ଭୁବନେଶ୍ବର:ରାଜ୍ୟ ସରକାର ସବୁବେଳେ କେନ୍ଦ୍ର ଅବହେଳାର ପ୍ରଶ୍ନ ଉଠାଇଆସୁଥିବା ବେଳେ ପୁନର୍ବାର ଓଡିଶାକୁ ବନ୍ୟା ସହାୟତା ଯୋଗାଇଛି କେନ୍ଦ୍ର । ତେବେ 320.94 କୋଟି ଟଙ୍କା ବନ୍ୟା କ୍ଷତିପୂରଣ ସହାୟତାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି କେନ୍ଦ୍ର ସରକାର ।
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ହୋଇଥିବା ଉଚ୍ଚସ୍ତରୀୟ ବୈଠକରେ ଜାତୟ ବିପର୍ଯ୍ୟୟ ପାଣ୍ଠି ଅନ୍ତର୍ଗତ ଅତିରିକ୍ତ ବନ୍ୟା ସହାୟତାକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । 5 ରାଜ୍ୟକୁ ମିଳିବ ଏହି ସହାୟତା ଅର୍ଥ । 2020ରେ ଏହି ସବୁ ରାଜ୍ୟରେ ବନ୍ୟା ଓ ଭୁସ୍ଖଳନ ହୋଇଥିଲା ।
ବୈଠକରେ ଏନଡିଆରଏଫ ପାଣ୍ଠିରୁ 5 ରାଜ୍ୟକୁ 1751.05 କୋଟି ଟଙ୍କା ସହୟତା ଯୋଗାଇଦିଆଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ଏଥିରେ ଆସାମକୁ 437.15 କୋଟି, ଅରୁଣାଚଳପ୍ରଦେଶକୁ 75.86 କୋଟି, ଓଡିଶାକୁ 320.94 କୋଟି, ତେଲେଙ୍ଗାନାକୁ 245.96 କୋଟି ଏବଂ ଉତ୍ତରପ୍ରଦେଶକୁ 386.06 କୋଟି ଟଙ୍କା ସହାୟତା ଯୋଗାଇଦିଆଯିବ ।