ଭୁବନେଶ୍ବର: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଜରୁରୀକାଳିନ ସ୍ଥିତିକୁ ନେଇ ଭୁଲ ସ୍ବୀକାର କରିବା ପ୍ରସଙ୍ଗରେ ତାଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଜରୁରୀକାଳିନ ସ୍ଥିତିକୁ ଭୁଲ ସ୍ବୀକାର କରିବା ରାହୁଲ ଗାନ୍ଧୀଙ୍କ ଆଉ ଏକ ନାଟକ ବୋଲି କହିଛନ୍ତି ଧର୍ମେନ୍ଦ୍ର ।
ପଶ୍ଚାତାପ ନୁହେଁ ବରଂ ଲୋକଙ୍କ ଦ୍ବାରା କଂଗ୍ରେସକୁ ପ୍ରତ୍ୟାଖାନ କରିବା ପରେ ରାହୁଲ ଆଉ ଏକ ନାଟକ କରୁଛନ୍ତି ବୋଲି ଧର୍ମେନ୍ଦ୍ର କହିଛନ୍ତି । ରାହୁଲଙ୍କ ମତରେ କୌଣସି ପ୍ରକାର ପଶ୍ଚାତାପ ଦେଖାଯାଉନାହିଁ । ବରଂ ଏହା ଲୋକଙ୍କ ଦ୍ବାରା କଂଗ୍ରେସକୁ ପ୍ରତ୍ୟାଖାନ କରିବା ପରର ଅନ୍ୟ ଏକ ନାଟକ ବୋଲି ଧର୍ମେନ୍ଦ୍ର ଟ୍ବିଟ କରି କଟାକ୍ଷ କରିଛନ୍ତି ।
ଯେଉଁଠାରେ ସେମାନେ ଜରୁରିକାଳୀନ ପରିସ୍ଥିତି ପାଇଁ ପଶ୍ଚାତାପ କରି ଲୋକଙ୍କ ସହ ଛଳନା କରୁଛନ୍ତି । ଅଧ୍ୟାଦେଶକୁ ଚିରିବା ସହ ଭାରତର ପ୍ରଧାନମନ୍ତ୍ରୀକୁ କିପରି ଭାବରେ ଲଜ୍ଜିତ ଓ ଅସମ୍ମାନ କରିଥିବାର ଅଧାୟକୁ କଣ ରାହୁଲ ଗାନ୍ଧୀ ଭୁଲି ଯାଇଛନ୍ତି କି ବୋଲି ଧର୍ମେନ୍ଦ୍ର ପ୍ରଶ୍ନ କରିଛନ୍ତି ?
ରାହୁଲ ଗାନ୍ଧୀ ନିକଟରେ ତାଙ୍କ ବିରୋଧରେ ହୋଇଥିବା ବିଶେଷ ଅଧିକାର ଉଲ୍ଲଘଂନ କରିଥିବାର ଅଭିଯୋଗକୁ ଭୁଲିଯାଇଛନ୍ତି କି ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି ଧର୍ମେନ୍ଦ୍ର ? ଜରୁରୀକାଳିନ ସ୍ଥିତିକୁ ସ୍ଵର୍ଗତ ରାଜୀବ ଗାନ୍ଧୀ ଭୁଲ ବୋଲି ସ୍ବୀକାର କରିଥିଲେ କିନ୍ତୁ ପରବର୍ତ୍ତୀ ପର୍ଯ୍ୟାୟରେ ଡ଼ିଫେମେସନ ବିଲ ଆଣି ଗଣମାଧ୍ୟମର କଣ୍ଠରୋଧ କରିବାର ପ୍ରୟାସ କରିଥିଲେ । ଜରୁରୀକାଳିନ ପରିସ୍ଥିତିକୁ ଉଚିତ୍ ବୋଲି କହିଥିଲେ । ଏହାସହ ପୋଷ୍ଟ ଅଫିସ ସଂଶୋଧିତ ଅନିୟମ 1986 ମାଧ୍ୟମରେ ନାଗରିକଙ୍କୁ ସୁବିଧା ଉପରେ ଅଙ୍କୁଶ ଏବଂ ନାଗରିକଙ୍କ ଉପରେ ଯାଶୁସି କରିବା ଭଳି ପଦକ୍ଷେପ ନେଇଥିଲେ ବୋଲି ସେ କହିଛନ୍ତି ।
ମୋଦି ସରକାର ବିରୋଧରେ ଅପପ୍ରଚାର କଲେ ମଧ୍ୟ କଂଗ୍ରେସର ପାପ ଲୋକଙ୍କ ଧାନରୁ ଦୂରେଇ ଯିବ ନାହିଁ ବୋଲି ଧର୍ମେନ୍ଦ୍ର କହିଛନ୍ତି । ଭାରତର ଜନସାଧାରଣ ବହୁତ୍ ଚାଲାକ । ରାହୁଲ ଗାନ୍ଧୀଙ୍କ ଏହି ନୂଆ ନାଟକକୁ କେବେ ବି ଗ୍ରହଣ କରିପାରିବେ ନାହିଁ ବୋଲି ଧର୍ମେନ୍ଦ୍ର କହିଛନ୍ତି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ