ETV Bharat / city

ବାଲେଶ୍ବରରେ ବାତ୍ୟାଞ୍ଚଳ ପରିଦର୍ଶନ କରି ଭଦ୍ରକ ଗଲା କେନ୍ଦ୍ରୀୟ ଟିମ

author img

By

Published : Jun 7, 2021, 11:57 AM IST

Updated : Jun 7, 2021, 10:29 PM IST

ବାତ୍ୟା ୟସର କ୍ଷୟକ୍ଷତି ଆକଳନ ପାଇଁ ବାଲେଶ୍ବରରେ ପହଞ୍ଚିଥିଲେ କେନ୍ଦ୍ରୀୟ ପ୍ରତିନିଧି ଦଳ। କେନ୍ଦ୍ର ପ୍ରତିନିଧି ଦଳ ସହ ରାଜ୍ୟ ସରକାରଙ୍କ ପ୍ରତିନିଧି ମିଳିତ ଭାବରେ ଗସ୍ତ କରିଛନ୍ତି । ବାଲେଶ୍ବର ଗସ୍ତ ଶେଷ କରି ଏହା ପରେ ଭଦ୍ରକ ଗଲେ କେନ୍ଦ୍ରୀୟ ଟିମ । ଅଧିକ ପଢନ୍ତୁ...

ବାଲେଶ୍ବରରେ ପହଞ୍ଚିଲା କେନ୍ଦ୍ରୀୟ ପ୍ରତିନିଧି ଦଳ,ପରିଦର୍ଶନ କରିବେ ପ୍ରଭାବିତ ଅଞ୍ଚଳ

ବାଲେଶ୍ବର: ଜିଲ୍ଲାରେ ପହଞ୍ଚିଲେ କେନ୍ଦ୍ରୀୟ ପ୍ରତିନିଧି ଦଳ । ବାତ୍ୟା ୟସ କ୍ଷୟକ୍ଷତି ଆକଳନ ପାଇଁ ବାଲେଶ୍ବରରେ ପହଞ୍ଚିଲେ କେନ୍ଦ୍ରୀୟ ପ୍ରତିନିଧି ଦଳ। କେନ୍ଦ୍ର ପ୍ରତିନିଧି ଦଳ ସହ ରାଜ୍ୟ ସରକାରଙ୍କ ପ୍ରତିନିଧି ମିଳିତ ଭାବରେ ଗସ୍ତ କରିଛନ୍ତି । ବାଲେଶ୍ବରେ ବାତ୍ୟାଞ୍ଚଳ ପରିଦର୍ଶନ କରିବା ପରେ ଭଦ୍ରକ ଗସ୍ତ କରିଛନ୍ତି କେନ୍ଦ୍ରୀୟ ଟିମ ।

ବାଲେଶ୍ବରରେ ବାତ୍ୟାଞ୍ଚଳ ପରିଦର୍ଶନ କରି ଭଦ୍ରକ ଗଲା କେନ୍ଦ୍ରୀୟ ଟିମ

ଆଜି ସକାଳେ ବାତ୍ୟା ସମୀକ୍ଷା ପାଇଁ ବାଲେଶ୍ଵରରେ ପହଞ୍ଚିଥିଲେ କେନ୍ଦ୍ରୀୟ ପ୍ରତିନିଧି ଦଳ । ସକାଳ 10 ଟା 30 ରେ ସ୍ବତନ୍ତ୍ର ହେଲିକ୍ୟାପ୍ଟରରେ ପୋଲିସ ଲାଇନ ରିଜର୍ଭ ପଡ଼ିଆରେ ଏକ ଚାରି ଜଣିଆ ଟିମ ପହଞ୍ଚିଥିଲେ । ଏହା ପରେ ସେମାନେ ସର୍କିଟ ହାଉସରେ ଯାଇଥିଲେ। ଏହି ଟିମରେ ଟିମ ଲିଡର ଗୃହମନ୍ତ୍ରଣାଳୟର ଯୁଗ୍ମ ସଚିବ ସୁନୀଲ ବର୍ଣ୍ଣଲ ଥିବା ବେଳେ କୈଳାସ କୁମାର, ଶିଶିର ପ୍ରଧାନ ଓ ଦିଗାମ୍ବର ସ୍ବାଇଁ ପ୍ରମୁଖ ବାତ୍ୟା ଅଞ୍ଚଳ ପରିଦର୍ଶନ କରିଛନ୍ତି। ସେଠାରୁ ପ୍ରତିନିଧି ଦଳ ସଦର ବ୍ଲକ ସାର୍ଥା, ଚାନ୍ଦିପୁର, ବଳରାମଗଡ଼ି ବାତ୍ୟା ଅଞ୍ଚଳର ପରିଦର୍ଶନ କରିବା ପରେ ବାହାନଗା ଓ ସୋର ବ୍ଲକର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି। ଏହା ପରେ ଏହି ଟିମ ବର୍ତ୍ତମାନ ଭଦ୍ରକ ଗସ୍ତ କରିଛି । ଏହି ଟିମ ବାତ୍ୟା ୟସର ସମସ୍ତ କ୍ଷୟକ୍ଷତି ରିପୋର୍ଟ ସଂଗ୍ରହ କରି ସରକାରଙ୍କୁ ପ୍ରଦାନ କରିବେ।

ସୂଚନାଥାଉକି ସାମୁଦ୍ରିକ ବାତ୍ୟା ୟସ ଓଡିଶାର ଉପକୂଳବର୍ତ୍ତୀର 4 ଜିଲ୍ଲାରେ ବିଶେଷ ପ୍ରଭାବର ପକାଇଥିଲା । ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକ ମଧ୍ୟରେ ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା ଓ ଜଗତସିଂହପୁରରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ପୂର୍ବରୁ ବନ୍ୟା ପ୍ରଭାବିତ ଅଞ୍ଚଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏରିଏଲ ସର୍ଭେ କରିଥିଲେ । ଏହାପରେ ପିଏମ ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୀକ୍ଷା ବୈଠକ କରିଥିଲେ । ଏହାପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ ମଧ୍ୟ ବାତ୍ୟା ପ୍ରଭାବିତ ଅଞ୍ଚଳର ପରିଦର୍ଶନ କରିଥଲେ ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Last Updated : Jun 7, 2021, 10:29 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.