ଭୁବନେଶ୍ବର: ଆଉ ଦିନ କେଇଟା ପରେ ଆସୁଛି ରଜ ପର୍ବ । ଏହି ଦିନରେ ଝିଅମାନେ ପିନ୍ଧିଥାନ୍ତି ନୂଆ ଡ୍ରେସ । ଏହାସାଙ୍ଗକୁ ଘରେ ହୁଏ ପିଠାପଣା । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଶୁକ୍ରବାର କର୍ଫ୍ୟୁ କୋହଳ କରିଛନ୍ତି । ରଜରେ ସପିଂ ଓ ଅନ୍ୟାନ୍ୟ ଜିନିଷ କିଣାକିଣି ପାଇଁ ସରକାର ରାଜ୍ୟରେ କର୍ଫ୍ୟୁ କୋହଳ କରିବାର ନିଷ୍ପତ୍ତି ନିଇଛନ୍ତି ।
ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁସାରେ ସନ୍ଧ୍ୟା 7 ବଦଳରେ ରାତି 10ଟାରୁ ଲାଗୁ ହେବ କର୍ଫ୍ୟୁ । ଏନେଇ ସ୍ବତନ୍ତ୍ର ରିଲିଫ କମିଶନର ବିଜ୍ଞପ୍ତି ପ୍ରକାଶ କରିଛନ୍ତି । କୋରୋନା ପାଇଁ ରାଜ୍ୟରେ 10 ଘଣ୍ଟିଆ କର୍ଫ୍ୟୁ ସହ ପ୍ରତି ଶନିବାର ଓ ରବିବାର ସଟଡାଉନ ନେଇ ଘୋଷଣା ହୋଇଛି । ପ୍ରତିଦିନ ସଂଧ୍ୟା 7ଟାରୁ ସକାଳ 5ଟା ଯାଏଁ ଏହି କର୍ଫ୍ୟୁ ବଳବତ୍ତର ରହୁଛି । ହେଲେ ଆଗକୁ ରଜ ଥିବାରୁ ଲୋକଙ୍କୁ ଯେପରି କିଣାକିଣିରେ କୌଣସି ଅସୁବିଧା ନହେଉ, ଏନେଇ କର୍ଫ୍ୟୁ ସାମାନ୍ୟ କୋହଳ କରିବାକୁ ସରାକରଙ୍କ ପକ୍ଷରୁ ଘୋଷଣା କରାଯାଇଛି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ