ETV Bharat / city

ରାଜ୍ୟ ସରକାରଙ୍କ ‘ମୁକ୍ତା’କୁ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତଙ୍କ ପ୍ରଶଂସା - ଗଜେନ୍ଦ୍ର ସିଂହ ଶେଖାୱତଙ୍କ ଟ୍ବିଟ୍

ପୁଣି ରାଜ୍ୟ ସରକାରଙ୍କ ଯୋଜନାକୁ ପ୍ରଶଂସା କରିଛନ୍ତି କେନ୍ଦ୍ର ସରକାର । ବର୍ଷା ଜଳ ସଂରକ୍ଷଣ କ୍ଷେତ୍ରରେ ଓଡ଼ିଶା ନେଇଥିବା ପଦକ୍ଷେପକୁ ପ୍ରଶଂସା କରିଛି କେନ୍ଦ୍ର । ଅଧିକ ପଢ଼ନ୍ତୁ...

ରାଜ୍ୟ ସରକାରଙ୍କ ‘ମୁକ୍ତା’କୁ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତଙ୍କ ପ୍ରଶଂସା

author img

By

Published : Jul 9, 2021, 8:07 PM IST

ଭୁବନେଶ୍ବର: ପୁଣି ରାଜ୍ୟ ସରକାରଙ୍କ ଯୋଜନାକୁ ପ୍ରଶଂସା କରିଛନ୍ତି କେନ୍ଦ୍ର ସରକାର । ବର୍ଷା ଜଳ ସଂରକ୍ଷଣ କ୍ଷେତ୍ରରେ ଓଡ଼ିଶା ନେଇଥିବା ପଦକ୍ଷେପକୁ ପ୍ରଶାଂସା କରିଛି କେନ୍ଦ୍ର । ବର୍ଷା ଜଳ ସଂରକ୍ଷଣ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ମୁଖ୍ୟମନ୍ତ୍ରୀ କର୍ମ ତତ୍ପରତା ଯୋଜନା ଅଭିଯାନ (ମୁକ୍ତା)ର ଉପଲବ୍ଧିକୁ ପ୍ରଶଂସା କରିଛନ୍ତି କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ୍ । କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରି ରାଜ୍ୟର ପ୍ରୟାସକୁ ପ୍ରଶଂସା କରିଛନ୍ତି ।

  • Brilliant effort Odisha!

    10,000 Rain water harvesting structures in 75 days across 114 local bodies is a commendable feat.

    This campaign run under Mukhya Mantri Karma Tatapara Abhiyan will help #CatchTheRain at a mammoth scale across the state.#JalShaktiAbhiyan pic.twitter.com/LRnIEglpeE

    — Gajendra Singh Shekhawat (@gssjodhpur) July 7, 2021 " class="align-text-top noRightClick twitterSection" data=" ">

କେନ୍ଦ୍ରମନ୍ତ୍ରୀ ଟ୍ବିଟ୍ କରି କହିଛନ୍ତି ଯେ, "ଓଡ଼ିଶା ରାଜ୍ୟ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପୂର୍ବରୁ ଜଳ ସଂରକ୍ଷଣ ଏବଂ ଭୂତଳ ଜଳ ପରିମାଣ ବଢ଼ାଇବା ପାଇଁ ୧୧୪ଟି ପ୍ରକଳ୍ପ ନିର୍ମାଣ ପ୍ରଶଂସା ଯୋଗ୍ୟ ପଦକ୍ଷେପ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ‘ମୁକ୍ତା’ ଯୋଜନାରେ ୭୫ ଦିନରେ ଓଡିଶାରେ 10 ହଜାର ଆରଡବ୍ଲ୍ୟୁଏଚ୍‍ଏସ ପ୍ରତିଷ୍ଠା ହୋଇଛି, ଯାହା ଏକ ମାଇଲଖୁଣ୍ଟ।"

ଗୃହ ଏବଂ ନଗର ଉନ୍ନୟନ ବିଭାଗ ପକ୍ଷରୁ ‘ମୁକ୍ତା’ ଯୋଜନାରେ ରାଜ୍ୟର ସମସ୍ତ ୧୧୪ ଟି ସହରାଞ୍ଚଳରେ ବର୍ଷା ଜଳ ଧରି ରଖିବା ଲାଗି ରାଜ୍ୟସ୍ତରୀୟ ଅଭିଯାନ ଆରମ୍ଭ ହୋଇଛି । ୧୫ ଏପ୍ରିଲ ୨୦୨୧ ରେ ଆରମ୍ଭ ହୋଇଥିବା ଯୋଜନାର ଥିମ ରହିଛି “କ୍ୟାଚ୍‍ ଦି ରେନ୍‍” ।ମୁକ୍ତା’ ଯୋଜନାରେ ୭୫ ଦିନରେ ଓଡିଶାରେ ରେକର୍ଡ ସଂଖ୍ୟକ 10 ହଜାର ବର୍ଷା ଜଳ ସଂରକ୍ଷଣ ସଂରଚନା (Rain Water harvsting structure) (ଆରଡବ୍ଲ୍ୟୁଏଚ୍‍ଏସ) ପ୍ରତିଷ୍ଠା ହୋଇଛି ।

ଦକ୍ଷିଣ-ପଶ୍ଚିମ ମୌସୁମୀ ବର୍ଷା ଜଳ ସହରାଞ୍ଚଳରେ ସଂରକ୍ଷଣ ଏବଂ ଭୂତଳ ଜଳ ରିଚାର୍ଜକୁ ସୁଗମ କରିବା ପାଇଁ ଆରଡବ୍ଲ୍ୟୁଏଚ୍‍ଏସ୍‍ ର୍ନିମାଣ ହୋଇଛି । କ୍ଷେତ୍ରସ୍ତରରେ ଏହାକୁ କାର୍ଯ୍ୟକାରିତା ଏବଂ ସଫଳତା ପାଇଁ ଗୋଷ୍ଠୀ ପରିଚାଳନା ପଦ୍ଧତି ଗ୍ରହଣ କରାଯାଇଛି । ମିଶନ୍ ଶକ୍ତି ଗୋଷ୍ଠୀ ପରି କମ୍ୟୁନିଟି ଆଧାରିତ ସଂଗଠନଗୁଡିକର ଯୋଗଦାନ (ସିବିଓ) ସହିତ ସେମାନଙ୍କୁ କାର୍ଯ୍ୟକାରୀ ସଂସ୍ଥା ଭାବରେ ନିୟୋଜିତ କରି କାର୍ଯ୍ୟର୍ନିବାହ ପ୍ରକ୍ରିୟାରେ ପ୍ରାଧାନ୍ୟ ଦିଆଯାଇଛି । ତେଣୁ ବର୍ତ୍ତମାନ ପର୍ଯ୍ୟନ୍ତ, ବର୍ଷା ଜଳ ଧରି ରଖିବାର ଅଭିଯାନକୁ ଗ୍ରାଉଣ୍ଡ ସ୍ତରରୁ ବିପୁଳ ସମର୍ଥନ ମିଳୁଛି ।

ବୈଷୟିକ ସମ୍ଭାବ୍ୟତା ଏବଂ ସ୍ଥାନ ଉପଲବ୍ଧତା ଅନୁଯାୟୀ ସମସ୍ତ ପୌରାଞ୍ଚଳରେ ଉପଲବ୍ଧ ଥିବା ପାର୍କ, ପଡ଼ିଆ, ଖୋଲା ସ୍ଥାନ ଏବଂ ଖାଲି ଜମିରେ ଆରଡବ୍ଲ୍ୟୁଏଚ୍‍ଏସ୍‍ ର୍ନିମାଣ କରାଯାଉଛି । ଆରଡବ୍ଲ୍ୟୁଏଚ୍‍ଏସ୍‍ର କାର୍ଯ୍ୟକାରିତାକୁ ସୁଗମ କରିବା ପାଇଁ ବିଭାଗୀୟ ପ୍ରମୁଖ ସଚିବଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବରିଷ୍ଠ ଅଧିକାରୀ, ଯନ୍ତ୍ରୀ ଏବଂ ପରାମର୍ଶଦାତାଙ୍କୁ ନେଇ ଏକ ରାଜ୍ୟସ୍ତରୀୟ ଟାସ୍କଫୋର୍ସ ଗଠନ କରାଯାଇଛି ।

ଗୃହ ଓ ନଗର ଉନ୍ନୟନ ବିଭାଗର ଚାଲିଥିବା ମୁକ୍ତା ଯୋଜନାରେ ମିଶନ୍ ଶକ୍ତି ଗୋଷ୍ଠୀର ଯୋଗଦାନକୁ ପ୍ରାଧାନ୍ୟ ଦିଆଯାଇଛି । ମିଶନ୍ ଶକ୍ତି ଗୋଷ୍ଠୀ ବା ମହାସଂଘ ଏବଂ ବସ୍ତି ବାସିନ୍ଦା ସଂଘ ମାଧ୍ୟମରେ କାର୍ଯ୍ୟକାରୀ ସଂସ୍ଥା ଭାବରେ ଆରଡବ୍ଲ୍ୟୁଏଚଏସ ପ୍ରକଳ୍ପଗୁଡିକ କାର୍ଯ୍ୟକାରୀ ହେଉଛି । ଏହାଦ୍ୱାରା ସମଗ୍ର ରାଜ୍ୟରେ ମିଶନ ଶକ୍ତି ଅଧୀନରେ ସୃଷ୍ଟି ହୋଇଥିବା ଏସଏଚଜି ଗୁଡ଼ିକର ଦକ୍ଷତା ବୃଦ୍ଧି ଏବଂ ସଶକ୍ତିକରଣ ହୋଇପାରିବ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.