ETV Bharat / city

ପାରା ଆଥଲେଟ ଚମ୍ପିଆନସିପ୍‌ ଉଦଯାପନି ଉତ୍ସବରେ ଯୋଗ ଦେଲେ କେନ୍ଦ୍ରମନ୍ତ୍ରୀ - ଫଗନ ସିଂ କୁଲସ୍ତେଙ୍କ ଓଡ଼ିଶା ଗସ୍ତ

ଭୁବନେଶ୍ୱରରେ ପହଞ୍ଚିଲେ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଫଗନ ସିଂ କୁଲସ୍ତେ । ୧୨ ଘଣ୍ଟିଆ ଓଡ଼ିଶା ଗସ୍ତରେ ଆସି କଳିଙ୍ଗ ଷ୍ଟାଡ଼ିୟମରେ ପାରା ଆଥଲେଟ ଚମ୍ପିଆନସିପ ଉଦଯାପନି ଉତ୍ସବରେ ଯୋଗ ଦେଇଥିଲେ । ଅଧିକ ପଢ଼ନ୍ତୁ

ପାରା ଆଥଲେଟ ଚମ୍ପିଆନସିପ୍‌ ଉଦଯାପନି ଉତ୍ସବରେ ଯୋଗ ଦେଲେ କେନ୍ଦ୍ରମନ୍ତ୍ରୀ

author img

By

Published : Apr 1, 2022, 8:43 AM IST

ଭୁବନେଶ୍ବର: ଭୁବନେଶ୍ୱରରେ ପହଞ୍ଚିଲେ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଫଗନ ସିଂ କୁଲସ୍ତେ । ୧୨ ଘଣ୍ଟିଆ ଓଡ଼ିଶା ଗସ୍ତରେ ଆସି କଳିଙ୍ଗ ଷ୍ଟାଡ଼ିୟମରେ ପାରା ଆଥଲେଟ ଚମ୍ପିଆନସିପ୍‌ ଉଦଯାପନି ଉତ୍ସବରେ ଯୋଗ ଦେଇଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ।

ପାରା ଆଥଲେଟ ଚମ୍ପିଆନସିପ୍‌ ଉଦଯାପନି ଉତ୍ସବରେ ଯୋଗ ଦେଲେ କେନ୍ଦ୍ରମନ୍ତ୍ରୀ

ଓଡ଼ିଶା ଗସ୍ତ କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଲୋକଙ୍କ ହିତ ପାଇଁ କେନ୍ଦ୍ର ସରକାର ଯେଉଁ ଯୋଜନା କରୁଛନ୍ତି, ହେଲେ ସେଗୁଡିକ ରାଜ୍ୟ ସରକାର ସଠିକ ଢଙ୍ଗରେ କାର୍ଯ୍ୟକାରୀ କରୁନଥିବା ଅଭିଯୋଗ କରିଛନ୍ତି କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଫଗନ ସିଂ କୁଲସ୍ତେ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟକାରୀ ନେଇ ତଦନ୍ତ ପାଇଁ ଯେଉଁ କେନ୍ଦ୍ରୀୟ ଟିମ ଆସିଥିଲା ତାଙ୍କ ରିପୋର୍ଟ ଅନୁଯାୟୀ ଓଡ଼ିଶାରେ ଏହି ଯୋଜନାରେ ବେଶ ଦୁର୍ନୀତି ହୋଇଥିବା କଥା କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନାମ ଜଣଙ୍କ ରହୁଛି କିନ୍ତୁ ସୁବିଧା ଆଉ ଜଣେ ପାଉଛି । ୨୦୧୧ ମସିହା ଜନଗଣନା ସର୍ଭେ ଅନୁଯାୟୀ ସମସ୍ତ ଗରିବଙ୍କୁ ଆବାସ ଘର ଯୋଗାଇ ଦେବା ପାଇଁ ଯୋଜନା ରହିଥିଲା । ତେଣୁ ରାଜ୍ୟ ସରକାର ଏଥିରେ କୌଣସି ଦୁର୍ନୀତି ନକରି ଗରିବଙ୍କ ହକ୍‌ ଗରିବଙ୍କୁ ଦିଅନ୍ତୁ ବୋଲି କହିଛନ୍ତି କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଶ୍ରୀଯୁକ୍ତ ଫଗନ ସିଂ କୁଲସ୍ତେ । ଦରଦାମ ବୃଦ୍ଧି ପ୍ରସଙ୍ଗରେ ପ୍ରଶ୍ନ କରିବାରୁ ମନ୍ତ୍ରୀ କହିଲେ ଏଥିପାଇଁ ଆମେ ସମସ୍ତେ ଚିନ୍ତିତ ଅଛୁ । ଅନ୍ତର୍ଜାତୀୟ ସ୍ତରରେ ସମୟ ସମୟରେ ଦର କମ୍‌ ବୃଦ୍ଧି ହେଉଥିବାରୁ ଏପରି ସମସ୍ୟା ଦେଖା ଦେଉଥିବା କଥା କହିଛନ୍ତି କେନ୍ଦ୍ରମନ୍ତ୍ରୀ । ରାଜ୍ୟ ସରକାରମାନଙ୍କୁ ମଧ୍ୟ ଏଥିପ୍ରତି ଚିନ୍ତିତ ହେବା ଆବଶ୍ୟକ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.