ଭୁବନେଶ୍ବର: ଏଣିକି ଡିଏଲ (ଡ୍ରାଇଭିଂ ଲାଇସେନ୍ସ) ଏବଂ ପଲ୍ୟୁସନ ସାର୍ଟିଫିକେଟ ଦେବା ପାଇଁ ବ୍ଲକ୍ ଓ ସବଡିଭିଜନ ସ୍ତରରେ କ୍ୟାମ୍ପ କରାଯିବ । ଏହି କ୍ୟାମ୍ପରେ ପ୍ରଥମେ ଗାଡି ଚାଳକଙ୍କୁ ଲର୍ଣ୍ଣିଙ୍ଗ ଲାଇସେନ୍ସ ଦେବାର ବ୍ୟବସ୍ଥା ହେବ । ଏଥିସହିତ କ୍ୟାମ୍ପ ଗୁଡ଼ିକରେ ପଲ୍ୟୁସନ ଅଣ୍ଡର କଣ୍ଟ୍ରୋଲ (ପିୟୁସି) ସାର୍ଟିଫିକେଟ୍ ବି ଦିଆଯିବ । ମଙ୍ଗଳବାର ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଏନେଇ ସୂଚନା ଦେଇଛନ୍ତି ।
ସୂଚନାନୁସାରେ ରାଜ୍ୟରେ ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ କମିଶନରେଟ ଓ ଟ୍ରାଫିକ୍ ପୋଲିସ ପକ୍ଷରୁ ଜୋରଦାର ଧରପଗଡ ଆରମ୍ଭ ହୋଇଛି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ କୋକୁଆ ଭୟ ଦେଖିବାକୁ ମିଳିଛି । ତେଣୁ ଟ୍ରାପିକ୍ ନିୟମର ତଣ୍ଡରୁ ବଞ୍ଚିବାକୁ ଡିଏଲ ଏବଂ ଗାଡିର ସମସ୍ତ କାଗଜପତ୍ର କରିବାକୁ ଆରଟିଓ ଅଫିସରେ ଲୋକଙ୍କ ଲମ୍ବା ଲାଇନ ଦେଖିବାକୁ ମିଳୁଛି । ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ