ ଜାଣି ଶୁଣି ଅଣଦେଖା ପରି ସାଇଲେଣ୍ଟ ପାଲଟିଛନ୍ତି ପୋଲିସ କମିଶନର । ହେଲେ ଡିସିପି କହିଛନ୍ତି, ସ୍ପେଶାଲ ସ୍କ୍ବାଡ଼ ଓ କ୍ୟୁଏଟି ଏସବୁ ଉପରେ ନଜର ରଖୁଛନ୍ତି । ମାସ୍କ ଆଢୁଆଳରେ ଅପରାଧୀଙ୍କ ଲୁଟପାଟର ମଜା ସହର ବାସୀଙ୍କ ପାଇଁ ସଜା ପାଲଟିଛି । ଏବେ ସହରବାସୀଙ୍କ ସୁରକ୍ଷା ନେଇ ସୃଷ୍ଟି ହୋଇଛି ବିରାଟ ପ୍ରଶ୍ନବାଚୀ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.