ETV Bharat / city

‘ବିଳମ୍ବରେ ଗଠନ ହୋଇଛି ଓବିସି କମିଶନ’

author img

By

Published : Feb 12, 2020, 11:25 PM IST

ରାଜ୍ୟ ସରକାର ଓବିସି କମିଶନ ଗଠନ କରିବା ପରେ ଟ୍ବିଟ୍‌ କରି ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବହୁ ବିଳମ୍ବରେ ହେଲେ ମଧ୍ୟ ରାଜ୍ୟ ସରକାର ଓବିସି କମିଶନ ଗଠନ କରିଛନ୍ତି ବୋଲି ସେ କହିଛନ୍ତି ।

obc commission
‘ବିଳମ୍ବରେ ଗଠନ ହୋଇଛି ଓବିସି କମିଶନ’

ଭୁବନେଶ୍ବର: ରାଜ୍ୟ ସରକାର ଓବିସି କମିଶନ ଗଠନ କରିବା ପରେ ଟ୍ବିଟ୍‌ କରି ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବହୁ ବିଳମ୍ବରେ ହେଲେ ମଧ୍ୟ ରାଜ୍ୟ ସରକାର ଓବିସି କମିଶନ ଗଠନ କରିଛନ୍ତି । ଏହା ଓବିସି ସମାଜର ଦୀର୍ଘ ଦିନର ଦାବି କାରଣରୁ ସମ୍ଭବ ହୋଇପାରିଛି । ରାଜ୍ୟ ସରକାର ରାଜ୍ୟର ଏହି ବହୁସଂଖ୍ୟକ ସମାଜକୁ ସେମାନଙ୍କ ହକ୍‌ ଅଧିକାର ଦେବା ପାଇଁ ତ୍ବରିତ ପଦକ୍ଷେପ ନେବା ଜରୁରୀ ବୋଲି ସେ ଟ୍ବିଟ୍‌ କରି କହିଛନ୍ତି ।

ସେହିପରି ଦୀର୍ଘ 30 ବର୍ଷ ଧରି ଓଡିଶାର ଓବିସି ଓ ଏସଇବିସି ବର୍ଗ ସେମାନଙ୍କର ସାମ୍ବିଧାନିକ ଅଧିକାରରୁ ବଞ୍ଚିତ ଅଛନ୍ତି । ଚାକିରି ଓ ଶିକ୍ଷାନୁଷ୍ଠାନରେ ସଂରକ୍ଷଣ ପାଇଁ ସାମ୍ବିଧାନିକ ବିଧି ବ୍ୟବସ୍ଥା ସତ୍ତ୍ବେ ଏହି ସମାଜକୁ ସେମାନଙ୍କ ଅଧିକାର ଦିଆଯାଇ ପାରିନାହିଁ ବୋଲି ସେ ଉଲ୍ଲେଖ କରିଛନ୍ତି।

obc commission
ଫଟୋ ସୌଜନ୍ୟ: ଟ୍ବିଟର@dpradhanbjp

ରାଜ୍ୟ ସରକାର ଫେବୃଆରୀ 12 ତାରିଖ ବୁଧବାର ଓବିସି କମିଶନ ଗଠନ କରିଛନ୍ତି। ଏହାର ଅଧ୍ୟକ୍ଷ ଭାବେ ହାଇକୋର୍ଟର ପୂର୍ବତନ ବିଚାରପତି ରଘୁନାଥ ବିଶ୍ବାଳଙ୍କୁ ନିଯୁକ୍ତି ଦିଆଯାଇଛି। ପ୍ରଫେସର ନଭନୀତା ରଥ, ଡକ୍ଟର ମିତାଲି ଚିନାରା, ପ୍ରସନ୍ନ କୁମାର ପାତ୍ରଙ୍କୁ ସଦସ୍ୟ ଭାବରେ ନିଯୁକ୍ତି ଦିଆଯାଇଛି। ଆଇଏଏସ ବୀର ବିକ୍ରମ ଯାଦବ ସଦସ୍ୟ ସଚିବ ଭାବେ କାର୍ଯ୍ୟ ତୁଲାଇବେ। ଓଡିଶା ଷ୍ଟେଟ କମିଶନ ଫର ବ୍ୟାକ୍‌ୱାର୍ଡ କ୍ଲାସେସ ଆକ୍ଟ 1993 ଅନୁସାରେ ଏହି କମିଶନ ଗଠନ କରାଯାଇଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.