ETV Bharat / city

ବିଶ୍ବସ୍ତରୀୟ ରେଳଷ୍ଟେସନ: ସୁର କହିଲେ ମିଛ ନାଟକ କରୁଛନ୍ତି ମୋଦି

author img

By

Published : Jul 28, 2021, 8:23 PM IST

Updated : Jul 28, 2021, 9:44 PM IST

ରାଜଧାନୀ ରେଳ ଷ୍ଟେସନ ବିଶ୍ୱସ୍ତରୀୟ ହେବା ନେଇ ବାରମ୍ବାର ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଉଛି । ଅତୀତରେ ମଧ୍ୟ ଏନେଇ ଅନେକ ଥର ଘୋଷଣା କରିଛନ୍ତି ରାଜ୍ୟ ସରକାର । ଅଧିକ ପଢ଼ନ୍ତୁ...

କେନ୍ଦ୍ର ସରକାର ପ୍ରତାରଣା କରୁଛନ୍ତି: ସୁର
କେନ୍ଦ୍ର ସରକାର ପ୍ରତାରଣା କରୁଛନ୍ତି: ସୁର

ଭୁବନେଶ୍ବର: ରାଜଧାନୀ ରେଳ ଷ୍ଟେସନ ବିଶ୍ବସ୍ତରୀୟ ହେବା ନେଇ ବାରମ୍ବାର ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଉଛି । ଅତୀତରେ ମଧ୍ୟ ଏନେଇ ଅନେକ ଥର ଘୋଷଣା କରିଛନ୍ତି ରାଜ୍ୟ ସରକାର । ହେଲେ ଏପର୍ଯ୍ୟନ୍ତ ଏହି କଥାରେ କୌଣସି ବାସ୍ତବତା ନାହିଁ ବୋଲି ଅଭିଯୋଗ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ । ଭୁବନେଶ୍ବର ରେଳ ଷ୍ଟେସନକୁ ଏକ ମଡେଲ ଷ୍ଟେସନ କରାଯିବ ।

କେନ୍ଦ୍ର ସରକାର ପ୍ରତାରଣା କରୁଛନ୍ତି: ସୁର

ବିଶ୍ବସ୍ତରୀୟ ଷ୍ଟେସନରେ ପରିଣତ କରିବା ନେଇ ଅନେକ ଯୋଜନା ପୂର୍ବରୁ ଘୋଷଣା କରାଯାଇଛି ହେଲେ ଏହାର କୌଣସି ବାସ୍ତବ ପ୍ରତିଫଳନ ହୋଇନାହିଁ । ଖାଲି କାଗଜ କଲମରେ ଏଭଳି ଚିଠା ପ୍ରସ୍ତୁତ ହୋଇଛି ବୋଲି କହିଛନ୍ତି ସୁରେଶ ରାଉତରାୟ । ଓଡ଼ିଶାକୁ କେନ୍ଦ୍ର ସରକାର ପ୍ରତାରଣା କରୁଛନ୍ତି । ଏଥିପାଇଁ କୌଣସି ବଜେଟର ପ୍ରାବଧାନ କରିନାହାନ୍ତି ସରକାର । ଖାଲି ମିଛ ବାହାସ୍ପୋଟ କରୁଛନ୍ତି ।

ନୂତନ କରି ମନ୍ତ୍ରୀ ଦାୟିତ୍ବ ନେଇଥିବା କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓଡିଶା ଲୋକଙ୍କୁ ଭୁଆଁ ବୁଲାଉଥିବା ଅଭିଯୋଗ କରିଛନ୍ତି ସୁର ରାଉତରାୟ । ଜଣେ ସାଂସଦ ହୋଇ ବିଧାୟକଙ୍କ ଫୋନ ଉଠାଉ ନାହାନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ସେ ସୌଜନ୍ୟତା ରଖୁନାହାଁନ୍ତି । ମୋଦି ସରକାର ଆମ ସହ ମିଛ ନାଟକ କରୁଥିବା କଥା କହିଛନ୍ତି ସୁର ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

Last Updated : Jul 28, 2021, 9:44 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.